ନବରଙ୍ଗପୁର: ପୁଣି ଜଣେ ଶିଶୁକୁ ଚେଙ୍କ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଚେଙ୍କ ଚିକିତ୍ସା ଥମିବାର ନାଁ ନେଉ ନାହିଁ। ଚେଙ୍କ ଯୋଗୁଁ ସୋମବାର ଦିନ ଜଣେ ୮ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ଗତକାଲି ପୁଣି ଜଣେ ୩୩ ଦିନର ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଥିବା କଥା ସାମ୍ନାକୁ ଆସିଛି। ଚେଙ୍କ ଦିଆଯିବା ପରେ ଗୁରୁତର ହୋଇପଡ଼ିଥିବା ଶିଶୁକନ୍ୟାଟିକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି। ତା’ର ଅବସ୍ଥା ଗୁରୁତର ରହିଛି। ତେବେ ଶିଶୁଟି ଭଲ ହୋଇଯିବ ବୋଲି ଚିକିତ୍ସା […]

child-blanding

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 03:15 AM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଚେଙ୍କ ଚିକିତ୍ସା ଥମିବାର ନାଁ ନେଉ ନାହିଁ। ଚେଙ୍କ ଯୋଗୁଁ ସୋମବାର ଦିନ ଜଣେ ୮ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ଗତକାଲି ପୁଣି ଜଣେ ୩୩ ଦିନର ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଥିବା କଥା ସାମ୍ନାକୁ ଆସିଛି। ଚେଙ୍କ ଦିଆଯିବା ପରେ ଗୁରୁତର ହୋଇପଡ଼ିଥିବା ଶିଶୁକନ୍ୟାଟିକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି। ତା’ର ଅବସ୍ଥା ଗୁରୁତର ରହିଛି। ତେବେ ଶିଶୁଟି ଭଲ ହୋଇଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ପୂଜାରୀଗୁଡ଼ା ଗାଁର ଲକ୍ଷ୍ମୀ ହରିଜନ ଓ ପଦଲାମ ହରିଜନଙ୍କ ୩୩ ଦିନର ଶିଶୁକନ୍ୟା ଅସୁସ୍ଥ ହେବା ପରେ ଗତ ମଙ୍ଗଳବାର ଚେଙ୍କ ଦିଆଯାଇଥିଲା। ଶିଶୁଟିର ଜେଜେ ବାପା ଓ ମା’ ଦିଶାରୀ ଡାକି ଚେଙ୍କ ଦେଇଥିଲେ। ତେବେ ଗତକାଲି ଶିଶୁଟିର ଅବସ୍ଥା ଗୁରୁତର ହେବା ଯୋଗୁଁ ପରିବାର ଲୋକେ ତାକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

ଡାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞ ଧରଣୀ ରଞ୍ଜନ ଶତପଥୀ କହିଛନ୍ତି ଯେ ଏହି ଶିଶୁକନ୍ୟାଟି କୋଷାଗୁମୁଡ଼ା ହସ୍‌ପିଟାଲ୍‌ରେ ଜନ୍ମ ହୋଇଥିଲା। ଜନ୍ମ ହେବାର ୫/୬ ଦିନ ପରେ ପରିବାର ଲୋକେ ତାକୁ ଗାଁକୁ ନେଇ ଯାଇଥିଲେ। ତେବେ ସେଠାରେ ପିଲାଟିର ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ପିଲାଟି ବାନ୍ତି କରିବା ସହିତ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଭୋଗୁ ଥିଲା। ଏହା ଦେଖି ସାତ ଦିନ ତଳେ ସେମାନେ ପିଲାଟିକୁ ଚେଙ୍କ ଦେଇଥିଲେ। ଗତକାଲି ପିଲାଟିର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରେ ସେମାନେ ଏଠାକୁ ଆଣିଥିଲେ। ପିଲାଟିର ପେଟରେ ଦଶ ବାରଟି ଚେଙ୍କ ଦିଆଯାଇଛି। ତା’ଅବସ୍ଥା ଗୁରୁତର ରହିଛି। ତେବେ ଚିକିତ୍ସା ଚାଲିଛି। ପିଲାଟି ଭଲ ହୋଇଯିବ ବୋଲି ଆଶା କରାଯାଉଛି।

ସୋମବାର ଦିନ ଚେଙ୍କ ଯୋଗୁଁ ଏକ ୮ ମାସର ଶିଶୁ ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନାରେ ପ୍ରାଣ ହରାଇଥିଲା। ତା’ବାପା ତାକୁ ଚେଙ୍କ ଦେଇଥିଲା। ସେ ପିଲାଟି ଶ୍ୱାସ ରୋଗରେ ପୀଡ଼ିତ ଥିଲା।

ନବରଙ୍ଗପୁର ଜିଲ୍ଲାରେ ଗତ ୩ ମାସ ମଧ୍ୟରେ ଚେଙ୍କ  ଯୋଗୁଁ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲିର ଘଟଣାକୁ ମିଶାଇ ଏଯାବତ ୬ ଜଣ ଶିଶୁକୁ ଚେଙ୍କ ଦିଆଯାଇଥିବା ଘଟଣା ନଜରକୁ ଆସିଛି।

Related story