ମନ୍ତ୍ରୀଙ୍କ ପେଟେଣ୍ଟ ମେଡିସିନ୍‌ ଫର୍ମୁଲା: ବିବାହ ବେଦିରେ ୭୦୦ କନିଆଙ୍କୁ ବ୍ୟାଟ୍‌ ଉପହାର

ଭୋପାଳ: ବିବାହ ଏକ ପବିତ୍ର ବନ୍ଧନ। କେତେ ଉତ୍ସାହ ଏବଂ କେତେ ଆନନ୍ଦକୁ ସାଙ୍ଗରେ ନେଇ ଆସିଥାଏ ଏହି  ଉତ୍ସବ । ପରମ୍ପରା ଅନୁଯାୟୀ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବମାନେ ସକ୍ଷମ ଅନୁଯାୟୀ ଉପହାର ଦେଇ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥାଆନ୍ତି। କିଏ ସୁନା ରୂପାତ’ ଆଉ କିଏ ମନପସନ୍ଦର ସୌଖୀନ ସାମଗ୍ରୀ ଦେଇଥାନ୍ତି।  ହେଲେ ବାହାବେଦିରେ  କିଏ ବ୍ୟାଟ୍‌ ଉପହାର ଦେବା ଆପଣ କେବେ ଶୁଣି ନ ଥିବେ।  କିନ୍ତୁ ଏମିତି ଏକ ଅଜବ ଘଟଣା ମଧ୍ୟପ୍ରଦେଶରେ […]

Brides sit as they wait to take their wedding vows during a mass wedding ceremony at a temple in New Delhi

Rakesh Mallick
  • Published: Sunday, 30 April 2017
  • , Updated: 30 April 2017, 09:48 PM IST

ଭୋପାଳ: ବିବାହ ଏକ ପବିତ୍ର ବନ୍ଧନ। କେତେ ଉତ୍ସାହ ଏବଂ କେତେ ଆନନ୍ଦକୁ ସାଙ୍ଗରେ ନେଇ ଆସିଥାଏ ଏହି  ଉତ୍ସବ । ପରମ୍ପରା ଅନୁଯାୟୀ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବମାନେ ସକ୍ଷମ ଅନୁଯାୟୀ ଉପହାର ଦେଇ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥାଆନ୍ତି। କିଏ ସୁନା ରୂପାତ’ ଆଉ କିଏ ମନପସନ୍ଦର ସୌଖୀନ ସାମଗ୍ରୀ ଦେଇଥାନ୍ତି।  ହେଲେ ବାହାବେଦିରେ  କିଏ ବ୍ୟାଟ୍‌ ଉପହାର ଦେବା ଆପଣ କେବେ ଶୁଣି ନ ଥିବେ।  କିନ୍ତୁ ଏମିତି ଏକ ଅଜବ ଘଟଣା ମଧ୍ୟପ୍ରଦେଶରେ ଘଟିଛି।  

ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ମଧ୍ୟପ୍ରଦେଶର ଜଣେ ବିଜେପି ମନ୍ତ୍ରୀ ବାହା ବେଦୀରେ ୭ ଶହ କନିଆଙ୍କୁ  ବ୍ୟାଟ୍ ଉପହାର ଦେଇଛନ୍ତି। ଦେଲାବେଳେ କହିଛନ୍ତି ଯଦି ସ୍ୱାମୀ କେବେ ମଦ ପିଇ ବିଶୃଙ୍ଖଳା କରନ୍ତି ତେବେ ଏହି ବ୍ୟାଟ୍‌ରେ ପିଟି ତାଙ୍କୁ ସା‍ବାଡ଼ କରିବ। ସ୍ୱାମୀ ମଦ୍ୟପ ହେଲେ ଏହି ବ୍ୟାଟ ହିଁ କାମରେ ଆସିବ  ବୋଲି କହିଛନ୍ତି। ଏହି ଘଟଣା ସେଠାରେ ଏବେ କୌତୁହଳର ବିଷୟ ପାଲଟିଛି।  ମଧ୍ୟପ୍ରଦେଶର ପଞ୍ଚାୟତିରାଜମନ୍ତ୍ରୀ ହେଉଛନ୍ତି  ଗୋପାଲ ଭାର୍ଗଭା।  ଗତକାଲି ଅକ୍ଷୟତୃତୀୟା ଅବସରରେ  ମଧ୍ୟପ୍ରଦେଶର ସାଗର  ଜିଲ୍ଲା ଗଡ଼କୋଟା ଅଞ୍ଚଳରେ ମନ୍ତ୍ରୀ ଭାର୍ଗଭା ଗରିବ ଝିଅଙ୍କ ସମୂହ ବିବାହ ଆୟୋଜନ କରିଥିଲେ।  ୭୦୦ ଜଣ ଯୁବତୀଙ୍କ  ଗଣ ବିବାହ ହୋଇଥିଲା।  ଏହି ସମୟରେ କିଏ ସୁନା ତ’ ଆଉ କିଏ ଅନ୍ୟାନ୍ୟ  ଉପହାର ଦେଉଥିଲା। କିନ୍ତୁ ମନ୍ତ୍ରୀ ଭାର୍ଗଭା ବ୍ୟାଟ୍‌ ଉପହାର ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ମନ୍ତ୍ରୀଙ୍କୁ କିଏ ଦେଲା ଫର୍ମୁଲା?

