ମାଟିରେ ମିଶିଲା ସୁରବାବା ଆଶ୍ରମର ପୋଷ୍ଟ ଅଫିସ୍‌ ଓ ଦାତବ୍ୟ ଚିକିତ୍ସାଳୟ

ଭୁବନେଶ୍ୱର: ସୁରବାବାଙ୍କ ବିବାଦୀୟ ତ୍ରାହି ଅଚ୍ୟୁତ ଆଶ୍ରମରେ ବୁଧବାର ‌ଖୋର୍ଦ୍ଧା ଉପଜିଲ୍ଲାପାଳ, ବାଲିଅନ୍ତା ତହସିଲଦାର ଓ ୪ ପ୍ଲାଟୁନ୍‌ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଆଜି ପ୍ରଶାସନ ପକ୍ଷରୁ ପ୍ରଥମ ପ୍ରର୍ଯ୍ୟାୟରେ ୪୧ ଡିସିମିଲ୍‌ ସରକାରୀ ଜାଗା ଉପରେ ଥିବା ପୋଷ୍ଟ ଅଫିସ୍‌ ଓ ପୂର୍ବରୁ ଚାଲିଥିବା ଦାତବ୍ୟ ଚିକିତ୍ସାଳୟ ଉଚ୍ଛେଦ କରାଯାଇଥିଲା। ପ୍ରାୟ ୧୪ ଏକର ଜମି ଉପରେ ରହିଛି ତ୍ରାହି ଅଚ୍ୟୁତ ଆଶ୍ରମ। ସେ ଭିତରୁ ୮୫ ଡିସିମିଲ୍‌ ସରକାରୀ ଜାଗାରେ […]

ashrama

Rakesh Mallick
  • Published: Wednesday, 06 April 2016
  • , Updated: 07 April 2016, 02:40 AM IST

ଭୁବନେଶ୍ୱର: ସୁରବାବାଙ୍କ ବିବାଦୀୟ ତ୍ରାହି ଅଚ୍ୟୁତ ଆଶ୍ରମରେ ବୁଧବାର ‌ଖୋର୍ଦ୍ଧା ଉପଜିଲ୍ଲାପାଳ, ବାଲିଅନ୍ତା ତହସିଲଦାର ଓ ୪ ପ୍ଲାଟୁନ୍‌ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଆଜି ପ୍ରଶାସନ ପକ୍ଷରୁ ପ୍ରଥମ ପ୍ରର୍ଯ୍ୟାୟରେ ୪୧ ଡିସିମିଲ୍‌ ସରକାରୀ ଜାଗା ଉପରେ ଥିବା ପୋଷ୍ଟ ଅଫିସ୍‌ ଓ ପୂର୍ବରୁ ଚାଲିଥିବା ଦାତବ୍ୟ ଚିକିତ୍ସାଳୟ ଉଚ୍ଛେଦ କରାଯାଇଥିଲା। ପ୍ରାୟ ୧୪ ଏକର ଜମି ଉପରେ ରହିଛି ତ୍ରାହି ଅଚ୍ୟୁତ ଆଶ୍ରମ। ସେ ଭିତରୁ ୮୫ ଡିସିମିଲ୍‌ ସରକାରୀ ଜାଗାରେ ନିର୍ମାଣ ହଟାଇ ଜବରଦଖଲମୁକ୍ତ କରିବ ପ୍ରଶାସନ।

‌ଖୋର୍ଦ୍ଧା ଉପ ଜିଲ୍ଲାପାଳ ବିନୟ କୁମାର ଦାସ କହିଛନ୍ତି,“ ପ୍ରଶାସନ ପକ୍ଷରୁ ଯାହା ସବୁ ପକ୍ରିୟା ଥିଲା ତାହା ଶେଷ ହେବା ପରେ ସରକାରୀ ଜାଗା ଉପରେ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି। ବେଆଇନ ଭାବେ ଏହା ନିର୍ମାଣ ହୋଇଥିବାରୁ ଏହାକୁ ଆଜି ଉଚ୍ଛେଦ କରାଯାଇଛି।”

ବାଲିଅନ୍ତା ତହସିଲଦାର ଶ୍ୱେତ କୁମାର ଦାସ କହିଛନ୍ତି,“ ପ୍ରଥମ ପର୍ଯ୍ୟାୟରେ ସୁର ଆଶ୍ରମର ମୁଖ୍ୟରାସ୍ତା, ପୋଥିଗୃହ, ଦୋଳମଣ୍ଡପ ଓ ଆନନ୍ଦବଜାର ଶଙ୍କୁଡି ପକାଇବା ସ୍ଥାନ ଇତ୍ୟାଦି ଉଚ୍ଛେଦ କରାଯାଇଛି।”

ପୋଲିସ ହେଡ୍‌କ୍ୱାର୍ଟର୍ସ ଏସିପି ସଂଗ୍ରାମ ଟୁଡୁ କହିଛନ୍ତି,“ ଯେତେବେଳ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ସେହି ସମୟ ଯାଏଁ ପୋଲିସ ମୁତୟନ ରହିବେ। ଆଜି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜି ନ ଥିଲା। ଯାହା କିଛି ଉପୁଜିଥିଲା ତାହାକୁ ଆପୋଷ ବୁଝାମଣା ମାଧ୍ୟମରେ ତୁଟାଇ ଦିଆଯାଇଥିଲା।”

ସୂଚନାଯୋଗ୍ୟ, ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ପରେ ଏସବୁକୁ କବଜାକୁ ନେବ ଜିଲ୍ଲା ପ୍ରଶାସନ। ତେବେ ଆଶ୍ରମର ବାକି ୧୩ ଏକର ସ୍ଥିତିବାନ୍‌ ଜମିରେ ବି ବିଡିଏର ବିନା ଅନୁମୋଦନରେ ବହୁ ଅଟ୍ଟାଳିକା ନିର୍ମାଣ ହୋଇଛି। ବିଡିଏ ପକ୍ଷରୁ ଏହାର ଖୋଳତାଡ଼ ଜାରି ରହିଛି। ଏନେଇ ଖୁବଶୀଘ୍ର କାର୍ଯ୍ୟନୁଷ୍ଠାନ ନିଆଯିବ।

Related story