ସବୁଠାରୁ କମ୍‌ ବୟସର ଶିଶୁର ସର୍ଜରୀ କରି ବିଶ୍ୱ ରେକର୍ଡ  କଲା ଏଏମ୍‌ୟୁ

ଅଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ)ର ଡାକ୍ତର ୨୪୪ ଦିନର ଶିଶୁର ସଫଳତାର ସହ ଲାପ୍ରୋସ୍କୋପି ସର୍ଜରୀ କରି  ଗିନିଜ୍‌ ୱାର୍ଲ୍ଡ ରେକର୍ଡ କରିଛନ୍ତି। ପୂର୍ବରୁ ୨୭୧ ଦିନର ଏକ ଶିଶୁର ଅସ୍ତ୍ରୋପଚାର ହୋଇଥିଲା। ଯାହାର ରେକର୍ଡ ଭାଙ୍ଗିଛି ଏଏମ୍‌ୟୁ। ଏଏମ୍‌ୟୁ ସ୍ଥିତ ଜବାହରଲାଲ ନେହେରୁ ମେଡିକାଲ କଲେଜ (ଜେଏନ୍‌ଏମ୍‌ସିଏଚ୍‌)ର ଡାକ୍ତରଙ୍କ ଅନୁସାରେ ନବଜାତ ରିୟା କୁମାରୀକୁ ବାନ୍ତି ହେଉଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଶରୀର ପରୀକ୍ଷା କରିବା ପରେ ଜଣାପଡ଼ିଥିଲା ଯେ ତାଙ୍କର ପିତାଶୟରେ ତିନୋଟି […]

docter

Rakesh Mallick
  • Published: Saturday, 21 April 2018
  • , Updated: 21 April 2018, 01:31 PM IST

ଅଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ)ର ଡାକ୍ତର ୨୪୪ ଦିନର ଶିଶୁର ସଫଳତାର ସହ ଲାପ୍ରୋସ୍କୋପି ସର୍ଜରୀ କରି  ଗିନିଜ୍‌ ୱାର୍ଲ୍ଡ ରେକର୍ଡ କରିଛନ୍ତି। ପୂର୍ବରୁ ୨୭୧ ଦିନର ଏକ ଶିଶୁର ଅସ୍ତ୍ରୋପଚାର ହୋଇଥିଲା। ଯାହାର ରେକର୍ଡ ଭାଙ୍ଗିଛି ଏଏମ୍‌ୟୁ।

ଏଏମ୍‌ୟୁ ସ୍ଥିତ ଜବାହରଲାଲ ନେହେରୁ ମେଡିକାଲ କଲେଜ (ଜେଏନ୍‌ଏମ୍‌ସିଏଚ୍‌)ର ଡାକ୍ତରଙ୍କ ଅନୁସାରେ ନବଜାତ ରିୟା କୁମାରୀକୁ ବାନ୍ତି ହେଉଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଶରୀର ପରୀକ୍ଷା କରିବା ପରେ ଜଣାପଡ଼ିଥିଲା ଯେ ତାଙ୍କର ପିତାଶୟରେ ତିନୋଟି ପଥର ରହିଛି। ଏହାକୁ ଲାପ୍ରୋସ୍କୋପି ଜରିଆରେ ହଟାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ଏହାପରେ ରିୟାଙ୍କ ଲାପ୍ରୋସ୍କୋପି ସର୍ଜରୀ ଜରିଆରେ ପିତାଶୟରୁ ପଥର ବାହାର କରାଯାଇଥିଲା।

ଗିନିଜ୍‌ ୱାର୍ଲ୍ଡ ରେକର୍ଡ ୱେବସାଇଟ୍‌ରେ କୁହାଯାଇଛି ଯେ, ଡାକ୍ତର ରିଜବାନ ଅହମ୍ମଦ ଖାନ୍ ଓ ତାଙ୍କ ଟିମ୍ ଜେଏନ୍‌ଏମସିଏଚ୍‌ରେ ସର୍ଜରୀ ଜରିଆରେ  ଶିଶୁଟିର ପିତାଶୟରୁ ୩ଟି ପଥର ବାହାର କରିଛନ୍ତି।

ଡାକ୍ତର ରିଜବାନ ଅହମ୍ମଦ ଖାନ୍ କହିଛନ୍ତି,“ ଏହି ହସ୍ପିଟାଲରେ ଏତେ ଛୋଟ ଶିଶୁର ସର୍ଜରୀ କରାଯାଇଛି, ଏହି ଶିଶୁଠାରୁ କମ୍ ବୟସର କୌଣସି ପିଲାର ସର୍ଜରୀ ହୋଇଥିବା ମୁଁ ଜାଣିନାହିଁ। ”

ଶିଶୁଟି ଏବେ ସୁସ୍ଥ ଅଛି ତାକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

Related story