ଜୀବନର ଅନ୍ତିମ ସତ୍ୟ ହେଉଛି ମୃତ୍ୟୁ। ଦିନେନା ଦିନେ ସମସ୍ତଙ୍କୁ ମରିବାକୁ ପଡ଼ିବ। ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି। ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁଃ। ଅର୍ଥାତ୍ ଯିଏ ଜନ୍ମ ହୋଇଛି ତା’ର ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଏଇ ରହସ୍ୟମୟ ଦୁନିଆ ଭିତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୁଚି ରହିଛି ଅମରପ୍ରାପ୍ତିର ଗୁପ୍ତ କଥା। ଯେଉଁଠି ଅଟକିଯାଏ ମୃତ୍ୟୁ। ଯେଉଁଠି ଋଷିଙ୍କ ତପସ୍ୟା ଅଟକାଇ ଦିଏ ସମୟର କ୍ରୁର ଗତିକୁ। ମଣିଷ ଅମର ହୋଇ ରହେ ସବୁଦିନ ପାଇଁ। ଆଜି ଆସନ୍ତୁ ଜାଣିବା ସେହିଭଳି ଏକ ରହସ୍ୟମୟ ଦୁନିଆ ବିଷୟରେ । ଯେଉଁ ରହସ୍ୟ ଉପରୁ ବିଜ୍ଞାନ ବି ଆଜିଯାଏଁ ପରଦା ହଟାଇ ପାରିନି।
ସେଟଲାଇଟ୍ ବି ଫେଲ: ପ୍ରକୃତିର ଏହି ସ୍ଥାନଟି ଏମିତି ତିଆରି ହୋଇଛି ଯେ ବିଜ୍ଞାନର ଆଧୁନିକ ଟେକ୍ନୋଲୋଜି ମ୍ୟାପିଂ ସିଷ୍ଟମର ତିକ୍ଷ୍ଣ ନଜର ବି ଧରି ପାରୁନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି ଏହି ସ୍ଥାନ ଉପରୁ ସେଟଲାଇଟ୍ରେ ମଧ୍ୟ ଦେଖାଯାଏ ନାହିଁ।
ଲେଖକ ହିଲ୍ଟନଙ୍କ ପୁସ୍ତକ ‘Lost Horizon, about the lost kingdom of Shangri-La’ରେ ଏହି ସ୍ଥାନର ବର୍ଣ୍ଣନା ରହିଛି। ବାଲ୍ମିକି ରାମାୟଣରେ ମଧ୍ୟ ଜ୍ଞାନଗଞ୍ଜ ସ୍ଥାନକୁ ସିଦ୍ଧାଶ୍ରମ କୁହାଯାଇଛି।
ବୌଦ୍ଧ ଧର୍ମର ସମ୍ପର୍କ: ବୌଦ୍ଧ ଧାର୍ମାବଲମ୍ବୀମାନେ କୁହନ୍ତି ଭଗବାନ ବୁଦ୍ଧ ତାଙ୍କ ଶେଷ ସମୟ ପୂର୍ବରୁ କାଳଚକ୍ରର ଗତି ବିଷୟରେ ଜାଣି ସାରିଥିଲେ। ସେ ଏହି ଜ୍ଞାନ ରାଜା ସୁଚନ୍ଦ୍ରଙ୍କୁ ପ୍ରଦାନ କରିଥିଲେ। ବୁଦ୍ଧଙ୍କଠାରୁ ଜ୍ଞାନ ପ୍ରାପ୍ତି ପରେ ରାଜା ନିଜ ରାଜ୍ୟକୁ ଫେରି ଆସିଥିଲେ। ସେହି ଦିନଠାରୁ ତିବ୍ବତରେ ଏହି ସ୍ଥାନକୁ ସମ୍ଭାଲା କୁହାଗଲା। ସମ୍ବାଲା ଶବ୍ଦର ଅର୍ଥ ହେଉଛି ‘ଖୁସୀର ଶ୍ରୋତ’। କୁହାଯାଏ ଏହି ସ୍ଥାନଟି ଆଧ୍ୟାତ୍ମିକ ଶକ୍ତିର କେନ୍ଦ୍ର । କୌଣସି ନା କୌଣସି ଉପାୟରେ ବୌଦ୍ଧ ଧର୍ମାବଲମ୍ବୀମାନେ ଏଠାରେ ପହଞ୍ଚି ଯାଆନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସମସ୍ତେ ଏହି ସ୍ଥାନଟିକୁ ଚିହ୍ନି ପାରନ୍ତି ନାହିଁ। ଏହି ସ୍ଥାନଟି କୌଣସି ସ୍ୱତନ୍ତ୍ର ଧର୍ମ ପାଇଁ ନୁହଁ। ନା କୌଣସି ଦିଗ ସହିତ ସଂଲଗ୍ନ ହୋଇଛି।
କିନ୍ତୁ ଆଜିର ଦିନରେ ବିଜ୍ଞାନ ବିନା ପରୀକ୍ଷଣରେ କୌଣସି ବି ଘଟଣାକୁ ଆମେ ବିଶ୍ୱାସ କରିପାରିବା ନାହିଁ। ଯେ ପର୍ଯ୍ୟନ୍ତ ବିଜ୍ଞାନ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିନି ସେତେବେଳେ ପର୍ଯ୍ୟନ୍ତ ଏହା ଆମ ପାଇଁ ଏକ ରହସ୍ୟମୟ ଘଟଣା ହୋଇ ରହିଥିବ।