ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ପରଲୋକ

ମୁମ୍ବାଇ: ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କର ୭୭ ବର୍ଷ ବୟସରେ ଆଜି ରାତି ପ୍ରାୟ ୯ଟା ୪୨ରେ ପରଲୋକ ଘଟିଛି। କିଛିଦିନ ହେବ ସେ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ, ପୁଅ, ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ। ଏନେଇ ଜନମୋର୍ଚ୍ଚା ସଭାପତି ସାରଦା ପ୍ରସାଦ ସ୍ୱାଇଁ ସ୍ପଷ୍ଟ କରିଛନ୍ତି। ମସ୍ତିଷ୍କ ସଂକ୍ରମଣରେ ପୀଡିତ ଥିବା ପ୍ୟାରୀଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ହସ୍ପିଟାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀ […]

pari-mohapatra

Rakesh Mallick
  • Published: Sunday, 19 March 2017
  • , Updated: 19 March 2017, 10:58 PM IST

ମୁମ୍ବାଇ: ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କର ୭୭ ବର୍ଷ ବୟସରେ ଆଜି ରାତି ପ୍ରାୟ ୯ଟା ୪୨ରେ ପରଲୋକ ଘଟିଛି। କିଛିଦିନ ହେବ ସେ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ, ପୁଅ, ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ। ଏନେଇ ଜନମୋର୍ଚ୍ଚା ସଭାପତି ସାରଦା ପ୍ରସାଦ ସ୍ୱାଇଁ ସ୍ପଷ୍ଟ କରିଛନ୍ତି।

ମସ୍ତିଷ୍କ ସଂକ୍ରମଣରେ ପୀଡିତ ଥିବା ପ୍ୟାରୀଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ହସ୍ପିଟାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ।

ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇ ପ୍ୟାରୀ ସୁସ୍ଥ ହୋଇଥିଲେ। କେବେ ସଂକ୍ରମଣ ବଢିବାରୁ ସେ ମୁମ୍ବାଇ ଯାଇ ଚିକିତ୍ସିତ ହେଉଥିଲେ।

୧୯୪୦ ଜାନୁଆରୀ ୨୫ ତାରିଖରେ ଅନୁଗୋଳ ଜିଲ୍ଲା ତାଳଚେରରେ ଜନ୍ମ ହୋଇଥିଲେ ପ୍ୟାରୀମୋହନ ମହାପାତ୍ର। ଜଣେ ଆଇଏଏସ୍ ଭାବେ ସେ ଆରମ୍ଭ କରି ଥିଲେ ତାଙ୍କ କ୍ୟାରିୟର।  ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ।

‘ଚାଣକ୍ୟ’, ‘ଅଙ୍କଲ୍’ ଏମିତି ଅନେକ ନାଁରେ ପରିଚିତ ଥିଲେ ପ୍ୟାରୀ। ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ପରେ ସେ ବନିଯାଇଥିଲେ ରାଜ୍ୟ ରାଜନୀତିର ଚାଣକ୍ୟ। ନବୀନ ପଟ୍ଟନାୟକଙ୍କ ପରେ ସେ ଥିଲେ ବିଜୁ ଜନତା ଦଳର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି। ବିଜେଡିର ମାଷ୍ଟରମାଇଣ୍ଡ ଭାବେ ସେ ଜଣାଶୁଣା ଥିଲେ। ଏପରିକି ତାଙ୍କୁ ବିଜେଡିର ପ୍ରକ୍ସି ଲିଡର ବୋଲି ମଧ୍ୟ କୁହାଯାଉଥିଲା।

ତେବେ ଏତେ ଶକ୍ତିଶାଳୀ ଥିବା ପ୍ୟାରୀଙ୍କୁ ୨୦୧୨ ଜୁନ୍ ମାସରେ ଦଳରୁ ନିଲମ୍ବନ କରିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।

Related story