ମନ୍ତ୍ରୀ ଭାର୍ଗବାଙ୍କ କହିବା ଅନୁଯାୟୀ, ସେ ଯେତେବେଳେ ଗାଁ ଗହଳିଙ୍କୁ କିମ୍ବା ସହରକୁ ଗସ୍ତ କରନ୍ତି  ଅନେକ ସମୟରେ ମହିଳାମାନେ ସେମାନଙ୍କ ସ୍ୱାମୀଙ୍କ  ବିରୋଧରେ ଅଭିଯୋଗ ଆଣନ୍ତି।  ବିଶେଷ କରି ମଦ୍ୟପ ସ୍ୱାମୀଙ୍କ ବିରୋଧରେ ଅଧିକ ଅଭିଯୋଗ ଆସେ। ମଦ ପିଇ ପତ୍ନୀଙ୍କୁ ନିର୍ଯାତନା ଦେବା  ଏବଂ  ଘର ଭିତରେ ଯାବତୀୟ ବିଶୃଙ୍ଖଳା ସୃଷ୍ଟି କରିବା ଭଳି ଅଭିଯୋଗ ଆସିଥାଏ। ଏମିତି ଶୁଣି ଶୁଣି ମଦୁଆ ସ୍ୱାମୀଙ୍କୁ କିଭଳି ଶାସନ କରିହେବ ଦିନେ ଜଣେ   ମହିଳା ତାଙ୍କୁ ଆଇଡିଆ ଦେଇଥିବା କହିଥିଲେ ମନ୍ତ୍ରୀ।  ମହିଳା ଜଣଙ୍କ ମଦୁଆ ସ୍ୱାମୀଙ୍କୁ ବ୍ୟାଟ୍‌ରେ ପିଟିବାକୁ ପ୍ରସ୍ତାବ ଦେଇଥିଲେ। ଏଭଳି ପ୍ରସ୍ତାବକୁ ସେ ସ୍ୱାଗତ କରିଥିଲେ।  ଏପରିକି ମନ୍ତ୍ରୀ ଜଣକ ମହିଳାଙ୍କୁ ୧୦,୦୦୦ ବ୍ୟାଟ୍‌ ଦେବାକୁ ଘୋଷଣା କରିଥିଲେ।

କାମରେ ଆସିଲା ଫକୀରମୋହନଙ୍କ ପେଟେଣ୍ଟ ମେଡିସିନ୍‌

ମଧ୍ୟପ୍ରଦେଶର ଏହି ବିଜେପି ମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ଦେଖି ମନେ ପଡ଼ିଯାଉଛି  ଓଡ଼ିଶାର ପ୍ରଖ୍ୟାତ ଔପନ୍ୟାସିକ  ଫକୀରମୋହନଙ୍କ ପେଟେଣ୍ଟ ମେଡିସିନ୍‌ କଥା ।  ଏଥିରେ ମଦୁଆ ସ୍ୱାମୀ ମଙ୍ଗରାଜଙ୍କୁ କିଭଳି ସୁଲୋଚନା ସାବାଡ଼ କରିଥିଲେ ତାହା ସମସ୍ତଙ୍କୁ ଜଣା। ମଙ୍ଗରାଜଙ୍କୁ ଭଲ ରାସ୍ତାକୁ ଫେରେଇ ଆଣିବାକୁ ସୁଲୋଚନା ଝାଡ଼ୁରେ ପିଟିଥିଲେ।  ଏବେ ଏହାର ଚିତ୍ର  ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି।

ସୌଜନ୍ୟ ଟାଇମ୍‌ସ ଅଫ ଇଣ୍ଡିଆ

 

Related story