ମେଣ୍ଟଚର୍ଚ୍ଚାରେ ଚୂନ ମାରିଲେ ଜୁଏଲ୍‌: କହିଲେ-ଦାମବାବୁ ସ୍ଥିତି ଜାଣି ସାରିଲେଣି, ତେଣୁ ମରମ କଥା କହିଛନ୍ତି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଜେଡିର ସ୍ଥିତି କ’ଣ ଅଛି ଦାମୋଦର ରାଉତଙ୍କ ମନ୍ତବ୍ୟ ଦର୍ଶାଉଛି। ତାଙ୍କ ଦଳ (ବିଜେଡି) ନେତାମାନେ ଏବେ ଅନୁଭବ କଲେଣି ବିଜେପି ପ୍ରବଳ ବେଗରେ ମାଡ଼ି ଆସୁଛି। ସେଥିପାଇଁ ଦରକାର ପଡିଲେ କଂଗ୍ରେସର ଆଶ୍ରୟ ନେଲେ ଅନୁଚିତ ହେବ ନାହିଁ ବୋଲି ଦାମବାବୁ ଯେଉଁ ଚିପ୍ପଣୀ ଦେଇଛନ୍ତି, ତାହା ପ୍ରକୃତ ରାଜନୈତିକ ସ୍ଥିତିକୁ ଦର୍ଶାଉଛି। ମୋର ଅନୁମାନ ଆଗକୁ ଏହି ସ୍ଥିତି ବଦଳିବ ବୋଲି ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ସେ […]

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 07:19 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଜେଡିର ସ୍ଥିତି କ’ଣ ଅଛି ଦାମୋଦର ରାଉତଙ୍କ ମନ୍ତବ୍ୟ ଦର୍ଶାଉଛି। ତାଙ୍କ ଦଳ (ବିଜେଡି) ନେତାମାନେ ଏବେ ଅନୁଭବ କଲେଣି ବିଜେପି ପ୍ରବଳ ବେଗରେ ମାଡ଼ି ଆସୁଛି। ସେଥିପାଇଁ ଦରକାର ପଡିଲେ କଂଗ୍ରେସର ଆଶ୍ରୟ ନେଲେ ଅନୁଚିତ ହେବ ନାହିଁ ବୋଲି ଦାମବାବୁ ଯେଉଁ ଚିପ୍ପଣୀ ଦେଇଛନ୍ତି, ତାହା ପ୍ରକୃତ ରାଜନୈତିକ ସ୍ଥିତିକୁ ଦର୍ଶାଉଛି। ମୋର ଅନୁମାନ ଆଗକୁ ଏହି ସ୍ଥିତି ବଦଳିବ ବୋଲି ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି।

ସେ କହିଛନ୍ତି-“ଆଗାମୀ ଦିନରେ ଓଡ଼ିଶାରେ ବିଜେପି ଏକୁଟିଆ ସରକାର ଗଠନ କରିବ। ଓଡ଼ିଶାବାସୀ ଆମକୁ ସରକାର ଗଢ଼ିବାରେ ସହାୟତା କରିବେ।”

ଦାମବାବୁ ଯାହା କହିଛନ୍ତି ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ରହିଥିବା ନେଇ ପ୍ରଶ୍ନରେ ଜୁଏଲ କହିଛନ୍ତି-“ମୋତେ ଲାଗୁଛି ଦାମବାବୁ ବହୁ ମର୍ମକଥା କହିଛନ୍ତି। କାହିଁକି ନା ତାଙ୍କର(ଦାମ) ବୟସ ହୋଇଗଲାଣି। ରାଜନୀତିରେ ସେ ବହୁତ ଲୋଭ ରଖୁନାହାନ୍ତି ବୋଲି ନିଜେ ପ୍ରଚାର କରୁଛନ୍ତି। ଏପରିକି ରାଜନୀତିରେ ପ୍ରତିଦ୍ୱନ୍ଦ୍ଵିତା କରିବାକୁ ଚାହୁଁ ନାହାନ୍ତି। ସେଥିପାଇଁ ସେ ସତକଥା କହିବା ପାଇଁ ପଛାଉ ନାହାନ୍ତି।”

ମେଣ୍ଟ ନେଇ ସେ କହିଛନ୍ତି-“ବିଜେଡି ଓ କଂଗ୍ରେସ ମେଣ୍ଟ ହେବ କି ନାହିଁ ଜାଣିନି। ମାତ୍ର ରାଜନୀତିରେ କିଛି ଅସମ୍ଭବ ନୁହେଁ। ଦାମବାବୁଙ୍କ ମନ୍ତବ୍ୟ ଦର୍ଶାଉଛି ବିଜେଡିର ସ୍ଥିତି କଣ ରହିଛି?”

Related story