ମହିମାଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା

କଟକ: ୨୦୧୩ କଟକ ପ୍ରେସ୍ ଛକ ବୋମାମାଡ଼ ଓ ହତ୍ୟା ଉଦ୍ୟମ ଘଟଣାରେ ମହିମା ମିଶ୍ରଙ୍କ ଜାମିନ ଆବେଦନର ଆଜି ଶୁଣାଣି ହେବାର ଥିଲା। କୋର୍ଟ ଏହାର ଶୁଣାଣି ଘୁଞ୍ଚାଇ ଦେବା ସହ କେସ୍‌ ଡାଏରୀ, ମଞ୍ଜୁର ରିପୋର୍ଟ ଦାଖଲ ପାଇଁ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୦ ତାରିଖରେ କଟକ ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ, ଜମିଜମା ବିବାଦକୁ ନେଇ ୩ ବର୍ଷ ତଳେ ଅଭୟ ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କ […]

mahima

Rakesh Mallick
  • Published: Tuesday, 24 January 2017
  • , Updated: 24 January 2017, 12:57 PM IST

କଟକ: ୨୦୧୩ କଟକ ପ୍ରେସ୍ ଛକ ବୋମାମାଡ଼ ଓ ହତ୍ୟା ଉଦ୍ୟମ ଘଟଣାରେ ମହିମା ମିଶ୍ରଙ୍କ ଜାମିନ ଆବେଦନର ଆଜି ଶୁଣାଣି ହେବାର ଥିଲା। କୋର୍ଟ ଏହାର ଶୁଣାଣି ଘୁଞ୍ଚାଇ ଦେବା ସହ କେସ୍‌ ଡାଏରୀ, ମଞ୍ଜୁର ରିପୋର୍ଟ ଦାଖଲ ପାଇଁ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୦ ତାରିଖରେ କଟକ ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ, ଜମିଜମା ବିବାଦକୁ ନେଇ ୩ ବର୍ଷ ତଳେ ଅଭୟ ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ପ୍ରେସ୍ ଛକ ନିକଟରେ ବୋମାମାଡ଼ କରାଯାଇଥିଲା। ଏହି ଘଟଣାରେ ଗତ ୪ ତାରିଖରେ ଗଣେଶ ସାହୁ ନାମକ ଜଣେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଥିଲା। ଗଣେଶ ତାଙ୍କ ବୟାନରେ ମହିମାଙ୍କ ନାଁ ନେବା ସହ ତାଙ୍କ ଇଙ୍ଗିତରେ ଏହି କାଣ୍ଡ ଘଟିଥିବା କହିଥିଲେ।

ସେତେବେଳେ ୭୨ ଲକ୍ଷ ଟଙ୍କାରେ ମହିମା ଏକ ଜମି କିଣିବାକୁ ଚାହିଁଥିଲେ। ତେବେ ସେହି ଜମିକୁ ଅଭୟ ଭଟ୍ଟ କିଣିବାରେ ସମର୍ଥ ହେବାରୁ ସେ ଉତ୍‌କ୍ଷିପ୍ତ ହୋଇଥିଲେ। ସେଥିପାଇଁ ତାଙ୍କ ଇଙ୍ଗିତରେ ଅଭୟଙ୍କ ଉପରକୁ ବୋମାମାଡ଼ ହୋଇଥିବା ପୋଲିସ୍ ଅନୁମାନ କରିଥିଲା। ରିମାଣ୍ଡ ବେଳେ ପୋଲିସ୍ ମହିମାଙ୍କୁ ଏ ନେଇ ପଚରାଉଚରା କରିଥିଲା।

Related story