ଏମିତି ଗାଁ, ଥରେ ଶୋଇଲେ ମାସ ମାସ ଧରି ଭାଙ୍ଗେନି ନିଦ

ଦୁନିଆରେ ଏମିତି ଅନେକ ରହସ୍ୟମୟ ସ୍ଥାନ ରହିଛି, ଯେଉଁଠି ଘଟିଥାଏ ଅଜବ ଘଟଣା। ଏପରି ବହୁ ଉଦାହରଣ ରହିଛି। ଏପରି ରହସ୍ୟ ଉପରୁ ପରାଦା ଉଠାବାକୁ ଗବେଷଣା ହେଉଛି। ପୂଜାର୍ଚ୍ଚନା ବି କରାଯାଉଛି। ହେଲେ ପ୍ରକୃତିର ଏହି ଗୃଢ଼ ରହସ୍ୟ ଉପରୁ ପରଦା ଉଠାଇବା ମଣିଷ ପକ୍ଷେ କଷ୍ଟକର ହୋଇଯାଉଛି। ଦୁନିଆରେ ଏପରି କିଛି ଘଟଣା ଘଟୁଛି, ସାଧାରଣ ଲୋକଙ୍କ କଥା ଛାଡନ୍ତୁ ବିଜ୍ଞାନ ବି ଏହାର ରହସ୍ୟ ଭେଦ କରିପାରୁନାହିଁ। ଠିକ୍ ଏମିତି ଏକ ଅଜବ […]

mysterious village

mysterious village

Ordigital Desk
  • Published: Friday, 05 January 2018
  • Updated: 05 January 2018, 06:57 PM IST

Sports

Latest News

ଦୁନିଆରେ ଏମିତି ଅନେକ ରହସ୍ୟମୟ ସ୍ଥାନ ରହିଛି, ଯେଉଁଠି ଘଟିଥାଏ ଅଜବ ଘଟଣା। ଏପରି ବହୁ ଉଦାହରଣ ରହିଛି। ଏପରି ରହସ୍ୟ ଉପରୁ ପରାଦା ଉଠାବାକୁ ଗବେଷଣା ହେଉଛି। ପୂଜାର୍ଚ୍ଚନା ବି କରାଯାଉଛି। ହେଲେ ପ୍ରକୃତିର ଏହି ଗୃଢ଼ ରହସ୍ୟ ଉପରୁ ପରଦା ଉଠାଇବା ମଣିଷ ପକ୍ଷେ କଷ୍ଟକର ହୋଇଯାଉଛି। ଦୁନିଆରେ ଏପରି କିଛି ଘଟଣା ଘଟୁଛି, ସାଧାରଣ ଲୋକଙ୍କ କଥା ଛାଡନ୍ତୁ ବିଜ୍ଞାନ ବି ଏହାର ରହସ୍ୟ ଭେଦ କରିପାରୁନାହିଁ। ଠିକ୍ ଏମିତି ଏକ ଅଜବ ସ୍ଥାନ ହେଉଛି କଜାକିସ୍ତାନର 'କଲାଚି' ଗାଁ। ଏହି ଗାଁରେ ଘଟୁଥିବା ଅଜବ ଘଟଣା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ରହୁଥିବା ଅଧିବାସୀମାନେ ଥରେ ଶୋଇଗଲେ ମାସ ମାସ ଧରି ସେମାନଙ୍କ ନିଦ ଭାଙ୍ଗି ନଥାଏ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ସତ।

ସାଧାରଣତଃ ଜଣେ ବ୍ୟକ୍ତିଙ୍କୁ ୮ ଘଣ୍ଟା ଶୋଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କିନ୍ତୁ ଏଠାରେ ଜଣେ ବ୍ୟକ୍ତି ଥରେ ଶୋଇଗଲେ ଗୋଟିଏ ମାସ ପର୍ଯ୍ୟନ୍ତ ନିଦ ଭାଙ୍ଗେ ନାହିଁ। ଏଥିପାଇଁ ଏହି ଗାଁକୁ ସ୍ଲିପି ହଲୋ (ଗଭୀର ନିଦ୍ରା) ଗାଁ କୁହାଯାଏ।

ଏହି ଗାଁରେ ଲୋକ ଅଧିକାଂଶ ସମୟ ଶୋଇଥିବାର ଆପଣଙ୍କ ଦେଖିବାକୁ ପାଇବ। ଥରେ ଜଣେ ଶୋଇଗଲେ ଆପଣ ଯେତେ ଡାକ୍ତନ୍ତୁ, ତାଙ୍କ ନିଦ ଭାଙ୍ଗି ନଥାଏ। ତେଣିକି ପୃଥିବୀ ଓଲଟ ପାଲଟ ହୋଇଯାଉ ପଛେ ତାଙ୍କୁ କିଛି ଜଣାପଡ଼ି ନଥାଏ।

