ଏନ୍‌ଏସି ଓ ପୌରାଞ୍ଚଳରେ ବିଜେପିର ଚକାଜାମ୍‌ ଆନ୍ଦୋଳନ

ଭୁବନେଶ୍ୱର: ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ଆସିଥିବା ଭିଡିଓ ଓ ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବିରେ ଆଜି ରାଜ୍ୟ ବିଜେପି ପକ୍ଷରୁ ସକାଳ ୧୦ଟାରୁ ଏନ୍‌ଏସି ଓ ପୌରାଞ୍ଚଳରେ ଚକାଜାମ୍‌ ଆନ୍ଦୋଳନ କରାଯାଉଛି। ପୂର୍ବହ୍ନ ୧୨ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିଥିଲା। ବିରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି କହିଥିଲେ,“ମେୟର ପଦରେ ରହି ଅନନ୍ତ ନାରାୟଣ ଜେନା ତାଙ୍କ ପଦକୁ ବ୍ୟବହାର କରି ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା […]

bjp

Rakesh Mallick
  • Published: Monday, 19 December 2016
  • , Updated: 19 December 2016, 01:25 PM IST

ଭୁବନେଶ୍ୱର: ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ଆସିଥିବା ଭିଡିଓ ଓ ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବିରେ ଆଜି ରାଜ୍ୟ ବିଜେପି ପକ୍ଷରୁ ସକାଳ ୧୦ଟାରୁ ଏନ୍‌ଏସି ଓ ପୌରାଞ୍ଚଳରେ ଚକାଜାମ୍‌ ଆନ୍ଦୋଳନ କରାଯାଉଛି। ପୂର୍ବହ୍ନ ୧୨ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିଥିଲା।

ବିରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି କହିଥିଲେ,“ମେୟର ପଦରେ ରହି ଅନନ୍ତ ନାରାୟଣ ଜେନା ତାଙ୍କ ପଦକୁ ବ୍ୟବହାର କରି ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରୁଛନ୍ତି। ତୁରନ୍ତ ତାଙ୍କୁ ଏହି ପଦରୁ ହଟାଯାଉ। ମେୟର ଥିବାରୁ ପୋଲିସ ମଧ୍ୟ କିଛି କାର୍ଯ୍ୟାନୁଷ୍ଠନ ନେବାକୁ ଡରୁଛି। ରିଷି ମୃତ୍ୟୁ ସହ ତାଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି। ଏହାର ତଦନ୍ତ କରାଯାଇ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ।”

କଟକରେ ଦଳ ପକ୍ଷରୁ ହୋଇଥିବା ଚକାଜାମ୍‌ ଆନ୍ଦୋଳନରେ ବହୁ ବରିଷ୍ଠ ନେତା ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବାରିପଦା ପୌର କାର୍ଯ୍ୟାଳୟ ଆଗରେ ବିଜେପି କର୍ମୀମାନେ ଆନ୍ଦୋଳନ କରିଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଜଗତସିଂହପୁର ବିଜେପି ଶାଖା ପକ୍ଷରୁ ମାଛଗାଁ-କନ୍ଦରପୁର ମୁଖ୍ୟରାସ୍ତା ଅବରୋଧ କରାଯାଇଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା।

ଆଠଗଡ଼ ବିଜେପି ଶାଖା ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଚାନ୍ଦବାଲି ଛକ୍‌ ଯାଇଥିଲା। ସେଠାରେ ଦଳୀୟ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେହିପରି କଳାହାଣ୍ଡି, ପିପିଲି, କେନ୍ଦୁଝର ଓ କେନ୍ଦ୍ରାପଡ଼ାରେ ମଧ୍ୟ ଦଳୀୟ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଚକାଜାମ୍‌ ଆନ୍ଦୋଳନ କରାଯିବା ନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଚେତାବନୀ ଦେଇଥିଲେ।

Related story