ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର:ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୁଧବାର ଆଣ୍ଡାମାନ ନିକୋବର ଛୁଇଁଛି। ଆଜି ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବଙ୍ଗୋପସାଗରର କିଛି ଅଂଶ, ସମ୍ପୂର୍ଣ୍ଣ ଦକ୍ଷିଣ ଆଣ୍ଡାମାନ୍‌ ସାଗର ଅଞ୍ଚଳ, ନିକୋବର ଦୀପପୁଞ୍ଜ ଓ ଉତ୍ତର ଆଣ୍ଡାମାନ୍‌ ସାଗରର କିଛି ଅଂଶକୁ ଛୁଇଁଛି। ମୌସୁମୀ ବାୟୁ ଆଗକୁ ବଢିବା ଲାଗି ଏବେ ପାଗ ଅନୁକୂଳ ରହିଛି। ତେଣୁ  ଆଗାମୀ ୩ରୁ ୪ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଆଣ୍ଡାମାନ ସାଗର ଅଞ୍ଚଳରେ […]

rain fall

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 02:35 PM IST

ଭୁବନେଶ୍ୱର:ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୁଧବାର ଆଣ୍ଡାମାନ ନିକୋବର ଛୁଇଁଛି। ଆଜି ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବଙ୍ଗୋପସାଗରର କିଛି ଅଂଶ, ସମ୍ପୂର୍ଣ୍ଣ ଦକ୍ଷିଣ ଆଣ୍ଡାମାନ୍‌ ସାଗର ଅଞ୍ଚଳ, ନିକୋବର ଦୀପପୁଞ୍ଜ ଓ ଉତ୍ତର ଆଣ୍ଡାମାନ୍‌ ସାଗରର କିଛି ଅଂଶକୁ ଛୁଇଁଛି। ମୌସୁମୀ ବାୟୁ ଆଗକୁ ବଢିବା ଲାଗି ଏବେ ପାଗ ଅନୁକୂଳ ରହିଛି। ତେଣୁ  ଆଗାମୀ ୩ରୁ ୪ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଆଣ୍ଡାମାନ ସାଗର ଅଞ୍ଚଳରେ ପ୍ରବେଶ କରିବ ବୋଲି ସୂଚନା ମିଳିଛି।  ଅନ୍ୟପକ୍ଷରେ ଚଳିତବର୍ଷ ମୌସୁମୀ ବାୟୁ ସ୍ଥଳଭାଗ ଛୁଇଁବାରେ ୬ରୁ ୭ ଦିନ ବିଳମ୍ବ ହୋଇପାରେ ବୋଲି ପୂର୍ବରୁ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।

Related story