ଆଜିଠୁ ମୌସୁମୀ ଅଧିବେଶନ: ଜାଣନ୍ତୁ କିଏ କାହାକୁ କେମିତି ଘେରିବ

ଭୁବନେଶ୍ୱର: ଆଜିଠୁ ବସୁଛି ବିଧାନସଭାର ମୌସୁମୀ ଅଧିବେଶନ।  ଆଜି ପ୍ରଥମ ଦିନରେ ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହେବ।  ଫଳରେ ଦିନକ ପାଇଁ ଗୃହକୁ ମୁଲତବୀ ରଖିପାରନ୍ତି ବାଚସ୍ପତି ପ୍ରଦୀପ ଅମାତ। ଏଥର ମୌସୁମୀ ଅଧିବେଶନରେ ଗୃହ ସରଗରମ ହେବାର ଆଭାସ ମିଳୁଛି । ଗୃହରେ ଶାସକ ଦଳକୁ  ଘେରିବା ପାଇଁ ବିରୋଧୀଙ୍କ ହାତରେ ରହିଛି ଲମ୍ବା ତାଲିକା।  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ମୁଖ୍ୟ ପ୍ରସଙ୍ଗ କରିବ […]

Rakesh Mallick
  • Published: Thursday, 07 September 2017
  • , Updated: 07 September 2017, 02:59 PM IST

ଭୁବନେଶ୍ୱର: ଆଜିଠୁ ବସୁଛି ବିଧାନସଭାର ମୌସୁମୀ ଅଧିବେଶନ।  ଆଜି ପ୍ରଥମ ଦିନରେ ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହେବ।  ଫଳରେ ଦିନକ ପାଇଁ ଗୃହକୁ ମୁଲତବୀ ରଖିପାରନ୍ତି ବାଚସ୍ପତି ପ୍ରଦୀପ ଅମାତ। ଏଥର ମୌସୁମୀ ଅଧିବେଶନରେ ଗୃହ ସରଗରମ ହେବାର ଆଭାସ ମିଳୁଛି । ଗୃହରେ ଶାସକ ଦଳକୁ  ଘେରିବା ପାଇଁ ବିରୋଧୀଙ୍କ ହାତରେ ରହିଛି ଲମ୍ବା ତାଲିକା।  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି,  ବେକାର ଯୁବକଙ୍କୁ ନିଯୁକ୍ତି ନ ମିଳିବା,  ବିମୁଦ୍ରାକରଣ, ନରେନ୍ଦ୍ର ମୋଦି ନିର୍ବାଚନ ପ୍ରତିଶ୍ରୁତି ପୂରଣରେ ବିଫଳ ଆଦି ପ୍ରସଙ୍ଗକୁ ନେଇ ବିଜେପିକୁ ଅଡୁଆରେ ପକାଇପାରେ କଂଗ୍ରେସ ।

ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ,  ଚାଷୀଙ୍କ ସମସ୍ୟା, ପିଆଜର ଦର ବୃଦ୍ଧି, ଜଳସେଚନରେ ରାଜ୍ୟ ସରକାରଙ୍କ ବିଫଳତା, ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଭଳି ପ୍ରସଙ୍ଗରେ ଶାସକ ଦଳକୁ ଘେରିବ କଂଗ୍ରେସ।

ସେପଟେ ବିଜେପି ମଧ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ନେଇ ବିଧାନସଭା ହଟଚମଟ କରିପାରେ। ପିଇବା ପାଣି, ମରୁଡି ସମସ୍ୟା, ନବୀନଙ୍କ ଅକାକାଉଣ୍ଟ ଅନିୟମିତତା ମାମଲା, ଶାସକ ଦଳ ଓ ଖଣି ଲିଜ୍‌ଧାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା,  ଗର୍ଭବତୀ ମହିଳାଙ୍କୁ ଖଟିଆରେ ନେବା , କିଛି ସ୍ଥାନରେ ମରୁଡି ଭଳି ଘଟଣାକୁ ବିଜେପି ପ୍ରସଙ୍ଗ କରିବା ସମ୍ଭାବନା ରହିଛି।

ସେପଟେ ଶାସକ ଦଳ କହିଛି ବିରୋଧୀଙ୍କ ପାଖରେ କୌଣସି ଇସ୍ୟୁ ନାହିଁ । ତା’ସହିତ କେନ୍ଦ୍ରୀୟ ଅବହେଳା, ବିଭିନ୍ନ ଯୋଜନା କାଟ୍, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି,  ବିମୁଦ୍ରାକରଣ ଫେଲ୍, ରନ୍ଧନ ଗ୍ୟାସ ସିଲିଣ୍ଡରରେ ସବ୍‌ସିଡ ଅର୍ଥ ପ୍ରତ୍ୟାହାରକୁ ନେଇ ଶାସକ ଦଳ କାଉଣ୍ଟର ଷ୍ଟ୍ରାଟେଜୀ ପ୍ରସ୍ତୁତ କରିଛି।   ବିଜେଡି ବିଧାୟକ ଦଳ ବୈଠକରେ ରଣନୀତି ନେଇ ଆଲୋଚନା ହୋଇଛି ।  ଏହି ଅଧିବେଶନ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।  ଏଥିରେ ୮ଟି କାର୍ଯ୍ୟଦିବସରେ ୯ଟି ବିଲ୍ ପାରିତ କରିବା ପାଇଁ ଯୋଜନା ରହିଛି।

ଫଟୋ: ଫାଇଲ ଫଟୋ

Related story