ମହାନଦୀ ଉପରେ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ଛତିଶଗଡ଼ ସରକାରଙ୍କୁ ତଥ୍ୟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଅର୍ପା ଭାଇନ୍‌ସାଂଝାର, ପାଇରୀ-ମହାନଦୀ ସଂଯୋଗୀକରଣ ଓ ତନ୍ଦୁଲା ଜଳଭଣ୍ଡାର ପ୍ରକଳ୍ପ ନେଇ ଆଜି ରାଜ୍ୟ ସରକାର ଛଡିଶଗଡ଼ ସରକାରଙ୍କୁ ବିସ୍ତୃତ ତଥ୍ୟ ମାଗିଛନ୍ତି। ଏହି ତଥ୍ୟ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଛଡିଶଗଡ଼ ମୁଖ୍ୟଯନ୍ତ୍ରୀଙ୍କୁ ମଗାଯାଇଛି। ତଥ୍ୟ ମାଗିବା ପରେ କେନ୍ଦ୍ର ଜଳ ଆୟୋଗ, ଓଡ଼ିଶା ଓ ଛଡିଶଗଡ଼ର ଅଧିକାରୀମାନଙ୍କୁ ନେଇ ସମନ୍ୱୟ ବୈଠକ ଡକାଯାଇପାରେ। ଆବଶ୍ୟକ ହେଲେ ଜଣେ ସ୍ୱତନ୍ତ୍ର ଅଧିକାରୀ ଛତିଶଗଡ ଯିବାକୁ ମଧ୍ୟ ସରକାର ଯୋଜନା କରୁଛନ୍ତି। ଜଳସମ୍ପଦ […]

mahanadi

Rakesh Mallick
  • Published: Tuesday, 05 July 2016
  • , Updated: 06 July 2016, 07:10 AM IST

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଅର୍ପା ଭାଇନ୍‌ସାଂଝାର, ପାଇରୀ-ମହାନଦୀ ସଂଯୋଗୀକରଣ ଓ ତନ୍ଦୁଲା ଜଳଭଣ୍ଡାର ପ୍ରକଳ୍ପ ନେଇ ଆଜି ରାଜ୍ୟ ସରକାର ଛଡିଶଗଡ଼ ସରକାରଙ୍କୁ ବିସ୍ତୃତ ତଥ୍ୟ ମାଗିଛନ୍ତି। ଏହି ତଥ୍ୟ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଛଡିଶଗଡ଼ ମୁଖ୍ୟଯନ୍ତ୍ରୀଙ୍କୁ ମଗାଯାଇଛି। ତଥ୍ୟ ମାଗିବା ପରେ କେନ୍ଦ୍ର ଜଳ ଆୟୋଗ, ଓଡ଼ିଶା ଓ ଛଡିଶଗଡ଼ର ଅଧିକାରୀମାନଙ୍କୁ ନେଇ ସମନ୍ୱୟ ବୈଠକ ଡକାଯାଇପାରେ। ଆବଶ୍ୟକ ହେଲେ ଜଣେ ସ୍ୱତନ୍ତ୍ର ଅଧିକାରୀ ଛତିଶଗଡ ଯିବାକୁ ମଧ୍ୟ ସରକାର ଯୋଜନା କରୁଛନ୍ତି।

ଜଳସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି, “ପ୍ରାକ୍‌ ମୌସୁମୀ ଓ ମୌସୁମୀ ବର୍ଷା ସମୟରେ ଆମେ ପାଣି ପାଇପାରିବା ଓ ଏହାପରେ ଆମେ ଆଉ ପାଣି ପାଇବା ନାହିଁ। ନଭେମ୍ବରରୁ ଜୁନ୍‌ ମାସ ପର୍ଯ୍ୟନ୍ତ ହୀରାକୁଦରେ ୧.୫ ମିଲିୟନ ଏକର ଫିଟ୍‌ ପାଣି ଆବଶ୍ୟକ ପଡିଥାଏ। ଛତିଶଗଡରେ ଏହି ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହି ଡ୍ୟାମ୍‌କୁ ପାଣି ଆସିବାର ପ୍ରବାହ ହ୍ରାସ ପାଇବ। ଫଳରେ ରାଜ୍ୟ କ୍ଷତିରେ ପଡିବା ସହ ବିଦ୍ୟୁତ ଓ ଜଳସେଚନରେ ବାଧା ଉପୁଜିବ।”

