ଆତଙ୍କୀ ଅବଦୁର ରେହମାନଙ୍କ ପାଇଁ ଚାନ୍ଦା ମାଗୁଥିବା ଅଭିଯୋଗ, ୫ ଜଣଙ୍କ ନାଁରେ ଏତଲା

ସାଲେପୁର: ଗିରଫ ଆତଙ୍କବାଦୀ ଅବଦୁର ରେହମାନ ପାଇଁ ଚାନ୍ଦା ମାଗୁଥିବା ଅଭିଯୋଗରେ ସାଲେପୁର ଥାନାରେ ଆଜି ୫ ଜଣଙ୍କ ନାଁରେ ଏତଲା ରୁଜୁ ହୋଇଛି। ସାଇଁପଡ଼ା ଗାଁର ସେକ୍ ତିହିମିର ଅଲ୍ଲୀଙ୍କ ଲିଖିତ ଅଭିଯୋଗ ଆଧାରରେ ଏତଲା ରୁଜୁ କରାଯାଇଛି। ସେ ଯେଉଁମାନଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସେମାନେ ହେଲେ ସାଇଁପଡ଼ା ଗାଁର ଅବଦୁର ରୌଫ ଖାଁ, ଗୁଲାମ ରାଜନ ଖାଁ, ସେକ୍ ଜହର ଅଲ୍ଲୀ, ସମସୁଲ୍‌ ଖାଁ ଓ ମହମ୍ମଦ ଇଦରିସ୍ ଖାଁ। ଚାନ୍ଦା ପାଇଁ […]

tihimirali

Rakesh Mallick
  • Published: Thursday, 29 December 2016
  • , Updated: 29 December 2016, 01:35 PM IST

ସାଲେପୁର: ଗିରଫ ଆତଙ୍କବାଦୀ ଅବଦୁର ରେହମାନ ପାଇଁ ଚାନ୍ଦା ମାଗୁଥିବା ଅଭିଯୋଗରେ ସାଲେପୁର ଥାନାରେ ଆଜି ୫ ଜଣଙ୍କ ନାଁରେ ଏତଲା ରୁଜୁ ହୋଇଛି। ସାଇଁପଡ଼ା ଗାଁର ସେକ୍ ତିହିମିର ଅଲ୍ଲୀଙ୍କ ଲିଖିତ ଅଭିଯୋଗ ଆଧାରରେ ଏତଲା ରୁଜୁ କରାଯାଇଛି।

ସେ ଯେଉଁମାନଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସେମାନେ ହେଲେ ସାଇଁପଡ଼ା ଗାଁର ଅବଦୁର ରୌଫ ଖାଁ, ଗୁଲାମ ରାଜନ ଖାଁ, ସେକ୍ ଜହର ଅଲ୍ଲୀ, ସମସୁଲ୍‌ ଖାଁ ଓ ମହମ୍ମଦ ଇଦରିସ୍ ଖାଁ। ଚାନ୍ଦା ପାଇଁ ଏମାନେ ଗାଁରେ ଗୁପ୍ତ ବୈଠକ କରିବା ସହିତ ଲୋକଙ୍କ ଉପରେ ଜୁଲୁମ କରୁଥିବା ତିହିମିର ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି,“ସେମାନେ ମୋତେ ବାରମ୍ବାର ଜୁଲୁମ କରୁଛନ୍ତି। ମୋତେ ପଚାଶ ହଜାର ଟଙ୍କା ମାଗୁଛନ୍ତି। ଏହି ପାଞ୍ଚ ଜଣ ସବୁ ବେଳେ ଦଶ କୋଡ଼ିଏ ଜଣ ଲୋକ ଧରି ଚାଲି ଆସୁଛି। ସେମାନେ କହୁଛନ୍ତି ଅବଦୁର ରେହମାନ ବର୍ତ୍ତମାନ ଦିଲ୍ଲୀ ଜେଲ୍‌ରେ ଅଛନ୍ତି। ତାଙ୍କ କେସ୍ ଲଢ଼ିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହେଉଛି। ମୁସ୍‌ଲିମ୍ ସଂଗଠନ ହିସାବରେ ତାଙ୍କ ପାଖକୁ ଗୁପ୍ତରେ ଟଙ୍କା ପଠାଇବାକୁ ସେମାନେ କହୁଛନ୍ତି। ଟଙ୍କା ନ ଦେଲେ ମୋର ଅସୁବିଧା ହେବ ବୋଲି କହୁଛନ୍ତି। ମୋ ପୁଅର ବି ଅସୁବିଧା ହେବ ବୋଲି କହୁଛନ୍ତି। ଏଠି ମୋତେ କି ମୋ ପୁଅକୁ ରଖାଇ ଦିଆଯିବନି ବୋଲି କହୁଛନ୍ତି। ଏମିତି ବିଭିନ୍ନ ପ୍ରକାର ନିର୍ଯାତନା ଦେଉଛନ୍ତି। ୧୫ ଦିନ ହେଲାଣି ସେମାନେ ଏମିତି କରୁଛନ୍ତି। ତେଣୁ ବାଧ୍ୟହୋଇ ମୁଁ ଥାନାରେ ଅଭିଯୋଗ କରିଛି।”

ସାଲେପୁର ଏସ୍‌ଡିପିଓ ପି.କେ ଜେନା କହିଛନ୍ତି,“ଏନେଇ ଏଫ୍‌ଆଇଆର୍ ରୁଜୁ ହୋଇଛି। ତଦନ୍ତ ପରେ ଅଭିଯୋଗର ସତ୍ୟାସତ୍ୟ ଜଣାପଡ଼ିବ।”

Related story