ଜୀବନରେ ବଡ଼ ସମସ୍ୟା ଆସିଲେ କ’ଣ କରିବେ?

ନୂଆଦିଲ୍ଲୀ: ଜୀବନ ଜଞ୍ଜାଳମୟ। ଏହାର ମୁକାବିଲା ଏକାନ୍ତ ଜରୁରି। ହେଲେ କେତେକ ବ୍ୟକ୍ତି ଏହାର ମୁକାବିଲା କରିନପାରି ଜୀବନ ବିକଳରେ ଦୌଡ଼ି ଥାଆନ୍ତି। ସେହିଭଳି ବ୍ୟକ୍ତିଙ୍କ ଜୀବନ ଦୁଃଖମୟ। ଗୋଟିଏ ସମସ୍ୟା ସମାଧାନ କରିବା ପାଇଁ ସେମାନେ ଅନେକ ଗୁଡ଼ିଏ ଜଟିଳ ସମସ୍ୟାରେ ସମ୍ମୁଖୀନ ହୋଇଥାଆନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ସ୍ୱାମୀ ବିବେକାନନ୍ଦ ଦେଖାଇଛନ୍ତି ମାର୍ଗ ଦର୍ଶନ। ବହୁବର୍ଷ ତଳେ ଆୟୋଜିତ ବହୁ କାର୍ଯ୍ୟକ୍ରମରେ ସ୍ୱାମୀଜୀ ଦେଇଥିବା ମାର୍ଗ ଦର୍ଶନକୁ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ପ୍ରୟୋଗ […]

motivational-story-of-swami-vivekanand

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 01:43 AM IST

ନୂଆଦିଲ୍ଲୀ: ଜୀବନ ଜଞ୍ଜାଳମୟ। ଏହାର ମୁକାବିଲା ଏକାନ୍ତ ଜରୁରି। ହେଲେ କେତେକ ବ୍ୟକ୍ତି ଏହାର ମୁକାବିଲା କରିନପାରି ଜୀବନ ବିକଳରେ ଦୌଡ଼ି ଥାଆନ୍ତି। ସେହିଭଳି ବ୍ୟକ୍ତିଙ୍କ ଜୀବନ ଦୁଃଖମୟ। ଗୋଟିଏ ସମସ୍ୟା ସମାଧାନ କରିବା ପାଇଁ ସେମାନେ ଅନେକ ଗୁଡ଼ିଏ ଜଟିଳ ସମସ୍ୟାରେ ସମ୍ମୁଖୀନ ହୋଇଥାଆନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ସ୍ୱାମୀ ବିବେକାନନ୍ଦ ଦେଖାଇଛନ୍ତି ମାର୍ଗ ଦର୍ଶନ। ବହୁବର୍ଷ ତଳେ ଆୟୋଜିତ ବହୁ କାର୍ଯ୍ୟକ୍ରମରେ ସ୍ୱାମୀଜୀ ଦେଇଥିବା ମାର୍ଗ ଦର୍ଶନକୁ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ପ୍ରୟୋଗ କଲେ ସମସ୍ୟା ସମାଧାନ ହୋଇଯିବ। ଆସନ୍ତୁ ଦେଖିବା କ’ଣ ସେହି ମାର୍ଗ ଦର୍ଶନ।

ଥରେ ସ୍ୱାମୀଜୀ ମାଆ ଦୁର୍ଗାଙ୍କ ମନ୍ଦିର ପାର୍ଶ୍ୱ ଦେଇ ଯାଉଥିଲେ। ଏହି ସମୟରେ କିଛି ମାଙ୍କଡ଼ ତାଙ୍କୁ ଘେରି ଗଲେ। ମାଙ୍କଡ଼ଙ୍କ କବଳରୁ ମୁକ୍ତି ପାଇବା ପାଇଁ ସ୍ୱାମୀଜୀ ଜୀବନ ବିକଳରେ ଦୌଡ଼ିଲେ। ମାଙ୍କଡ଼ମାନେ ମଧ୍ୟ ତାଙ୍କ ପଛରେ ଦୌଡ଼ିଲେ। କିଛି ବାଟ ଗଲା ପରେ ଜଣେ ବୃଦ୍ଧ ସନ୍ନ୍ୟାସୀ ତାଙ୍କୁ (ବିବେକାନନ୍ଦ)ଙ୍କୁ ଅଟକାଇଲେ ଏବଂ ମାଙ୍କଡ଼ ସହିତ ମୁକାବିଲା କରିବା ପାଇଁ କହିଥିଲେ। ଡରରେ ଥରୁଥିବା ସ୍ୱାମୀଜୀ ମାଙ୍କଡ଼ଙ୍କ ସହିତ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଲେ। ସ୍ୱାମୀଜୀଙ୍କ ଏପରି ରୂପ ଦେଖି ମାଙ୍କଡ଼ମାନେ ପଳାଇ ଯାଇଥିଲେ। ଏଥିପାଇଁ ସ୍ୱାମୀଜୀ, ବୃଦ୍ଧ ସନ୍ନ୍ୟାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ବହୁବର୍ଷ ତଳେ ଆୟୋଜିତ ଏକ କର୍ମଶାଳାରେ ସ୍ୱାମୀଜୀ ଏହା କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ-“ଜୀବନରେ ସମସ୍ୟା ଆସିଲେ ଡରିବା ଦରକାର ନାହିଁ। ଏହାର ମୁକାବିଲା କରିବା ଦରକାର। ତାହାହେଲେ ଯାଇ ସମାଧାନର ରାସ୍ତା ବାହାରିବ।”

Related story