ମାତ୍ର ୨ଟି ଷ୍ଟେପ୍‌:  ୩% ଚାର୍ଜରେ ମୋବାଇଲ୍‌ ଚାଲିବ ଘଣ୍ଟେ

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ଫୋନର ବ୍ୟବହାର ଏତେ ବଢ଼ିଗଲାଣି ଯେ, ଏହା ବିନା ଦିନେ ଚଳିବା ମୁସ୍କିଲ। କେବଳ କଲ୍‌ରେ ଆଉ ସୀମିତ ନାହିଁ ମୋବାଇଲର ବ୍ୟବହାର। ସୋସିଆଲ ମିଡିଆରେ ସମୟ ବିତାଇବାଠାରୁ ଆରମ୍ଭ କରି ବିଭିନ୍ନ ଘଟଣା ସମ୍ପର୍କରେ ଜାଣିବାକୁ ଗୁଗଲ ସହିତ ବିଭିନ୍ନ ୱେବସାଇଟ୍ ସର୍ଚ୍ଚ କରିବା, ଗୀତ ଶୁଣିବା, ଫିଲ୍ମ ଦେଖିବା ଓ ଗେମ୍‌ ଖେଳିବା ନିତିଦିନିଆ ଘଟଣା ହୋଇଯାଇଛି। ଏଥିପାଇଁ ବାରମ୍ବାର ଫୋନ୍‌କୁ ଚାର୍ଜ କରିବାକୁ ପଡ଼ିଥାଏ। ଏପରି ସ୍ଥିତିରେ ଯଦି […]

mobile

Rakesh Mallick
  • Published: Saturday, 20 January 2018
  • , Updated: 20 January 2018, 09:40 AM IST

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ଫୋନର ବ୍ୟବହାର ଏତେ ବଢ଼ିଗଲାଣି ଯେ, ଏହା ବିନା ଦିନେ ଚଳିବା ମୁସ୍କିଲ। କେବଳ କଲ୍‌ରେ ଆଉ ସୀମିତ ନାହିଁ ମୋବାଇଲର ବ୍ୟବହାର। ସୋସିଆଲ ମିଡିଆରେ ସମୟ ବିତାଇବାଠାରୁ ଆରମ୍ଭ କରି ବିଭିନ୍ନ ଘଟଣା ସମ୍ପର୍କରେ ଜାଣିବାକୁ ଗୁଗଲ ସହିତ ବିଭିନ୍ନ ୱେବସାଇଟ୍ ସର୍ଚ୍ଚ କରିବା, ଗୀତ ଶୁଣିବା, ଫିଲ୍ମ ଦେଖିବା ଓ ଗେମ୍‌ ଖେଳିବା ନିତିଦିନିଆ ଘଟଣା ହୋଇଯାଇଛି। ଏଥିପାଇଁ ବାରମ୍ବାର ଫୋନ୍‌କୁ ଚାର୍ଜ କରିବାକୁ ପଡ଼ିଥାଏ। ଏପରି ସ୍ଥିତିରେ ଯଦି ଆପଣ କୌଣସି ଜରୁରୀ କାମରେ କେଉଁଠାକୁ ଯାଇଛନ୍ତି ଓ ଫୋନ୍‌ର ଚାର୍ଜ ସରିଗଲା, ତା’ହେଲେ ଚିନ୍ତା ବଢ଼ିଯାଏ। ହେଲେ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣଙ୍କ ମୋବାଇଲରେ ଏକ ସହଜ ଉପାୟ ରହିଛି। ସ୍ମାର୍ଟଫୋନରେ ଏପରି ଏକ ସେଟିଂ ଅଛି, ଯାହାକୁ ଆପଣ ଅନ୍‌ କରି ୩% ରେ ବି ଫୋନ୍‌କୁ ଏକ ଘଣ୍ଟା ଚଲାଇ ପାରିବେ।

ମାତ୍ର ୨ଟି ଷ୍ଟେପ୍‌ରେ ଆପଣ ଏହି ସେଟିଂ କରିପାରିବେ। ଆସନ୍ତୁ ଜାଣିବା କେମିତି ୩% ଚାର୍ଜରେ ୧ ଘଣ୍ଟା ଚଲାଇ ପାରିବେ ମୋବାଇଲ।

୧. ପ୍ରଥମେ ଫୋନ୍‌ର ସେଟିଂକୁ ଯାଇ ଯେଉଁଠି Battery ଅପ୍‌ସନ୍‌ ଅଛି ତାକୁ କ୍ଲିକ୍‌ କରନ୍ତୁ।

୨. Battery ଅପ୍‌ସନ୍‌ରେ କ୍ଲିକ କରିବା ପରେ ଆପଣଙ୍କୁ Battery Saver ଦେଖାଯିବ। ଏହାକୁ ଅନ୍‌ କରିବା ପରେ ଆପଣଙ୍କ ଫୋନ୍‌ ୩%ରେ ବି ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିବ।

କିଛି ଫୋନ୍‌ରେ Battery ଲୋ’ ହୋଇଗଲେ Battery Saver ସେଟିଂ ଅନ୍‌ କରିବାକୁ ପପ୍‌ ଅପ୍‌ ଆସିଥାଏ। ଯଦି ଏପରି ପପ୍‌ ଅପ୍‌ ଆସୁଛି, ତେବେ ଏହାକୁ ଅନ୍‌ କରିଦିଅନ୍ତୁ, ମୋବାଇଲ ଅଧିକ ସମୟ ଚାଲାଇ ପାରିବେ।

Battery Saver କିଛି ଫୋନ୍‌ରେ Power Saving Mode ନାଁରେ ରହିଥାଏ। ଆପଣ ଚାହିଁଲେ ଏହାକୁ ସବୁ ବେଳେ ଅନ୍‌ କରି ରଖିପାରିବେ।

Related story