ଏମିତି ରାସ୍ତା, ଯେଉଁଠି ମୃତ୍ୟୁ ଅପେକ୍ଷା କରି ରହିଥାଏ!

ନୂଆଦିଲ୍ଲୀ: ପୃଥିବୀରେ ପ୍ରାୟ ୬ କୋଟି ୪୪ ଲକ୍ଷ କିଲୋମିଟର ଲମ୍ବାର ସଡ଼କ ରହିଛି। ବର୍ଷ ବର୍ଷ ଧରି ଏହି ସଡ଼କ ଯାତାୟତର ମାଧ୍ୟମ ହୋଇ ରହି ଆସିଛି। ହେଲେ ବିଶ୍ୱରେ ଏମିତି କିଛି ସଡ଼କ ରହିଛି, ଯେଉଁଠି ଗାଡି ଚଲାଇବାକୁ ହେଲେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଦରକାର। କାରଣ ଏହି ସଡ଼କରେ ସବୁବେଳେ କାଳ ଆପଣଙ୍କ ପାଇଁ ମୃତ୍ୟୁର ଯନ୍ତା ବସାଇ ଅପେକ୍ଷା କରିଥାଏ। ଆଜି ଆମେ ଏପରି ୪ଟି ସଡ଼କ ବିଷୟରେ କହିବାକୁ […]

road

road

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 03:04 PM IST

Sports

Latest News

ନୂଆଦିଲ୍ଲୀ: ପୃଥିବୀରେ ପ୍ରାୟ ୬ କୋଟି ୪୪ ଲକ୍ଷ କିଲୋମିଟର ଲମ୍ବାର ସଡ଼କ ରହିଛି। ବର୍ଷ ବର୍ଷ ଧରି ଏହି ସଡ଼କ ଯାତାୟତର ମାଧ୍ୟମ ହୋଇ ରହି ଆସିଛି। ହେଲେ ବିଶ୍ୱରେ ଏମିତି କିଛି ସଡ଼କ ରହିଛି, ଯେଉଁଠି ଗାଡି ଚଲାଇବାକୁ ହେଲେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଦରକାର। କାରଣ ଏହି ସଡ଼କରେ ସବୁବେଳେ କାଳ ଆପଣଙ୍କ ପାଇଁ ମୃତ୍ୟୁର ଯନ୍ତା ବସାଇ ଅପେକ୍ଷା କରିଥାଏ। ଆଜି ଆମେ ଏପରି ୪ଟି ସଡ଼କ ବିଷୟରେ କହିବାକୁ ଯାଉଛୁ, ଯାହାକୁ ମୃତ୍ୟୁର ରାସ୍ତା ବୋଲି ମଧ୍ୟ କୁହାଯାଇଥାଏ।

ବୋଲିଭିଆର ଡେଥ୍‌ ରୋଡ୍‌: ବୋଲିଭିଆର ଏହି ୟୁଙ୍ଗସ ପାସ୍‌କୁ ଡେଥ୍‌ ରୋଡ୍‌ କୁହାଯାଇଥାଏ। ଏଠାରେ ପ୍ରତିବର୍ଷ ଦୁର୍ଘଟଣାରେ ୨୦୦ରୁ ୩୦୦ ଲୋକଙ୍କ ମୃତ୍ୟୁ ଘଟୁଥିବାରୁ ଏହି ରାସ୍ତାର ନାଁ ଏପରି ଦିଆଯାଇଛି। ୬୧ କିମିର ଏହି ସଡ଼କ କୋପିଟଲ କପାସରୁ ବୋରୋଲିଭା ନାମକ ସ୍ଥାନକୁ ଯୋଡିଛି। ଏହି ରାସ୍ତାରେ ଭୟଙ୍କର ସ୍ଥାନ ଦେଇ ବୁଲି ବୁଲି ଆପଣଙ୍କୁ ଯିବାକୁ ହେବ। ଏହା ସିଙ୍ଗିଲ ଲେନ୍‌ ବାଲା ମାଟି ରାସ୍ତା। କୁହାଯାଏ ଏହି ରାସ୍ତାରେ ଯେତେବେଳେ ଦୁଇଟି ଗାଡ଼ ପରସ୍ପରକୁ ବିପରୀତ ଦିଗରୁ ପାର ହୁଅନ୍ତୁ ମୃତ୍ୟୁକୁ ଆଖି ଆଗରେ ଦେଖିବା ପରି ଲାଗେ। କାରଣ ରାସ୍ତା ତଳକୁ ରହିଛି ୧୯୦୦ ଫୁଟର ଖାଇ। ଏହି ରାସ୍ତାରେ ଗାଡ଼ି ଚଲାଇବା ବେଳେ ସାମାନ୍ୟତମ ଭୁଲ ଜୀବନ ନେଇଯାଇଥାଏ।

