ନିୟମ ଭାଙ୍ଗି ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ ଏହି ପୋଲିସ୍‌ ଅଫିସର

ମୁମ୍ବାଇ: ନିୟମ ଭାଙ୍ଗିବା ନିଶ୍ଚିତ ଭାବେ ଏକ ଭୁଲ୍‌ କାମ। କିନ୍ତୁ ବେଳେ ବେଳେ ପରିସ୍ଥିତିକୁ ଦେଖି ନିୟମ ଭାଙ୍ଗିବାରେ କିଛି ଭୁଲ୍‌ ନାହିଁ । ଖାଲି ଆମେ ନୁହେଁ ଆମ ସମାଜର ଅନେକ ଲୋକ ଆମ କଥାରେ ସହମତ ହେବେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଏମିତି କରିଛନ୍ତି । ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାବାକୁ ଯାଇ ସେ ନିଜେ ନିୟମ ଭାଙ୍ଗିଛନ୍ତି। ଆଉ ପ୍ରଶଂସିତ ମଧ୍ୟ ହୋଇଛନ୍ତି। ନିୟମ […]

sabas

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 08:41 PM IST

ମୁମ୍ବାଇ: ନିୟମ ଭାଙ୍ଗିବା ନିଶ୍ଚିତ ଭାବେ ଏକ ଭୁଲ୍‌ କାମ। କିନ୍ତୁ ବେଳେ ବେଳେ ପରିସ୍ଥିତିକୁ ଦେଖି ନିୟମ ଭାଙ୍ଗିବାରେ କିଛି ଭୁଲ୍‌ ନାହିଁ । ଖାଲି ଆମେ ନୁହେଁ ଆମ ସମାଜର ଅନେକ ଲୋକ ଆମ କଥାରେ ସହମତ ହେବେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଏମିତି କରିଛନ୍ତି । ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାବାକୁ ଯାଇ ସେ ନିଜେ ନିୟମ ଭାଙ୍ଗିଛନ୍ତି। ଆଉ ପ୍ରଶଂସିତ ମଧ୍ୟ ହୋଇଛନ୍ତି।

ନିୟମ ଭଙ୍ଗିବା ଦ୍ୱାରା ଯଦି କାହା ଜୀବନ ରକ୍ଷା ହୋଇପାରୁଛି, ତେବେ ସେ ପରିସ୍ଥିତିରେ ଏହା ଗ୍ରହଣୀୟ। ମୁମ୍ବାଇର ପୋଲିସ୍‌ ଅଫିସର ଉର୍ମିଳା କିରଦାତ୍‌ ଏହାକୁ ପ୍ରମାଣିତ କରିଛନ୍ତି।

୯୦ ବର୍ଷୀୟ ବୃଦ୍ଧ ଇରଚ୍‌ ବଲସାରା, ସେଦିନ ଘରେ ଏକା ଥିଲେ। ଘର ବାହାରେ ତାଙ୍କ ସମ୍ପର୍କୀୟ କବାଟ ବାଡାଉଥିଲେ ବି ବଲସାରା କବାଟ ଖୋଲିଲେ ନାହିଁ। ଦୀର୍ଘ ସମୟ ଘର କବାଟ ନ ଖୋଲିବାରୁ  ପରିବାର ଲୋକେ ଚିନ୍ତାରେ ପଡିଗଲେ ଏବଂ ପୋଲିସ୍‌ର ସହାୟତା ଲୋଡ଼ିଲେ। ସେ ସମୟରେ ଡ୍ୟୁଟିରେ ଥାନ୍ତି ଉର୍ମିଳା । ଏକଥା ଶୁଣି ଉର୍ମିଲା ତୁରନ୍ତ ଦମକଳବାହିନୀକୁ ଡକାଇଲେ। ଏବଂ କିଛି ପୋଲିସ୍‌ ଅଫିସରଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସେଠାରେ ପହଞ୍ଚିବା ପରେ କିଛି ପୋଲିସ୍‌ କର୍ମଚାରୀ ଘରର ମୁଖ୍ୟ କବାଟ ଭାଙ୍ଗିବାକୁ ଚେଷ୍ଟା କଲେ କିନ୍ତୁ କିଛି ଲାଭ ହେଲାନି। ଦମକଳବାହିନୀ ରୋଷେଇ ଘରର କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିବା ପରେ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ବୃଦ୍ଧଙ୍କ ସମ୍ପର୍କୀୟ ତାଙ୍କୁ ତୁରନ୍ତ ହସ୍ପିଟାଲା ନେବାକୁ ବାହାରିଥିଲେ କିନ୍ତୁ କୌଣସି ହସ୍ପିଟାଲରୁ ଆମ୍ବୁଲାନ୍ସ ଆସି ପାରିଲା ନାହିଁ।

ଶେଷରେ ଉର୍ମିଳା ନିଜ ଭ୍ୟାନ୍‌ରେ ସମସ୍ତ ପ୍ରୋଟକଲ ଭାଙ୍ଗି ବୃଦ୍ଧ ଜଣଙ୍କୁ ହସ୍ପିଟାଲ ନେବାକୁ ବାହାରିଲେ। କେବଳ ସେତିକି ନୁହେଁ ହସ୍ପିଟାଲରେ ପହଞ୍ଚିବାକୁ ରାସ୍ତାର ବିପରୀତ ଦିଗରେ  ଗାଡି ଚଲାଇଥିଲେ। ଏ ବାବଦରେ ଆଗରୁ ଟ୍ରାଫିକ୍‌ ପୋଲିସ୍‌ଙ୍କୁ କେବଳ ଫୋନ୍‌ରେ ଜଣାଇ ଦେଇଥିଲେ। ଶେଷରେ ଉର୍ମିଳା ନିଜ କାର୍ଯ୍ୟରେ ସଫଳ ହେଲେ ଆଉ ବୃଦ୍ଧ ଜଣଙ୍କ ଜବୀନ ବଞ୍ଚିଗଲା। ଉର୍ମିଲାଙ୍କ ଏହି କାର୍ଯ୍ୟ ପାଇଁ ମୁମ୍ବାଇ ପୋଲିସ୍ ରାଜ୍ୟରେ ପ୍ରଶଂସିତ ହୋଇଛି।

Related story