ଏବେ ବି ରହସ୍ୟ ଘେରରେ: ଏହି ଅଜବ ନିଦର କାରଣ ଜାଣିବା ପାଇଁ ବିଶ୍ୱର ଅନେକ ବୈଜ୍ଞାନିକମାନେ ଗବେଷଣା କରିଛନ୍ତି ଓ କରୁଛନ୍ତି। କିନ୍ତୁ ଏଯାଏଁ ଏହି କୁହୁକ ନିଦର ମାୟାକୁ କେହି ଭେଦ କରିପାରି ନାହାନ୍ତି। କିଛି ବୈଜ୍ଞାନିକ ଏହାକୁ ଏକ ରୋଗ କହୁଛନ୍ତି, ହେଲେ ସେମାନେ ଏହାର କୌଣସି ପ୍ରମାଣ ଦେଇପାରୁ ନାହାଁନ୍ତି।

୧୪ ପ୍ରତିଶତ ଲୋକ ଶୋଇଥାନ୍ତି: ଏହି ଗାଁର ପାଖାପାଖି ୬ ଶହ ଲୋକ ବସବାସ କରନ୍ତି। ଏକ ସର୍ଭେରୁ ଜଣାପଡ଼ିଛି, ଗାଁରେ ମୋଟ ଜନସଂଖ୍ୟାର ୧୪ ପ୍ରତିଶତ ଲୋକ ଏପରି ଅଜବ ନିଦରେ ଶୋଇଥାନ୍ତି।

ରାସ୍ତାରେ ବି ଶୋଇ ଯାଆନ୍ତି: ଏମାନଙ୍କୁ ନିଦ ଆସିଲେ ଯେଉଁଠି ଥିଲେ ଶୋଇଯାଇଥାନ୍ତି। ସେ ଘର ହେଉ କି ବିଲ ଅଥବା ରାସ୍ତା। ଆଶ୍ଚର୍ଯ୍ୟର କଥା ହେଲା ନିଦ ଭାଙ୍ଗିଲା ପରେ ଏମାନେ କେବେଠାରୁ ରାସ୍ତାରେ ଶୋଇ ରହିଛନ୍ତି ଭୁଲି ଯାଇଥାନ୍ତି। ଥରେ ଶୋଇଗଲା ସେମାନଙ୍କ ମସ୍ତିଷ୍କ ଶୂନ ହୋଇଯାଏ ଓ ଏମାନେ ସ୍ୱପ୍ନ ଦୁନିଆକୁ ଚାଲି ଯାଆନ୍ତି।

୨୦୧୦ରେ ଆସିଥିଲା ଲୋକଲୋଚନକୁ: ନିଦ ସମ୍ପର୍କିତ ଏହି ଘଟଣା ୨୦୧୦ରେ ଲୋକଲୋଚନକୁ ଆସିଥିଲା। ଯେତେବେଳେ କିଛି ସ୍କୁଲ ଛାତ୍ର କ୍ସାସ ରୁମରେ ଶୋଇଗଲେ। ସ୍କୁଲ ଅଧ୍ୟାପକ ଡାକି ଡାକି ଥକି ଗଲେ ବି ଏମାନଙ୍କର ନିଦ ଭାଙ୍ଗିଲା ନାହିଁ। ଏହାପରେ ଗାଁର ଶୋଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେବେଠାରୁ ଏହା ଧାରାବାହିକ ଭାବେ ଚାଲି ଆସିଛି ଓ କେହି ଏହାର କାରଣ ଜାଣିପାରୁନାହାଁନ୍ତି।

ପ୍ରଦ୍ୟୁଷିତ ପାଣି: ଅନେକ ଗବେଷଣା ପରେ ବୈଜ୍ଞାନିକମାନେ ଏହି ଦୀର୍ଘ ସମୟ ନିଦ୍ରାର ପଛର କାରଣ ଜାଣିପାରି ନାହାନ୍ତି। ହେଲେ ଏହା ଏକ ରୋଗ ବୋଲି ଧରି ନିଆଯାଇଛି। ଗାଁର ପ୍ରଦ୍ୟୁଷିତ ପାଣି ହିଁ  ଏପରି ନିଘୋଡ଼ ନିଦ୍ରାର କାରଣ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଅନେକ ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିଛି, ଗାଁରେ ଲୋକେ ବ୍ୟବହାର କରୁଥିବା ପାଣିରେ କାର୍ବୋନ ମନୋକ୍ସାଇଡ୍‌ ରହିଛି। ଏହା ପ୍ରଭାବରେ କଲାଚି ଗାଁ ଲୋକେ ମାସ ମାସ ଧରି ଶୋଇ ରହୁଛନ୍ତି। ଏହି କାର୍ବନ ମନୋକ୍ସାଇଡ୍‌ ଗାଁ ପାଖ ୟୁରାନିୟମ ଖଣିରୁ ଆସୁଛି ବୋଲି କୁହାଯାଉଛି। ଯାହା ବର୍ଷ ବର୍ଷ ଧରି ବ୍ୟବହାର ଅନୁପୋଯୋଗୀ ହୋଇ ପଡ଼ି ରହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos