ଥରେ ଆଖି ଖୋଲ ମା’... ମଲା ମା’ କୋଳରେ ଛୁଆ ମାଙ୍କଡର ସତ ଚେଷ୍ଟା...

‘ତୋ କୋଳ ଝୁଲଣା, ତୋ ପଣତ ଛାଇ କିଏ ସେ ନେଲା ଛଡାଇ, ସପନରେ ଆସି ମୋ ମୁଣ୍ଡ ଆଉଁସି କୁଆଡେ ଯାଉ ପଳାଇ, କୋଉଠି ଅଛୁ ତୁ’ ଖୋଜି ମୁଁ ପାଉନି ଥରେ ଦେଖା ଦେଇ ଯା.. ମୋ ମା’..।  ଏ ହୃଦୟସ୍ପର୍ଷୀ ଗୀତଟି ଆପଣ ଶୁଣିଥିବେ କି ନାହିଁ ଜଣାନାହିଁ କିନ୍ତୁ ଗୀତର ମାର୍ମିକ  ବେଦନାକୁ ବେଶ ଭଲ କରି ଅନୁଭବ କରିପାରୁଥିବେ ନିଶ୍ଚୟ । ମା’କୁ ନ ପାଇ ପିଲାଟି କେମିତି ଡହଳବିକଳ […]

monkey-2

monkey-2

Rakesh Mallick
  • Published: Monday, 19 February 2018
  • Updated: 19 February 2018, 08:32 PM IST

Sports

Latest News

‘ତୋ କୋଳ ଝୁଲଣା, ତୋ ପଣତ ଛାଇ କିଏ ସେ ନେଲା ଛଡାଇ, ସପନରେ ଆସି ମୋ ମୁଣ୍ଡ ଆଉଁସି କୁଆଡେ ଯାଉ ପଳାଇ, କୋଉଠି ଅଛୁ ତୁ’ ଖୋଜି ମୁଁ ପାଉନି ଥରେ ଦେଖା ଦେଇ ଯା.. ମୋ ମା’..।  ଏ ହୃଦୟସ୍ପର୍ଷୀ ଗୀତଟି ଆପଣ ଶୁଣିଥିବେ କି ନାହିଁ ଜଣାନାହିଁ କିନ୍ତୁ ଗୀତର ମାର୍ମିକ  ବେଦନାକୁ ବେଶ ଭଲ କରି ଅନୁଭବ କରିପାରୁଥିବେ ନିଶ୍ଚୟ । ମା’କୁ ନ ପାଇ ପିଲାଟି କେମିତି ଡହଳବିକଳ ହେଉଛି ତାହା ଏହି ଗୀତର ସାରକଥା। ଏ’ତ ଥିଲା ଗୀତ ଆଉ ଅଭିନୟର କଥା। କିନ୍ତୁ ଏଠି ଯେଉଁ ଘଟଣା ଘଟିଛି ତାହା କୌଣସି ସିନେମା ବା ନାଟକର ଦୃଶ୍ୟ ନୁହଁ। ଏକଦମ ନିଚ୍ଛକ ଚିତ୍ର। ଆଉ କରୁଣ କାହାଣୀ। ଦେଖିଲେ ଫାଟିଯିବ ହୃଦୟ।  ମନରେ ପ୍ରଶ୍ନ ଆସିବ ସତରେ ନିୟତି କେତେ ନିର୍ଦ୍ଦୟ ଆଉ କେତେ ନିଷ୍ଠୁର ତା’ର ବିଚାର।  ଦୃଶ୍ୟଟି ହେଉଛି ମା’ ମାଙ୍କଡ଼ଟି  ମରିଗଲା ପରେ ତା’ର କୁନି ଛୁଆଟି ଯେମିତି ଆଉଟ ପାଉଟ ହେଉଛି ତାହା ଅବର୍ଣ୍ଣନୀୟ। ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଜକେଇ ଆସିବ। ଏମିତି ଏକ ହୃଦୟ ବିଦାରକ ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ଆଉ ଏହି ଭିଡିଓଟି ପ୍ରବଳ ମାତ୍ରାରେ ସେୟାର ହେଉଛି।

ଏହି ମାଙ୍କଡ ଛୁଆଟି  ମୃତ ମା’ କୋଳରେ ବସି ସେ  ମା’କୁ ଉଠାଇବାକୁ ଚେଷ୍ଟା କରୁଛି। ଚାହୁଁଛି ମା’ ପୁଣି ଥରେ ଆଖି ଖୋଲୁ। ଉଠିକି ତାକୁ ଟିକେ କୋଳେଇ ନେଉ। ଗେହ୍ଲାରେ ତା ମୁଣ୍ଡ ଟିକେ ଆଉଁସି ଦେଉ। କିନ୍ତୁ ଦଇବର ଗତି ଅଲଗା। ପିଣ୍ଡରୁ ଛାଡିଯାଇଥିବା ପ୍ରା’ଣ କେବେ ଫେରିଛି ନା ଫେରିବ। କର୍ଣ୍ଣାଟକର ଗଡଗ ଜିଲ୍ଲାର ଲକ୍ଷ୍ମେଶ୍ୱରରେ ଘଟିଛି ଏହି ଘଟଣା।

ବିଦ୍ୟୁତ୍‌ ସଂସ୍ପର୍ଶ ଦ୍ୱାରା ସେଠାକାର ଗୋଟେ ମାଇ ମାଙ୍କଡର ମୃତ୍ୟୁ ଘଟିଛି। ଗାଁ ଲୋକେ ମାଙ୍କଡ଼ଟିର ଅନ୍ତିମ ସଂସ୍କାର କାମରେ ଲାଗିଥିଲେ। ହଠାତ୍‌ ଚାଲିଆସିଲା ମାଙ୍କଟର ପିଲାଟି। ଦୌଡିଗଲା ମା’ ପାଖକୁ। ମା’ କୁ ଆଲିଙ୍ଗନ କରି ତା’ କୋଳରେ ବସି ପଡିଲା। ମା’ ଆଖି ଖୋଲୁ ନ ଥିବାର ଦେଖି ଚେଷ୍ଟା କଲା ମା’କୁ ଉଠାଇବାକୁ । ସତଚେଷ୍ଟା ତା’ର ବିଫଳ ଗଲା, ଯେହେତୁ ତା’ ମା’ ଆଉ ଦୁନିଆରେ ନ ଥିଲା। ଛୁଆ ମାଙ୍କଡଟି ବିଶ୍ୱାସ କରିପାରୁ ନ ଥାଏ ଯେ ମା’ ଆଉ ଉଠିବନି।  ତଥାପି ମା’ କୋଳ ଛାଡିବାକୁ ସେ ନାରାଜ। ଅନ୍ତିମ ସଂସ୍କାର ସମୟ ହେଲା। ଛୁଆ ମାଙ୍କଡ ମା’ କୋଳ ନ ଛାଡିବାରୁ ଗାଁ ଲୋକେ ବାଧ୍ୟ ହୋଇ ତାକୁ ମା’ କୋଳରୁ ଅଲଗା କଲେ ଓ ମାଙ୍କଡର ଅନ୍ତିମ ସଂସ୍କାର କଲେ। ମାଙ୍କଡର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯିଏ ଦେଖୁଛି ସେ ଭାବୁକ ହେଉଛି। ସେ ମଣିଷ ହେଉକି ପଶୁ  ମା’ର  ମମତାରେ ସମସ୍ତେ ବନ୍ଧା ତାହା ଉପରୋକ୍ତ ଚିତ୍ର ହିଁ ବଖାଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos