ଏଟି ଲିଙ୍କ୍‌: ସଞ୍ଜୟ ଦାସବର୍ମାଙ୍କ ଶ୍ୟାଳକ ସତ୍ୟପ୍ରିୟ ଜୟସିଂହଙ୍କୁ ୪ ଘଣ୍ଟା ଜେରା କଲା ସିବିଆଇ

ଭୁବନେଶ୍ୱର: ଖାଦ୍ୟ ଓ ଯୋଗାଣମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଶ୍ୟାଳକ ସତ୍ୟପ୍ରିୟ ଜୟସିଂହଙ୍କୁ ଆଜି ସିବିଆଇ ୪ ଘଣ୍ଟା ଜେରା କରିଛି। ସତ୍ୟପ୍ରିୟଙ୍କ ଟିମ୍‌ ମିଡିଆ ହସ୍ପିଟାଲିଟି ପ୍ରାଇଭେଟ୍‌ ଲିମିଟେଡ ଅର୍ଥତତ୍ତ୍ୱ (ଏଟି) ଗ୍ରୁପ୍‌ ଠାରୁ ଅର୍ଥ ନେଇଥିବା ଅଭିଯୋଗରେ ତାଙ୍କୁ ସିବିଆଇ ପଚରାଉଚରା କରିଛି। ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପଚରାଉଚରା ବେଳେ ସିବିଆଇ ଏ ସମ୍ପର୍କରେ ସୂଚନା ପାଇଥିଲା। ଟିମ୍‌ ମିଡିଆ ସଂସ୍ଥା ଏଟି ଠାରୁ କେତେ ଟଙ୍କା ନେଇଛି, କେଉଁ ଉଦ୍ଦେଶ୍ୟରେ ନେଇଛି ଓ […]

satyapriya

Rakesh Mallick
  • Published: Thursday, 11 August 2016
  • , Updated: 11 August 2016, 08:13 PM IST

ଭୁବନେଶ୍ୱର: ଖାଦ୍ୟ ଓ ଯୋଗାଣମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଶ୍ୟାଳକ ସତ୍ୟପ୍ରିୟ ଜୟସିଂହଙ୍କୁ ଆଜି ସିବିଆଇ ୪ ଘଣ୍ଟା ଜେରା କରିଛି। ସତ୍ୟପ୍ରିୟଙ୍କ ଟିମ୍‌ ମିଡିଆ ହସ୍ପିଟାଲିଟି ପ୍ରାଇଭେଟ୍‌ ଲିମିଟେଡ ଅର୍ଥତତ୍ତ୍ୱ (ଏଟି) ଗ୍ରୁପ୍‌ ଠାରୁ ଅର୍ଥ ନେଇଥିବା ଅଭିଯୋଗରେ ତାଙ୍କୁ ସିବିଆଇ ପଚରାଉଚରା କରିଛି।

ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପଚରାଉଚରା ବେଳେ ସିବିଆଇ ଏ ସମ୍ପର୍କରେ ସୂଚନା ପାଇଥିଲା। ଟିମ୍‌ ମିଡିଆ ସଂସ୍ଥା ଏଟି ଠାରୁ କେତେ ଟଙ୍କା ନେଇଛି, କେଉଁ ଉଦ୍ଦେଶ୍ୟରେ ନେଇଛି ଓ କେତେ ଥର ଦେଣନେଣ ହୋଇଛି ଆଦି ବିଷୟରେ ସିବିଆଇ ସତ୍ୟପ୍ରିୟଙ୍କୁ ପଚରାଉଚରା କରିଥିଲା।

ସତ୍ୟପ୍ରିୟ କହିଛନ୍ତି, “ଏଟି ଠାରୁ ମୋ କମ୍ପାନୀକୁ କିଛି ଅର୍ଥ ଆସିଛି କି ନାହିଁ ସେ ସମ୍ପର୍କରେ ସିବିଆଇ ଅଧିକାରୀମାନେ ମୋତେ ପଚାରିଥିଲେ। ମୁଁ ସମସ୍ତ ତଥ୍ୟ ସେମାନଙ୍କୁ ଦେଇଛି।”

ସତ୍ୟପ୍ରିୟ ଟିମ୍‌ ମିଡିଆର ଜଣେ ନିର୍ଦ୍ଦେଶକ। ତାଙ୍କ ନାଁରେ ଏକ ମାଇନିଂ କମ୍ପାନୀ ସମେତ ଆହୁରି ୭ଟି ସଂସ୍ଥା ରହିଛି। ଏସବୁ ସଂସ୍ଥାର ଆର୍ଥିକ କାରବାର ନେଇ ମଧ୍ୟ ସିବିଆଇ ତାଙ୍କୁ ପଚରାଉଚରା କରିଛି। ମନ୍ତ୍ରୀ ଦାସବର୍ମାଙ୍କ ପତ୍ନୀ ମଧ୍ୟ ଟିମ୍‌ ମିଡିଆର ନିର୍ଦ୍ଦେଶିକା ଅଛନ୍ତି।

ସିଆରପିସି ଧାରା ୧୬୧ ଅନୁସାରେ ସତ୍ୟପ୍ରିୟଙ୍କୁ ନୋଟିସ୍‌ ହୋଇଥିଲା। ତେବେ ହାଜର ହେବା ଲାଗି ସେ ସମୟ ମାଗିଥିଲେ।

ଏଟି ଲିଙ୍କ ନେଇ ସିବିଆଇ ପୂର୍ବରୁ ମନ୍ତ୍ରୀ ଦାସବର୍ମାଙ୍କୁ ମଧ୍ୟ ନୋଟିସ୍‌ ଜାରି କରିଥିଲା। ଏଟି ଠାରୁ ପଜେରୋ ଗାଡ଼ି ନେବା ପ୍ରସଙ୍ଗରେ ଏହି ନୋଟିସ୍‌ ହୋଇଥିଲା। ଦାସବର୍ମାଙ୍କ ପକ୍ଷରୁ ଏ ନେଇ ସିବିଆଇରେ କାଗଜପତ୍ର ଦାଖଲ କରାଯାଇଥିଲା।

Related story