ମାଟି ଅତଡ଼ା ଖସି ଗୋଟିଏ ପରିବାରର ୩ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବରଣ୍ଡିପାଳରେ ମାଟି ଅତଡ଼ା ଖସି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ନାବାଳକ ଅଛନ୍ତି। ମୃତ ନାବାଳକଙ୍କ ନାଁ ଚନ୍ଦ ଗୌଡ଼। ମହିଳା ଦ୍ୱୟ ତାଙ୍କର ଭାଉଜ ଲାଗିବେ। ଆହତ ତିନି ଜଣ ଯାକ ମହିଳା। ମୃତକମାନେ ଷଣ୍ଢଷା ଗାଁର। ସେମାନେ ଘର ଲିପାପୋଛା କରିବା ପାଇଁ ରଙ୍ଗମାଟି ଖୋଳିବାକୁ ବରଣ୍ଡିପାଳ ଯାଇଥିବା […]

p1

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 07:11 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବରଣ୍ଡିପାଳରେ ମାଟି ଅତଡ଼ା ଖସି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ନାବାଳକ ଅଛନ୍ତି। ମୃତ ନାବାଳକଙ୍କ ନାଁ ଚନ୍ଦ ଗୌଡ଼। ମହିଳା ଦ୍ୱୟ ତାଙ୍କର ଭାଉଜ ଲାଗିବେ। ଆହତ ତିନି ଜଣ ଯାକ ମହିଳା।

ମୃତକମାନେ ଷଣ୍ଢଷା ଗାଁର। ସେମାନେ ଘର ଲିପାପୋଛା କରିବା ପାଇଁ ରଙ୍ଗମାଟି ଖୋଳିବାକୁ ବରଣ୍ଡିପାଳ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଦମକଳ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାତାରେ ଘଟଣାସ୍ଥଳରୁ ମାଟି ଖୋଳି ତିନିଟି ଯାକ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଆହତ ଅବସ୍ଥାରେ ତିନି ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଚିକିତ୍ସା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯାଇଥିଲା।

Related story