ମା’ଙ୍କ କଥା କହି ଲୁହ ଭରିଦେଲେ ଭାରତୀୟ ଲଳନା, ଡାକ୍ତର ହୋଇ ଗାଁ ଲୋକଙ୍କ ସେବା କରିବାର ବିଶ୍ୱ ସୁନ୍ଦରୀଙ୍କ ଲକ୍ଷ୍ୟ  

ଦୀର୍ଘ ୧୭ ବର୍ଷ ପରେ ପୁଣି ଭାରତକୁ ଫେରିଲା ମିସ୍ ଓ୍ୱାର୍ଡ ସୁନ୍ଦରୀ ପ୍ରତିଯୋଗିତା ମୁକୁଟ।  ୨୦୧୭ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ତାଜ୍ ପିନ୍ଧିଛନ୍ତି ଭାରତୀୟ ସୁନ୍ଦରୀ ମାନୁଷି ଛିଲ୍ଲର। ଚୀନର ସାନ୍ୟ ସିଟି ଆରେନାରେ ଅନୁଷ୍ଠିତ ମିସ୍ ଓ୍ୱାର୍ଲଡ୍ ପ୍ରତିଯୋଗିତାରେ ବିଶ୍ୱର ବିଭିନ୍ନ ଦେଶର ୧୦୮  ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମାନୁଷି ଏହି ଟାଇଟଲ ଜିଣିଛନ୍ତି । ମାନୁଷିଙ୍କୁ ମୁକୁଟ ପିନ୍ଧାଇଥିଲେ ୨୦୧୬ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ବିଜୟିନୀ ପୁର୍ଟୋରିକୋର ଷ୍ଟିଫେନ୍ ଡେଲ୍ ଭାଲ୍।  […]

Miss-world-1

Rakesh Mallick
  • Published: Sunday, 19 November 2017
  • , Updated: 19 November 2017, 07:21 AM IST

ଦୀର୍ଘ ୧୭ ବର୍ଷ ପରେ ପୁଣି ଭାରତକୁ ଫେରିଲା ମିସ୍ ଓ୍ୱାର୍ଡ ସୁନ୍ଦରୀ ପ୍ରତିଯୋଗିତା ମୁକୁଟ।  ୨୦୧୭ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ତାଜ୍ ପିନ୍ଧିଛନ୍ତି ଭାରତୀୟ ସୁନ୍ଦରୀ ମାନୁଷି ଛିଲ୍ଲର। ଚୀନର ସାନ୍ୟ ସିଟି ଆରେନାରେ ଅନୁଷ୍ଠିତ ମିସ୍ ଓ୍ୱାର୍ଲଡ୍ ପ୍ରତିଯୋଗିତାରେ ବିଶ୍ୱର ବିଭିନ୍ନ ଦେଶର ୧୦୮  ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମାନୁଷି ଏହି ଟାଇଟଲ ଜିଣିଛନ୍ତି । ମାନୁଷିଙ୍କୁ ମୁକୁଟ ପିନ୍ଧାଇଥିଲେ ୨୦୧୬ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ବିଜୟିନୀ ପୁର୍ଟୋରିକୋର ଷ୍ଟିଫେନ୍ ଡେଲ୍ ଭାଲ୍।  ହରିୟାଣାର ମାନୁଷି ଏହା ପୂର୍ବରୁ ୨୦୧୭ ଫେମିନା ମିଶ୍ ଇଣ୍ଡିଆ ଟାଇଟଲ ମଧ୍ୟ ଜିତିଥିଲେ। ୨୦ ବର୍ଷୀୟ ମାନୁଷି ଏବେ ହରିୟାଣାର ସୋନେପତ ସରକାରୀ ଡାକ୍ତରୀ ମହାବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି।

