ନବକଳେବର: ସ୍ୱାସ୍ଥ୍ୟସେବା ପାଇଁ ଆସିଥିବା ଅର୍ଥ ଖର୍ଚ୍ଚରେ ଦୁର୍ନୀତି

ପୁରୀ: ନବକଳେବର ବେଳେ ସ୍ୱାସ୍ଥ୍ୟସେବା ପାଇଁ ଆସିଥିବା ଅନୁଦାନ ଅର୍ଥ ଖର୍ଚ୍ଚରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଯନ୍ତ୍ରପାତି ଓ ଉପକରଣ କିଣିବା ନାଁରେ ଅନୁଦାନ ଅର୍ଥ ହେରଫେର କରାଯାଇଥିବା ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ସରକାରୀ ଆକାଉଣ୍ଟରୁ ତାଲିମ ପାଇଁ ନୋଡାଲ ଅଫିସରଙ୍କ ନିଜସ୍ୱ ଆକାଉଣ୍ଟକୁ ୧୭ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଛି। ନବକଳେବର ବେଳେ କେତେ ଟଙ୍କାର ଉପକରଣ ଓ ଯନ୍ତ୍ରପାତି ସ୍ୱାସ୍ଥ୍ୟ ବିଭାଗ କିଣିଛି? କେଉଁ ଟେଣ୍ଡର ପ୍ରକ୍ରିୟାରେ ଏସବୁ କିଣା […]

nabakalebar

Rakesh Mallick
  • Published: Thursday, 27 October 2016
  • , Updated: 27 October 2016, 09:30 PM IST

ପୁରୀ: ନବକଳେବର ବେଳେ ସ୍ୱାସ୍ଥ୍ୟସେବା ପାଇଁ ଆସିଥିବା ଅନୁଦାନ ଅର୍ଥ ଖର୍ଚ୍ଚରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଯନ୍ତ୍ରପାତି ଓ ଉପକରଣ କିଣିବା ନାଁରେ ଅନୁଦାନ ଅର୍ଥ ହେରଫେର କରାଯାଇଥିବା ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ସରକାରୀ ଆକାଉଣ୍ଟରୁ ତାଲିମ ପାଇଁ ନୋଡାଲ ଅଫିସରଙ୍କ ନିଜସ୍ୱ ଆକାଉଣ୍ଟକୁ ୧୭ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଛି।

ନବକଳେବର ବେଳେ କେତେ ଟଙ୍କାର ଉପକରଣ ଓ ଯନ୍ତ୍ରପାତି ସ୍ୱାସ୍ଥ୍ୟ ବିଭାଗ କିଣିଛି? କେଉଁ ଟେଣ୍ଡର ପ୍ରକ୍ରିୟାରେ ଏସବୁ କିଣା ଯାଇଛି? ଏବେ ଏସବୁ ଉପକରଣ ଓ ଯନ୍ତ୍ରପାତି କୁଆଡେ ଗଲା ଆଦି ଘଟଣାର ତଦନ୍ତ ଭିଜିଲାନ୍ସ ଚଳାଇଛି।

ନବକଳେବର ଯାତ୍ରା ବେଳେ ଗ୍ରାଣ୍ଟ ଇନ୍‌ ଏଡରେ ସ୍ୱାସ୍ଥ୍ୟ ବିଭାଗ ପାଖକୁ ୪ କୋଟି ୩୮ ଲକ୍ଷ ଟଙ୍କା ଆସିଥିଲା। ଏଥିରୁ ବିଭିନ୍ନ ଯନ୍ତ୍ରପାତି ଓ ଉପକରଣ କିଣି ବାବଦକୁ ୧ କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଏହି ଯନ୍ତ୍ରପାତି ଓ ଉପକରଣ କିଣାରେ ବ୍ୟାପ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଏହାର ତନାଘନା ଚଳାଇଛି। ସେହିପରି କର୍ମଚାରୀଙ୍କ ରହଣୀ, ସିସିଟିଭି, କମ୍ୟୁଟର, ଜ୍ୟାକେଟ କିଣାରେ ମିଥ୍ୟା ବିଲ୍‌ ଦେଇ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହଇଛି।

