ସବୁଠି ଜିତିଥାନ୍ତି ଏହି ତିନି ରାଶିର ବ୍ୟକ୍ତି

ଶିଶୁଟି ଯେତେବେଳେ ଜନ୍ମ ନିଏ  ତା’ର ଜନ୍ମ ତାରିଖ ସହ ସହ ତା’ର ରାଶି ଉପରେ  ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଶିଶୁଟିର ଭାଗ୍ୟ ଓ ଭବିଷ୍ୟତ ତାର ରାଶି ଉପରେ ନିର୍ଭର କରିଥାଏ। ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ଗୁରୁ ,ମଙ୍ଗଳ ଓ ଶନି ଶୁଭସ୍ଥାନରେ ଥାନ୍ତି। ସେମାନେ ସବୁଥିରେ ଜିତିଥାନ୍ତି ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି। ରାଶିଚକ୍ରରେ  ୧୨ଟି ରାଶି ରହିଛି। ଏହି ରାଶି ମଧ୍ୟରୁ  ତିନିଟି ରାଶିର ବ୍ୟକ୍ତି ଯେଉଁ କାର୍ଯ୍ୟ କରିଥାନ୍ତି ତାଙ୍କୁ ସଫଳତା ମିଳିଥାଏ। […]

bhagyaban

Rakesh Mallick
  • Published: Sunday, 24 December 2017
  • , Updated: 24 December 2017, 11:47 AM IST

ଶିଶୁଟି ଯେତେବେଳେ ଜନ୍ମ ନିଏ  ତା’ର ଜନ୍ମ ତାରିଖ ସହ ସହ ତା’ର ରାଶି ଉପରେ  ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଶିଶୁଟିର ଭାଗ୍ୟ ଓ ଭବିଷ୍ୟତ ତାର ରାଶି ଉପରେ ନିର୍ଭର କରିଥାଏ। ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ଗୁରୁ ,ମଙ୍ଗଳ ଓ ଶନି ଶୁଭସ୍ଥାନରେ ଥାନ୍ତି। ସେମାନେ ସବୁଥିରେ ଜିତିଥାନ୍ତି ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି। ରାଶିଚକ୍ରରେ  ୧୨ଟି ରାଶି ରହିଛି। ଏହି ରାଶି ମଧ୍ୟରୁ  ତିନିଟି ରାଶିର ବ୍ୟକ୍ତି ଯେଉଁ କାର୍ଯ୍ୟ କରିଥାନ୍ତି ତାଙ୍କୁ ସଫଳତା ମିଳିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ...

ମେଷ- ଏହି ରାଶିର ବ୍ୟକ୍ତିଙ୍କୁ ସବୁକାର୍ଯ୍ୟରେ ସଫଳତା ମିଳିଥାଏ। ଏମାନେ ନେତୃତ୍ୱ ନେବାକୁ ପସନ୍ଦ କରନ୍ତି। ଏମାନଙ୍କର ଆତ୍ମବିଶ୍ୱାସ ଦୃଢ଼ ହୋଇଥାଏ। ଯେଉଁକାମ କରିବାକୁ ମନ ସ୍ଥିର କରିଥାନ୍ତି ତାକୁ ପୂରା କରି ଛାଡ଼ିଥାନ୍ତି। ଏହାସହ ଏମାନେ ନିଜ ପସନ୍ଦର କାମ କରିବାକୁ ପସନ୍ଦ କରନ୍ତି।

ଧନୁ-  ଏହି ରାଶିର ବ୍ୟକ୍ତି ବିପ୍ଲବୀ ଚିନ୍ତାଧାରର ହୋଇଥାନ୍ତି। ଏମାନଙ୍କ ସ୍ୱଭାବ ସଫଳତା ପାଇବାର ବାଟ ଫିଟାଇ ଦେଇଥାଏ। ଏମାନେ ଦୂରଦୃଷ୍ଟି ସମ୍ପନ୍ନ ହୋଇଥାନ୍ତି। ଏମାନେ କଠିନ ପରିଶ୍ରମୀ ହୋଇଥାନ୍ତି। ଏମାନେ ନିଜ ଜୀବନରେ ନିଜେ ନିୟମ ତିଆରି କରନ୍ତି, ନିଜେ ଚଳନ୍ତି ଓ ଅନ୍ୟକୁ ଚଳିବାକୁ ପରାମର୍ଶ ଦିଅନ୍ତି।

ମକର-ଏହି ରାଶିର ବ୍ୟକ୍ତି ପ୍ରଭାବଶାଳୀ ଓ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି। ଏପରି ଗୁଣ ଯୋଗୁଁ ଏମାନେ ବହୁତ ଆଗକୁ ଯାଇପାରନ୍ତି। ଏମାନଙ୍କୁ ପରିବାରରେ ଖୁସି ମିଳିବା ସହ ମାନ ସମ୍ମାନର ଅଧିକାରୀ ହୋଇଥାନ୍ତି। ଏମାନଙ୍କ ପାଖରେ ଟଙ୍କା ପଇସାରେ ଅଭାବ ନ ଥାଏ। ଏମାନେ  କର୍ପୋରେଟ କ୍ଷେତ୍ରରେ କାମ କରିବାକୁ ପସନ୍ଦ କରନ୍ତି। ଦୃଢ଼ ଆତ୍ମବିଶ୍ୱାସ ଯୋଗୁଁ ଏମାନଙ୍କୁ ସବୁକ୍ଷେତ୍ରରେ ସଫଳତା ମିଳିଥାଏ।

 

 

 

 

Related story