କେମିକାଲ୍‌ ଆକ୍ରମଣର ସାମ୍ନା କରିବାକୁ ବି ସମର୍ଥ ଏହି କାର୍: ଜାଣନ୍ତୁ ମୋଦି ଓ ଟ୍ରମ୍ପଙ୍କ ସବୁଠୁ ସୁରକ୍ଷିତ ଗାଡ଼ିର କ୍ଷମତା ବିଷୟରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସବୁଠୁ ଚର୍ଚ୍ଚିତ ଓ  ଲୋକପ୍ରିୟ ନେତା। ଏହି ଦୁଇ ନେତା ଦୁନିଆର ସବୁଠୁ ଶକ୍ତିଶାଳୀ ବ୍ୟକ୍ତିତ୍ୱର ମଧ୍ୟ ଅଧିକାରୀ। ଜଣେ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ହୋଇଥିବା ବେଳେ ଅନ୍ୟଜଣେ ବିଶ୍ୱର ସବୁଠୁ ବଡ ଗଣତନ୍ତ୍ରର ଦେଶ ଇଣ୍ଡିଆର ପ୍ରଧାନମନ୍ତ୍ରୀ। ତେଣୁ ଏହି ଦୁଇଜଣଙ୍କ ସୁରକ୍ଷା ବ୍ୟବସ୍ଥା ଅଦ୍ଭୁତପୂର୍ବ ହୋଇଥାଏ। କେବଳ ଏହା ନୁହେଁ ଯାତାୟତ ପାଇଁ ଏମାନେ […]

cara

Rakesh Mallick
  • Published: Thursday, 17 August 2017
  • , Updated: 17 August 2017, 09:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସବୁଠୁ ଚର୍ଚ୍ଚିତ ଓ  ଲୋକପ୍ରିୟ ନେତା। ଏହି ଦୁଇ ନେତା ଦୁନିଆର ସବୁଠୁ ଶକ୍ତିଶାଳୀ ବ୍ୟକ୍ତିତ୍ୱର ମଧ୍ୟ ଅଧିକାରୀ। ଜଣେ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ହୋଇଥିବା ବେଳେ ଅନ୍ୟଜଣେ ବିଶ୍ୱର ସବୁଠୁ ବଡ ଗଣତନ୍ତ୍ରର ଦେଶ ଇଣ୍ଡିଆର ପ୍ରଧାନମନ୍ତ୍ରୀ। ତେଣୁ ଏହି ଦୁଇଜଣଙ୍କ ସୁରକ୍ଷା ବ୍ୟବସ୍ଥା ଅଦ୍ଭୁତପୂର୍ବ ହୋଇଥାଏ। କେବଳ ଏହା ନୁହେଁ ଯାତାୟତ ପାଇଁ ଏମାନେ ବ୍ୟବହାର କରୁଥିବା କାର୍‌ ମଧ୍ୟ ବେଶ ସୁରକ୍ଷିତ। ତେବେ ଆସନ୍ତୁ ଜାଣିବା ଭାରତ ଓ ଆମେରିକାର ଏହି ଦୁଇ ନେତାଙ୍କ କାର୍ କେତେ ସୁରକ୍ଷିତ।

ଭାରତର ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ କାର୍‌ ହେଉଛି BMW-7 ସିରିଜ୍ 760Li। ସୁରକ୍ଷା ଦୃଷ୍ଟିରୁ ଏହି କାର୍‌ ଅଧିକ ସୁରକ୍ଷିତ ଓ ଏଥିରେ ଅତ୍ୟାଧୁନିକ ସୁବିଧା ରହିଛି। ମୋଦିଙ୍କ ଏହି କାର ଟ୍ରମ୍ପଙ୍କ କାର୍‌ ସହ ଅନେକ ସାମଞ୍ଜସ୍ୟ ରହିଛି। ସବୁପ୍ରକାର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏଥିରେ ବିଶେଷ ସୁବିଧା ରହିଛି। ଯେଉଁଥିରେ କୌଣସି ଗୁଳି, ବାରୁଦ କିମ୍ବା ବୋମା ଭେଦ୍‌ କରିପାରିବ ନାହିଁ। ଏହି କାର୍‌ ୬.୨ ସେକେଣ୍ଡରେ ଘଣ୍ଟାପ୍ରତି ୧୦୦ କିମି ପର୍ଯ୍ୟନ୍ତ ସ୍ପିଡ୍‌ରେ ଯାଇପାରିବ। ଏହି କାର୍‌ର ମୂଲ୍ୟ ୫କୋଟି। ୫୯୭୨ ସିସିର ଏହି କାର୍‌ର ପାୱାର୍‌ ରହିଛି ୫୪୪ ବିଏଚ୍‌ପି। ଆଉ ଏହାର ଟମ୍‌ ସ୍ପିଡ୍‌ ରହିଛି ଘଣ୍ଟାପ୍ରତି ୨୧୦ କିମି ।

ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ ନାଁ ହେଉଛି ‘କ୍ୟାଡିଲାକ୍‌ ୱାନ୍‌’ (ଦି ବିଷ୍ଟ୍‌)। ଏହା ମଧ୍ୟ ବେଶ୍‌ ସୁରକ୍ଷିତ। ସମସ୍ତ ପ୍ରକାର ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଏହି କାର୍‌ ଅତ୍ୟାଧୁନିକ ‍ଜ୍ଞାନକୌଶଳରେ ତିଆରି ହୋଇଛି। ଏହି କାର୍‌ କେମିକାଲ୍‌ ଆକ୍ରମଣକୁ ସାମ୍ନା କରିବାର ସକ୍ଷମ। ଏହି କାର୍‌କୁ ସୁରକ୍ଷା ଦୃଷ୍ଟିରୁ ବିଶେଷ ଧ୍ୟନ ଦିଆଯାଇଛି। ୮୦୦୦ ସିସିର ଏହି କାର୍‌ର ପାୱାର ରହିଛି ୮୦୦ ବିଏଚ୍‌ପି। ଏହି କାର୍‌ରେ ୧୫ ସେକେଣ୍ଡରେ ଘଣ୍ଟାପ୍ରତି ୧୦୦ କିମି ସ୍ପିଡ୍‌ରେ ଚାଲିପାରିବାର କ୍ଷମତା ରହିଛି। ଏହାସହ ଏହାର ଟପ୍‌ ସ୍ପିଡ୍‌ ରହିଛି ଘଣ୍ଟାପ୍ରତି ୧୫୦ କିମି। ୧୦ କୋଟି ଟଙ୍କା ମୂଲ୍ୟର ଏହି କାର୍ ବିଶ୍ୱର ସବୁଠାରୁ ସୁରକ୍ଷିତ କାର୍‌ ଭାବେ ଗଣାଯାଏ।

Related story