ଭୁବନେଶ୍ୱର: ବିସ୍କୁଟ୍ ଫ୍ୟାକ୍ଟ୍ରିରେ ନିଆଁ

Ordigital Desk
  • Published: Monday, 10 July 2017
  • , Updated: 10 July 2017, 08:13 AM IST
<p>ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ବିସ୍କୁଟ ଫାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ।&nbsp; ପଟିଆ ଶିଖରଚଣ୍ଡି ପାହାଡ ପାଦ ଦେଶରେ ଥିବା ପାରଲେ-ଜି ବିସ୍କୁଟ କାରଖାନାରେ ନିଆଁ ଲାଗି ୩ କୋଟି ଟଙ୍କାର ଗଚ୍ଛିତ ବିସ୍କୁଟ୍ ପୋଡ଼ି ପାଉଁଶ ହୋଇଯିବା ସହ ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ି ନଥିଲେ ମଧ୍ୟ ତଦନ୍ତ ନସରିବା ପର୍ଯ୍ୟନ୍ତ ଫ୍ୟାକ୍ଟ୍ରିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।</p> <p>ଗତକାଲି ମଧ୍ୟରାତ୍ରିରେ ଫ୍ୟାକ୍ଟ୍ରିର ତଳ ମହଲାରୁ ପ୍ରଥମେ ଧୁଆଁ ବାହାରି ଥିଲା। ପରେ ଦ୍ୱିତୀୟ ମହଲାକୁ ବ୍ୟାପୀ ଯାଇଥିଲା। ନିଆଁ ଲାଗିଥିବା ଖବର ପାଇ ରାତି ପ୍ରାୟ ୩ଟା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଫ୍ୟାକ୍ଟ୍ରିରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିବା କଷ୍ଟକର। ୧୪ ଘଣ୍ଟାରୁ ଅଧିକ ସମୟର କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।</p> <p>ସୌଭାଗ୍ୟକୁ ଗତକାଲି ରବିବାର ଥିବାରୁ ଫ୍ୟାକ୍ଟ୍ରି ବନ୍ଦ ଥିଲା। ସୁରକ୍ଷା କର୍ମୀଙ୍କୁ ଛାଡ଼ିଦେଲେ କେହି କର୍ମଚାରୀ ନଥିଲେ। ତେଣୁ ଏତେବଡ଼ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ହେଲେ ପ୍ରଶ୍ନ ଉଠୁଛି କେଉଁ ପରିସ୍ଥିତିରେ ଏବଂ କେମିତି ଘଟିଲା ଏତେବଡ଼ ଅଗ୍ନିକାଣ୍ଡ? ଫ୍ୟାକ୍ଟ୍ରି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍&zwnj; ନାହିଁ କି? ପ୍ରାଥମିକ ତଦନ୍ତରୁ ଫାକ୍ଟ୍ରିଟି ବିନା ଫାୟାର ସେଫ୍ଟି ସାର୍ଟିଫିକେଟ୍&zwnj;ରେ ଚାଲୁଥିବା ଜଣାପଡ଼ିଛି। ଏପରିକି ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବା ଦର୍ଶାଇ ଗତ ବର୍ଷ କମ୍ପାନୀ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ହେଲେ ଏସବୁ ସତ୍ତ୍ୱେ କେମତି ଚାଲିଥିଲା ଏତେବଡ଼ ଫାକ୍ଟ୍ରି? ଏହି ଘଟଣାରେ ତତ୍କାଳ ପଦକ୍ଷେପ ସ୍ୱରୂପ ତଦନ୍ତ ନସରିବା ପର୍ଯ୍ୟନ୍ତ ଫାକ୍ଟ୍ରି ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ଫ୍ୟାକ୍ଟ୍ରି ଓ ବଏଲର ନିର୍ଦ୍ଦେଶାଳୟ।&lt;strong&gt;&nbsp;&lt;/strong&gt;</p>

Related story