ପୁରୀ ଭିଜିଲାନ୍ସ ଡିଏସ୍‌ପି ପ୍ରଶାନ୍ତ କୁମାର ଦ୍ୱିବେଦୀ କହିଛନ୍ତି,“ଯେଉଁ ଖର୍ଚ୍ଚ ଦେଖାଇଛନ୍ତି, ସେଗୁଡିକ ଠିକ୍‌ ଭାବେ ଖର୍ଚ୍ଚ ହୋଇନାହିଁ। ହୋଟେଲ ବିଲ୍‌ରେ ମଧ୍ୟ ଘୋଟାଲା କରାଯାଇଥିବା ଅଭିଯୋଗ ହୋଇଛି। ଯେଉଁ ହୋଟେଲରେ ବିଲ୍‌ କରାଯାଇଛି ତାହା ଠିକ୍‌ କି ନୁହେଁ, ହୋଟେଲ ଲିଷ୍ଟରେ ଯାହାର ନାଁ ରହିଛି ପ୍ରକୃତରେ ସେମାନେ ରହିଥିଲେ କି ନାହିଁ ସେ ନେଇ ପଚରାଉଚରା କରାଯିବ। ଛୋଟ ଛୋଟ ହୋଟେଲରେ ଅଧିକ ବିଲ୍‌ କରାଯାଇଛି। ଉକ୍ତ ହୋଟେଲର ବିଲ୍‌ ସେତିକି କି ନୁହେଁ, ହୋଟେଲରେ ସେତିକି ଲୋକ ରହିବାର କ୍ଷମତା ଅଛି କି ନାହିଁ ତାହାର ମଧ୍ୟ ତଦନ୍ତ ଚାଲିଛି।”

ତାଲିମ ଉଦ୍ଦେଶ୍ୟରେ ଦିଆଯାଇଥିବା ୧୭ ଲକ୍ଷ ଟଙ୍କାର ଏହି ଗ୍ରାଣ୍ଟ ଇନ୍‌ ଏଡକୁ ତତ୍କାଳୀନ ନୋଡାଲ ଅଫିସର କେ.କେ. ସରକାରଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ପଠାଯାଇଥିବା ଅଭିଯୋଗ ହୋଇଛି। ଏହି ବେଆଇନ ଟ୍ରାନ୍ସଫର ଭିଜିଲାନ୍ସ ଯାଞ୍ଚ ଚାଲିଛି।

ପୁରୀ ସିଡିଏମ୍‌ଓ ଡାକ୍ତର ଜଗତକୃଷ୍ଣ ସାମନ୍ତରାୟ କହିଛନ୍ତି,“ଏକ ତାଲିମ ପାଇଁ କେ.କେ. ସରକାରଙ୍କ ନିଜସ୍ୱ ଆକାଉଣ୍ଟକୁ ୧୭ ଲକ୍ଷ ଟଙ୍କା ଯାଇଥିଲା। ହେଲେ ପରବର୍ତ୍ତି ସମୟରେ ସେ ତାଲିମ ଦିଆଯିବା ବନ୍ଦ ହୋଇଥିଲା। କାହିଁକି ତାଙ୍କ ନିଜସ୍ୱ ଆକାଉଣ୍ଟକୁ ଟଙ୍କା ଯାଇଥିଲା ତାହାର ତଦନ୍ତ ହେଉଛି। ଭିଜିଲାନ୍ସକୁ ସମସ୍ତ କାଗଜପତ୍ର ପ୍ରଦାନ କରାଯିବା ସହ ତଦନ୍ତରେ ସହଯୋଗ କରାଯାଉଛି।”

Related story