ନବୀନ ବାବୁ ଜଣେ ସରଳ ବ୍ୟକ୍ତିତ୍ୱ: ଧର୍ମେନ୍ଦ୍ର

ଭୁବନେଶ୍ୱର: ନବୀନ ବାବୁ ଜଣେ ସରଳ ବ୍ୟକ୍ତିତ୍ୱ। ବ୍ୟକ୍ତିତ୍ୱରେ ସରଳତା ପାଇଁ ଭାରତୀୟ ରାଜନୀତିରେ ସେ ଆଦର୍ଶ ବୋଲି କହିଛନ୍ତି ତାଙ୍କ ରାଜନୈତିକ ବିରୋଧୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରରେ ଗତକାଲି ‘ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍’ ପକ୍ଷରୁ ଆୟୋଜିତ ଓଡ଼ିଶା ଲିଟେରାରି ଫେଷ୍ଟିଭାଲ୍‌ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବା ଅବସରରେ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଗ୍ରୁପ୍ ଏଡିଟର ପ୍ରଭୁ ଚାୱଲାଙ୍କ ସହ ମତ ବିନିମୟ ବେଳେ ସେ ଏହା କହିଥିଲେ। ମତ ବିନିମୟ ବେଳେ ମୁଖ୍ୟମନ୍ତ୍ରୀ […]

dharmendra

dharmendra

Rakesh Mallick
  • Published: Sunday, 06 November 2016
  • Updated: 06 November 2016, 01:55 PM IST

Sports

Latest News

dharmendra1ଭୁବନେଶ୍ୱର: ନବୀନ ବାବୁ ଜଣେ ସରଳ ବ୍ୟକ୍ତିତ୍ୱ। ବ୍ୟକ୍ତିତ୍ୱରେ ସରଳତା ପାଇଁ ଭାରତୀୟ ରାଜନୀତିରେ ସେ ଆଦର୍ଶ ବୋଲି କହିଛନ୍ତି ତାଙ୍କ ରାଜନୈତିକ ବିରୋଧୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱରରେ ଗତକାଲି ‘ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍’ ପକ୍ଷରୁ ଆୟୋଜିତ ଓଡ଼ିଶା ଲିଟେରାରି ଫେଷ୍ଟିଭାଲ୍‌ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବା ଅବସରରେ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଗ୍ରୁପ୍ ଏଡିଟର ପ୍ରଭୁ ଚାୱଲାଙ୍କ ସହ ମତ ବିନିମୟ ବେଳେ ସେ ଏହା କହିଥିଲେ।

ମତ ବିନିମୟ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇଟି ଭଲ ଓ ଦୁଇଟି ଖରାପ ଗୁଣ ସଂପର୍କରେ କହିବାକୁ ଧର୍ମେନ୍ଦ୍ରଙ୍କୁ କହିଥିଲେ ପ୍ରଭୁ ଚାୱଲା। ଏହାର ଜବାବ ଦେବାକୁ ଯାଇ ସେ କହିଥିଲେ,“ନବୀନ ବାବୁ ଜଣେ ସରଳ ବ୍ୟକ୍ତିତ୍ୱ। ତାଙ୍କ ପୋଷାକ ପରିଧାନ ଅତି ସରଳ। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କିନ୍ତୁ ଲକ୍ଜରି ଗାଡ଼ି ଚଢ଼ନ୍ତି ନାହିଁ। ତାଙ୍କ ଉଚ୍ଚତା ଟିକେ ଅଧିକ। ସେ ଚଢ଼ୁଥିବା କାରରେ ଆରମରେ ଗୋଡ଼ ରଖିବାକୁ ଟିକେ ଅସୁବିଧା ହୁଏ। ମୁଁ ତାଙ୍କୁ ଥରେ କହିଲି ଏବେ ବଡ଼ ଓ ଲମ୍ବା କାର ଆସିଲାଣି। ସ୍କୋର୍ପିଓ କି ଅଲଗା କିଛି ଗାଡ଼ି ନିଅନ୍ତୁ। ସେ କେବଳ ହସି ଦେଲେ। ଏଥିରୁ ଜଣାପଡୁଛି ଜଣେ ସାମାଜିକ ଲୋକ ଭାବେ ସେ ନିଜ ବ୍ୟକ୍ତିଗତ ଜୀବନକୁ କେତେ ସୀମିତ ଓ ସରଳ ରଖିଛନ୍ତି।”

ନବୀନଙ୍କ ଦୁଇଟି ଖରାପ ଗୁଣ ସଂପର୍କରେ କହିବାକୁ ଯାଇ ଧର୍ମେନ୍ଦ୍ର କହିଥିଲେ ସେ ଅପାରଗ ଓ ସମ୍ବେଦନହୀନ। ସେ କହିଥିଲେ,“ନବୀନଙ୍କ ଭଳି ବହୁ କମ୍ ନେତା ଏତେ ଲମ୍ବା ଅବଧି ଧରି ଲୋକଙ୍କ ବିଶ୍ୱାସଭାଜନ ହୋଇଛନ୍ତି। ଏହା ସତ୍ତ୍ୱେ ନବୀନ କିଛି କାମ କରି ନାହାନ୍ତି। ସେ ଅପାରଗ ଓ ସମ୍ବେଦନହୀନ। ଲୋକଙ୍କର ତାଙ୍କ ଉପରେ ବିଶ୍ୱାସ ଅଛି ଓ କିଛି ନ କଲେ ବି ସେମାନେ ତାଙ୍କୁ ନିଶ୍ଚିତ ଭୋଟ୍ ଦେବେ ବୋଲି ତାଙ୍କର ଯେଉଁ ଦମ୍ଭ ଅଛି ତାହା କି ପ୍ରକାର ଦର୍ଶନ ତାହା କେବଳ ପ୍ରଭୁ ଜଗନ୍ନାଥଙ୍କୁ ଜଣା।”

ଧର୍ମେନ୍ଦ୍ରଙ୍କୁ ବିଜୟଙ୍କ ସମାଲୋଚନା

ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସରଳ ବ୍ୟକ୍ତିତ୍ୱ କହି ପ୍ରଶଂସା କରିବା କଥାକୁ ସହଜରେ ହଜମ କରିପାରି ନାହାନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି,“ଧର୍ମେନ୍ଦ୍ର କେଉଁ ପରିସ୍ଥିତିରେ ଏକଥା କହିଲେ, ତାହା ତାଙ୍କୁ ଜଣା। କିନ୍ତୁ ତାଙ୍କର ଏଭଳି ମନ୍ତବ୍ୟର ପ୍ରଭାବ ତୃଣମୂଳ ସ୍ତରର କର୍ମୀଙ୍କ ଉପରେ ପକାଇବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story