ଭବିଷ୍ୟତରେ  ଜଣେ ଭଲ ହୃଦ୍‌ରୋଗ ଡାକ୍ତର ହେବାର ତାଙ୍କର ସ୍ୱପ୍ନ। ଲକ୍ଷ। ଏପପରିକି ଗ୍ରାମାଞ୍ଚଳରେ ସ୍ୱେଚ୍ଛାକୃତ ମେଲିକାଲ ଖୋଲି ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ସେ ଲକ୍ଷ୍ୟ ରଖିଛନ୍ତି। ହେବା ତାଙ୍କର ଲକ୍ଷ୍ୟ ରହିଛି । ଶାସ୍ତ୍ରୀୟ ନୃତ୍ୟରେ ବେଶ ପାରଙ୍ଗମ ମାନୁଷି ଆଉଟ୍‌ ଡୋର ସ୍ପୋର୍ଷରେ ବି ରୁଚି ରଖିଛନ୍ତି। ତେବେ ଟପ୍‌ ୫ରେ ପହଞ୍ଚିବା ପରେ ମାନୁଷି ସାମ୍ନା କରିଥିଲେ ଅତି କଠିନ ପ୍ରଶ୍ନ।  ହେଲେ ମାନୁଷିଙ୍କ ଚମତ୍କାର ଉତ୍ତର ବିଚାରକମଣ୍ଡଳୀକୁ ଆଚମ୍ବିତ କରିଦେଇଥିଲା।  ଭାବବିହ୍ଵଳ ହୋଇ ଯାଇଥିଲେ ସମସ୍ତେ। ପ୍ରଶ୍ନ ଥିଲା ତୁମ ବିଚାରରେ କେଉଁ ବୃତ୍ତିରେ ସବୁଠୁ ଅଧିକ ଦରମା ମିଳିବା କଥା  ଏବଂ କାହିଁକି ?

ଜବାବରେ  ମାନୁଷି କହିଥିଲେ ଜଣକର କେତେ ଟଙ୍କା ଦରମା ହେବା କଥା ବଡ଼ ନୁହଁ ବରଂ ମା’ର ସ୍ଥାନ ସମସ୍ତଙ୍କ ଠାରୁ ଉଚ୍ଚ ଆସନରେ ରହିବା ଉଚିତ । ତାକୁ ହିଁ ସବୁଠୁ ଅଧିକ ପ୍ରେତ୍ସାହନ ମିଳିବା ମୋ ମତରେ ମା ହେଉଛି ସବୁଠୁ ଉଚ୍ଚସମ୍ମାନର ଅଧିକାରୀ। ମା’ଙ୍କୁ ତ ଦରମା ଦେଇ ହେବ ନାହିଁ ବରଂ ତାଙ୍କୁ ଅଧିକ ସମ୍ମାନ ଆଉ ଭଲପାଇବା ଦେଇ ହେବ। ତାଙ୍କ ମା’ ହିଁ ତାଙ୍କର ସବୁଠୁ ବଡ଼ ଆଦର୍ଶ ବୋଲି ମାନୁଷି କହିଛନ୍ତି । ମାନୁଷିଙ୍କର ଏଭଳି ଉତ୍ତରରେ ତାଙ୍କ ପିତା  କାନ୍ଦି ପକାଇଥିଲେ । ମାନୁଷିଙ୍କ ଏହି ସଫଳତା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରିୟଙ୍ଗା ଚୋପ୍ରା ତାଙ୍କୁ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଭାରତ ତୁମ ପାଇଁ ଗର୍ବିତ ବୋଲି ମୋଦି ତାଙ୍କ ଟ୍ୱିଟ୍‌ ବାର୍ତ୍ତାରେ ଲେଖିଛନ୍ତି। । ମାନୁଷିଙ୍କ ପିତା ଜଣେ ଡାକ୍ତର ଏବଂ ମା’ ମଧ୍ୟ ଜଣେ ଡାକ୍ତର। ମାନୁଷିଙ୍କ ପୂର୍ବରୁ ଶେଷ ଥର ପାଇଁ ୨୦୦୦ ମସିହାରେ ପ୍ରିୟଙ୍କା ଚୋପ୍ରା ଏବଂ ୧୯୯୪ ମସିହାରେ ଐଶ୍ଚର୍ଯ୍ୟା ରାୟ ଭାରତ ପାଇଁ ଏହି ଗୌରବ ଆଣିଥିଲେ।

Related story