pakistanପାକିସ୍ତାନର ଲୱାରୀ ପାସା: ଏହା ପାକିସ୍ତାନର ସବୁଠାରୁ ଅଧିକ ଅଙ୍କାବଙ୍କା ସଡ଼କ। ଏଥିରେ ଯିବା ବେଳେ ଆପଣଙ୍କ ମୁଣ୍ଡ ବୁଲାଇ ପକାଇବ। ପାକିସ୍ତାନୀ ଏହାକୁ ହିଲ୍ସ ରୋଡ୍‌ କହିଥାନ୍ତି। ପ୍ରତିବର୍ଷ ଏହି ରାସ୍ତାରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିଥାଏ। ଏହି ରାସ୍ତାରେ ସବୁବେଳେ ଲୋଡ୍‌ ହୋଇଥିବା ଟ୍ରକ୍‌ ବହୁମାତ୍ରାରେ ଦେଖିବାକୁ ମିଳିଥାଏ। ଏଠାରେ ଟ୍ରକ୍‌ ଡ୍ରାଇଭରଙ୍କୁ ଜିନିଷ ଶୀଘ୍ର ପହଞ୍ଚାଇବାକୁ ଅଧିକ ଟଙ୍କା ମିଳିଥାଏ। ଏହି କାରଣରୁ ଅଙ୍କାବଙ୍କା ରାସ୍ତା ହୋଇଥିଲେ ବି ଡ୍ରାଇଭରମାନେ ଗାଡ଼ିକୁ ଦ୍ରୁତଗତିରେ ଚଲାଇଥାନ୍ତି। ଏହାସହ ଏହି ରାସ୍ତାରେ ଯିବା ବେଳେ ଗାଡ଼ି ଚାଳକମାନେ ବହୁତ ଜୋରରେ ଗୀତ ବଜାଇ ଥାନ୍ତି, ଯାହା ଦୁର୍ଘଟଣା ଓ ମୃତ୍ୟୁର ଅନ୍ୟ ଏକ କାରଣ ବୋଲି କୁହାଯାଇଥାଏ। ୨୪୦ କିମି। ପାହାଡ଼ କାଟି ଏହାକୁ ନିର୍ମାଣ କରାଯାଇଛି। ଏହି ଅଞ୍ଚଳରେ ରହୁଥିବା ଲୋକମାନଙ୍କ ପାଇଁ ଏହା ଏକମାତ୍ର ରାସ୍ତା।

