ନବରଙ୍ଗପୁରରେ ୨୭ ଦିନର ଶିଶୁକୁ ଚେଙ୍କ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ଜଣେ ୨୭ ଦିନର ଶିଶୁକୁ ଚେଙ୍କ ଦିଆଯାଇଛି। ପେଟ ରୋଗ ଭଲ ହେବା ପାଇଁ ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ଗାଁର ସନ୍ତୋଷ ବାଗଙ୍କ ଶିଶୁ କନ୍ୟାକୁ ଚେଙ୍କ ଦିଆଯାଇଛି। ଚେଙ୍କ ନେବା ପରେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏବେ ମଧ୍ୟ ଶିଶୁର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ପୂର୍ବରୁ ଉମରକୋଟ ଓ ରାଇଘରରେ ଶିଶୁଙ୍କୁ ଚେଙ୍କ ଦିଆଯାଇଥିଲା।

sisu

Rakesh Mallick
  • Published: Thursday, 13 October 2016
  • , Updated: 13 October 2016, 03:00 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ଜଣେ ୨୭ ଦିନର ଶିଶୁକୁ ଚେଙ୍କ ଦିଆଯାଇଛି। ପେଟ ରୋଗ ଭଲ ହେବା ପାଇଁ ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ଗାଁର ସନ୍ତୋଷ ବାଗଙ୍କ ଶିଶୁ କନ୍ୟାକୁ ଚେଙ୍କ ଦିଆଯାଇଛି। ଚେଙ୍କ ନେବା ପରେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏବେ ମଧ୍ୟ ଶିଶୁର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।

ପୂର୍ବରୁ ଉମରକୋଟ ଓ ରାଇଘରରେ ଶିଶୁଙ୍କୁ ଚେଙ୍କ ଦିଆଯାଇଥିଲା।

Related story