ମୁଖ୍ୟଯନ୍ତ୍ରୀ ଜାନକୀ ବଲ୍ଲଭ ମହାପାତ୍ର କହିଛନ୍ତି, “ଛଡିଶଗଡ଼ର ମୁଖ୍ୟଯନ୍ତ୍ରୀଙ୍କୁ ୩ଟି ପ୍ରକଳ୍ପ ନେଇ ରାଜ୍ୟ ସରକାର ତଥ୍ୟ ମାଗିଛନ୍ତି। ଏହା କେଉଁ ସ୍ଥାନରେ ନିର୍ମାଣ ହୋଇଛି, ଆମ ରାଜ୍ୟର କେତେ ଜମି ଉପରେ ଏହି ୩ଟି ପ୍ରକଳ୍ପ ନିର୍ମାଣ ହୋଇଛି, ଏହା ହୀରାକୁଦର କେତେ ଅଞ୍ଚଳକୁ କେତେ ପରିମାଣରେ ପ୍ରଭାବିତ କରିବ ସେ ନେଇ ତଥ୍ୟ ମଗାଯାଇଛି। ଆବଶ୍ୟକ ପଡିଲେ ସେଠାକୁ ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଯାଇ ସ୍ଥିତି ଅନୁଧ୍ୟାନ କରିବେ।”

ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ଟଣାଓଟରା ଆରମ୍ଭ ହୋଇଯାଇଛି।

ଏ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସବୁ ଦଳ ଛଡିଶଗଡ଼ ସରକାରଙ୍କ ବିରୋଧରେ ଲଢେଇ କରିବାର ସମୟ ଆସିଛି। ସରକାର ଏ ନେଇ ସବୟଦର୍ଳୀୟ ବୈଠକ ଡାକନ୍ତୁ। ରାଜ୍ୟର ସ୍ୱର୍ଥ ରକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବା ଉଚିତ।”

ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, “ବିରୋଧର ଦଳ ନେତାଙ୍କର ଏହା ରାଜନୈତିକ ଭାଷଣ। ସେ ଓଡ଼ିଶାରେ ଜନ୍ମ ହୋଇଛନ୍ତି, ସେ ଜଣେ ଓଡ଼ିଆ। ସେହି ଦୃଷ୍ଟିରୁ ତାଙ୍କ ଆଡୁ ସର୍ବଦର୍ଳୀୟ ବୈଠକ ଡାକୁ ନାହାନ୍ତି କାହିଁକି? ଖାଲି ଏହା କହି ଦେଇ ନିଜ ଦାୟିତ୍ୱ ଖସାଇବାକୁ ଚାହୁଁଛନ୍ତି।

ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “କଂଗ୍ରେସ ପରି ବିଜେପି ଏହି ପ୍ରସଙ୍ଗରେ ଚୁପ୍‌ ରହିବା ଅନୁଚିତ। ଆମେ ବିଧାନସଭାରେ ଆଲୋଚନା କରି ସର୍ବସସମ୍ମତ୍ତି କ୍ରମେ ପ୍ରସ୍ତାବ ପାରିତ କରିବୁ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଆଗକୁ ବିଧାନସଭା ରହିଛି। ଏହି ପ୍ରସଙ୍ଗ ରାଜ୍ୟ ସରକାର ଗୃହରେ ଉପସ୍ଥାପନ କରନ୍ତୁ। ବିଧାନସଭାରେ ସର୍ବଦଳୀୟ କମିଟି କରନ୍ତୁ। ଛତିଶଗଡ ସରକାରଙ୍କ ୩ଟି ପ୍ରକଳ୍ପ ରାଜ୍ୟବାସୀଙ୍କର ସ୍ୱାର୍ଥକୁ ଆଘତା କରୁଥିବାରୁ ବିଜେପି ଏହାର ବିରୋଧ କରିବ।”

Related story