୪ ମେଡ଼ିକାଲ କଲେଜର ଅଧ୍ୟାପକଙ୍କୁ ପ୍ରୋତ୍ସାହନ ଦେଲେ ସରକାର: ଦରମା ବାଦ୍‌ ମିଳିବ ଅଧିକ ଟଙ୍କା

ଭୁବନେଶ୍ୱର: ଆଜି ରାଜ୍ୟ କାବିନେଟ୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ମେଡ଼ିକାଲ ଶିକ୍ଷାର ଉନ୍ନତି ପାଇଁ ୪ଟି ନୂଆ ମେଡ଼ିକାଲ କଲେଜ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। କୋରାପୁଟ୍‌ ଓ ବଲାଙ୍ଗିର ମେଡ଼ିକାଲ କଲେଜରେ ପ୍ରଫେସରଙ୍କୁ ଅତିରିକ୍ତ ଭାବେ ୧ ଲକ୍ଷ ୨୫ ହଜାର ଟଙ୍କା ମିଳିବ। ସେହିପରି ଆସୋସିଏଟ ପ୍ରଫେସରଙ୍କୁ ୧ ଲକ୍ଷ ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପାଇଁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ବାରିପଦା ଓ […]

cabinet

Rakesh Mallick
  • Published: Wednesday, 02 August 2017
  • , Updated: 02 August 2017, 06:58 PM IST

ଭୁବନେଶ୍ୱର: ଆଜି ରାଜ୍ୟ କାବିନେଟ୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ମେଡ଼ିକାଲ ଶିକ୍ଷାର ଉନ୍ନତି ପାଇଁ ୪ଟି ନୂଆ ମେଡ଼ିକାଲ କଲେଜ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। କୋରାପୁଟ୍‌ ଓ ବଲାଙ୍ଗିର ମେଡ଼ିକାଲ କଲେଜରେ ପ୍ରଫେସରଙ୍କୁ ଅତିରିକ୍ତ ଭାବେ ୧ ଲକ୍ଷ ୨୫ ହଜାର ଟଙ୍କା ମିଳିବ। ସେହିପରି ଆସୋସିଏଟ ପ୍ରଫେସରଙ୍କୁ ୧ ଲକ୍ଷ ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପାଇଁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି।

ବାରିପଦା ଓ ବାଲେଶ୍ୱର ମେଡିକାଲ କଲେଜ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ମେଡ଼ିକାଲ କଲେଜର ପ୍ରଫେସରଙ୍କୁ ଅତିରିକ୍ତ ମାସିକ ୩୫ ହଜାର ଟଙ୍କା ଅତିରିକ୍ତ ମିଳିବ। ଆସୋସିଏଟ ପ୍ରଫେସରଙ୍କୁ ୨୫ ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ମଧ୍ୟ ଦରମା ବ୍ୟତୀତ ୧୫ ହଜାର ଟଙ୍କା ଅତିରିକ୍ତ ମିଳିବ।

କଳିଙ୍ଗ ଶିକ୍ଷାସାଥୀ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଋଣ ପରିଶୋଧ କରବା ପାଇଁ ରିହାତି ଦିଆଯିବ। ୫ ବର୍ଷ ପରେ ଋଣ ପରିଶୋଧ ପାଇଁ ଅତିରିକ୍ତ ୯୦ ଦିନ ମହଲତ ଦିଆଯିବ। ଋଣ ପାଇଁ ଛାତ୍ରଛାତ୍ରୀ ୧% ସୁଧ ଦେବେ। ବାକି ସୁଧ ସରକାର ଦେବେ। ଏହାଛଡ଼ା ନଦୀ ଓ ନାଳ ଉପରେ ରେଳ ବ୍ରିଜ୍‌ ନିର୍ମାଣ ପାଇଁ ବାନା ପ୍ରିମିୟମରେ ଅନୁମତି ଦେବାକୁ ଆଜି କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି।

Related story