KutneyPassକାନାଡ଼ାର କୁଟନୀ ପାସ୍‌: ଏହି ରାସ୍ତାରେ ଗାଡ଼ି ଚାଳକଙ୍କ ବଡ଼ ଶତ୍ରୁ ହେଉଛି ପାହଡ଼ରୁ ଖସୁଥିବା ବରଫ ଖଣ୍ଡ। ୱେଷ୍ଟର୍ଣ୍ଣ କାନାଡ଼ାର ରକି ମାଉଣ୍ଟେନ୍‌ ମଧ୍ୟରେ ଯାଇଛି ୮୦ କିମିର ଏହି ରାସ୍ତା। ସାଉଥର୍ଣ୍ଣ ବ୍ରିଟିସ୍‌ କୋଲମ୍ବିଆର ଦୂରଦୂରାନ୍ତ ଅଞ୍ଚଳ ପାଇଁ ଏହି ରାସ୍ତାକୁ ଜୀବନରେଖା କୁହାଯାଇଥାଏ। ୬୦୦୦ ଫୁଟ୍‌ ଉଚ୍ଚାରେ ଥିବା ଏହି ରାସ୍ତାର ମୁଖ୍ୟ ସମସ୍ୟା ହେଲା ପ୍ରତିବର୍ଷ ଶହ ଶହ ବରଫ ଖଣ୍ଡ ଖସିବା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବରଫ ଖଣ୍ଡ ଖସି ପୂରା ଗାଡ଼ିକୁ ଢାଙ୍କି ଦେବା ସେମାନେ ଦେଖିଛନ୍ତି। କହିବାକୁ ଗଲେ ଆଖି ଆଗରେ ମୃତ୍ୟୁକୁ ଦେଖିବା ସହ ସମାନ। ରକି ପର୍ବତକୁ ପାର ହେବାକୁ ଏହା ଏକମାତ୍ର ରାସ୍ତା ହୋଇଥିବାରୁ ଅଞ୍ଚଳବାସୀଙ୍କ ପାଇଁ ଏହାର ଗୁରୁତ୍ୱ ବହୁତ। ଆକଳନ ଅନୁସାରେ ପ୍ରତି ସପ୍ତାହରେ ଏହି ରାସ୍ତାରେ ୧୬୦୦ ଗାଡ଼ି କେବଳ ଖାଦ୍ୟପେୟ ନେବା ଆଣିବା କରିଥାନ୍ତି। ଏପରି ସ୍ଥିତିରେ ଯଦି ବରଫ ଖସି ରାସ୍ତା ଦୀର୍ଘ ଦିନ ପର୍ଯ୍ୟନ୍ତ ବନ୍ଦ ରହେ ତେବେ ଲୋକେ ବହୁତ ହଇରାଣ ହୋଇଥାନ୍ତି।

Russiaରୁଷର ହାଇୱେ: ଏଠାରେ ଗାଡ଼ି ଚାଳକଙ୍କ ସୌକ ଅଦ୍ଭୁତ ପ୍ରକାର। ରିପୋର୍ଟ ମୁତାବ ରୁଷର ବିଭିନ୍ନ ରାଜପଥରେ ପ୍ରତିବର୍ଷ ହାରାହାରି ୨ ଲକ୍ଷ ଦୁର୍ଘଟଣା ଘଟିଥାଏ। ଅନ୍ୟ ଦେଶ ତୁଳନାରେ ଏଠାରେ ସଡ଼କ ଦୁର୍ଘଟଣା ହାର ୬ ଗୁଣା ଅଧିକ ରହିଥାଏ।। ଏଠାରେ ଗାଡ଼ି ଚାଳକଙ୍କ କଥା ନ କହିବା ଭଲ। କେତେବେଳେ ଯିଏ ରଫ୍‌ ଡ୍ରାଇଭିଂ କରିଥାଏ ତ ଆଉ କେତେବେଳେ କିଏ ମଦ ପିଇ ଗାଡ଼ି ଚଲାଇଥାଏ। ଏପରିକି ବହୁ ସମୟରେ ପାଦଚଲା ଲୋକ କେତେବେଳେ କେଉଁଠୁ ଗାଡ଼ି ଆଗକୁ ଆସିଯିବେ ଆପଣ ଜାଣିପାରିବେ ନାହିଁ। ଏଠାରେ ଦୁର୍ଘଟଣା ଘଟିଲେ ଇସ୍ୟୁରାନ୍‌ କ୍ଲେମ କରିବାକୁ ବହୁତ ସମସ୍ୟା ଉଠାଇବାକୁ ପଡ଼ିଥାଏ। ଏହି କାରଣରୁ ଏଠିକାର ଲୋକେ ଗାଡିରେ କ୍ୟାମେରା ଲଗାଇଥାନ୍ତି। ଯାହା ୨୪ ଘଣ୍ଟା ଅନ୍‌ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story