ମାଙ୍କଡ଼ ହେଲେ ବି ମାଆ… ଆଣ୍ଟିନା ଜାଲରେ ଫସିଥିବା ଛୁଆକୁ ଉଦ୍ଧାର ପାଇଁ ୧୫ ଘଣ୍ଟା ସଂଘର୍ଷ

Ordigital Desk
  • Published: Friday, 16 June 2017
  • , Updated: 16 June 2017, 01:39 PM IST
<p>&lt;strong&gt;ନିମାପଡ଼ା&lt;/strong&gt;&lt;strong&gt;:&lt;/strong&gt; ପୁରୀ ଜିଲ୍ଲା ନିମାପଡାରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକ ମାଙ୍କଡ ତା&rsquo; ଛୁଆକୁ ବଞ୍ଚାଇବା ପାଇଁ କରିଥିଲା ୧୫ ଘଣ୍ଟାର ସଂଘର୍ଷ। ଘଟଣାଟି ଆଖପାଖ ଅଂଚଳରେ ଖୁବ୍ ଚର୍ଚ୍ଚା ହୋଇଥିଲା। ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ବି ଜମିଥିଲା।</p> <p>[vc_video link=&quot; &quot; align=&quot;center&quot;]</p> <p>ପୂରା ଘଟଣାଟି ଏହିପରି। କାଶୀନାଥ ନାମକ ବ୍ୟକ୍ତି ତାଙ୍କ ଟିଭି ଆଣ୍ଟିନାକୁ ମାଙ୍କଡ଼ଙ୍କ କବଳରୁ ସୁର&zwj;କ୍ଷା ରଖିବାକୁ ତା ଉପରେ ଏକ ଜାଲ ବିଛାଇ ଦେଇଥିଲେ। ତେବେ ଗତକାଲି ମାଙ୍କଡ ପଲ ତାଙ୍କ ଘରଛାତ ଦେଇ ଯାଉଥିବା ବେଳେ, ସେଇ ଜାଲରେ ଏକ ଛୁଆ ମାଙ୍କଡ ଫସି ଯାଇଥିଲା। ସବୁ ଚେଷ୍ଟା ସତ୍ତ୍ୱେ ମାଙ୍କଡ଼ ଶିଶୁଟି ଜାଲରୁ ବାହାରି ପାରିନଥିଲା। ତେଣୁ ତାକୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ ପୁରା ମାଙ୍କଡ ପଲ। କେହି ଯେମିତି ଛାତ ଉପରକୁ ଆସିନପାରିବେ ସେଥିପାଇଁ ଜଗି ରହିଥିଲା ମା&rsquo; ମାଙ୍କଡ। ଅନ୍ୟ ମାଙ୍କଡମାନେ ବି ଛୁଆ ମାଙ୍କଡକୁ ଜଗି ରହିଲେ। ଛୁଆ ମାଙ୍କଡ଼ଟିକୁ ଉଦ୍ଧାର କରିବାକୁ ମାଙ୍କଡ଼ ପଲ ଚେଷ୍ଟା ଚଳାଇଥିବା ବେଳେ, କାଶୀନାଥଙ୍କ ପରିବାର ଲୋକେ ସ୍ନେକ୍ ହେଲପଲାଇନ୍&zwnj;କୁ ଖବର ଦେଇଥିଲେ।</p> <p>ଆଜି କାଶୀନାଥଙ୍କ ଘରେ ସ୍ନେକ୍ ହେଲପଲାଇନର ସଦସ୍ୟମାନେ ପହଞ୍ଚିଥିବା ପରେ ଜାଲ କାଟି ସେମାନେ ଛୁଆ ମାଙ୍କଡଟିକୁ ଉଦ୍ଧାର କରିଥିଲେ। ଛୁଆ ମାଙ୍କଡ଼ଟିକୁ ଛାଡ଼ିବା ପରେ ହିଁ ପୂରା ମାଙ୍କଡ଼ ପଲ ଜାଗା ଛାଡ଼ିଥିଲେ।</p>

Related story