କୋହିନୂରର କଳା କାହଣୀ: ଯାହା ପାଖକୁ ଯାଇଛି ତାକୁ ବର୍ବାଦ କରିଛି

ବିଶ୍ୱର ସବୁଠୁ ମୁଲ୍ୟବାନ୍‌ ହୀରା କୋହିନୂର। ଏହା ଯେତିକି ଆକର୍ଷଣୀୟ ସେତିକି ରହସ୍ୟଜନକ। କୋହିନୂରର ଅର୍ଥ ‘କିରଣ ବା ଆଲୋକର ପାହାଡ’। ଏହି ହୀରାକୁ ପାଇବାପାଇଁ ବ୍ରିଟିସରଙ୍କଠୁ ଆରମ୍ଭ କରି ମୋଗଲ ଶାସକଙ୍କ ମଧ୍ୟରେ କେତେ ଛକା ପଞ୍ଝା ହୋଇଛି ତାହା କେବଳ ଇତିହାସରେ ଲିପିବଦ୍ଧ ହୋଇଛି। କୁହାଯାଏ ଏହି ହୀରା ପଛରେ ଅଲୌକିକ କହାଣୀ ଲୁଚିରହିଛି। ଖାସ୍ ସେଥିପାଇଁ ଏହି ହୀରାକୁ ଲୋଭ କରି କେତେ ରାଜବଂଶ ବର୍ବାଦ ହୋଇଛି। କୋହିନୂର କଳଙ୍କିତ ଇତିହାସ ଖୁବ୍ […]

kohinoorimage

kohinoorimage

Rakesh Mallick
  • Published: Monday, 08 January 2018
  • Updated: 08 January 2018, 01:41 PM IST

Sports

Latest News

ବିଶ୍ୱର ସବୁଠୁ ମୁଲ୍ୟବାନ୍‌ ହୀରା କୋହିନୂର। ଏହା ଯେତିକି ଆକର୍ଷଣୀୟ ସେତିକି ରହସ୍ୟଜନକ। କୋହିନୂରର ଅର୍ଥ 'କିରଣ ବା ଆଲୋକର ପାହାଡ'। ଏହି ହୀରାକୁ ପାଇବାପାଇଁ ବ୍ରିଟିସରଙ୍କଠୁ ଆରମ୍ଭ କରି ମୋଗଲ ଶାସକଙ୍କ ମଧ୍ୟରେ କେତେ ଛକା ପଞ୍ଝା ହୋଇଛି ତାହା କେବଳ ଇତିହାସରେ ଲିପିବଦ୍ଧ ହୋଇଛି। କୁହାଯାଏ ଏହି ହୀରା ପଛରେ ଅଲୌକିକ କହାଣୀ ଲୁଚିରହିଛି। ଖାସ୍ ସେଥିପାଇଁ ଏହି ହୀରାକୁ ଲୋଭ କରି କେତେ ରାଜବଂଶ ବର୍ବାଦ ହୋଇଛି। କୋହିନୂର କଳଙ୍କିତ ଇତିହାସ ଖୁବ୍ କମ୍ ଲୋକ ଜାଣନ୍ତି। ଇତିହାସର ପୃଷ୍ଠା ଉନ୍ମୋଚନା  କଲେ ଆମେ ଦେଖିବା ଅନେକ ପ୍ରଭାବଶାଳୀ ରାଜାଙ୍କ ବଂଶକୁ ନିପାତ କରିଛି କୋହିନୂର।

ଶାହାଜାହାନ୍- ଆକବର ସର୍ବଦା କୋହିନୂରଠୁ ଦୂରତା ରଖୁଥିଲେ। କିନ୍ତୁ ତାଙ୍କ ପୁଅ ଶାହାଜାହାନ୍‌ଙ୍କୁ କୋହିନୂର ଖୁବ୍‌ ପସନ୍ଦ ଥିଲା। ତେଣୁ ସେ କୋହିନୂର ହୀରାକୁ ମୟୁରସିଂହାସନରେ ଧାରଣ କରିଥିଲେ। କିନ୍ତୁ ତାଙ୍କର ଶାସନ ଓ ସାମ୍ରାଜ୍ୟ ତାଙ୍କ ପୁଅ ଔରଙ୍ଗଜେବଙ୍କ ହାତରୁ ଚାଲି ଯାଇଥିଲା।

ନାଦିରଶାହା-୧୭୩୯ରେ ଫାର୍ସି ଶାସକ ନାଦିରଶାହା ଭାରତରେ ହମଲା କରି କୋହିନୂରକୁ ନିଜ ସହ ପର୍ଶିଆ ନେଇଗଲେ ଓ ହୀରାର ନାଁ କୋହିନୂର ରଖିଥିଲେ। ୧୭୪୭ରେ ନାଦିରଶାହାଙ୍କୁ ହତ୍ୟା କରାଗଲା ।

ଅହମ୍ମଦ ଶାହ ଦୁରାନି- ୧୭୪୭ରେ ନାଦିରଶାହାଙ୍କ ମୃତ୍ୟୁ ପରେ କୋହିନୂର ପହଁଚିଲା ଆଫଗାନିସ୍ଥାନରେ। ଦୁରାନି ସାମ୍ରାଜ୍ୟର ପ୍ରତିଷ୍ଠାତା ଅହମ୍ମଦ ଶାହ ଦୁରାନିଙ୍କ ପାଖରେ ଏହାପରେ ହୀରା ତାଙ୍କ ବଂଶଜ ଶାହ ସୁଜା ଦୁରାନିଙ୍କ ପାଖରେ ପହଁଚିଥିଲା। କିଛି ଦିନ ପରେ ମହମ୍ମଦ ଶାହା ସୁଜାଙ୍କୁ ଗାଦିରୁ ବାହାର କରିଦେଇଥିଲେ।

ଏମିତି ବହୁଥର କୋହିନୂରକୁ ଜଣେ ରାଜାଙ୍କଠୁ ଅନ୍ୟଜଣେ ଛଡାଇ ନେଇଛନ୍ତି ସତ କିନ୍ତୁ କୋହିନୂରର ବିକ୍ରି ଆଜି ପର୍ଯ୍ୟନ୍ତ ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos