ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ରାଜ୍ୟବାସୀଙ୍କୁ ଉତ୍ସର୍ଗ କଲେ ନବୀନ

Ordigital Desk
  • Published: Sunday, 20 August 2017
  • , Updated: 20 August 2017, 06:56 PM IST
<p>ଭୁବନେଶ୍ୱର: ଆଉଟ ଲୁକ୍ ପତ୍ରିକା ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପାଇବା ପରେ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେରିଛନ୍ତି। ଭୁବନେୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନବୀନ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ପ୍ରଶାସକ ସମ୍ମାନକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି ନବୀନ।</p> <p>ମୁଖ୍ୟମନ୍ତ୍ରୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା। ବିମାନ ବନ୍ଦରରୁ ନବୀନନିବାସ ପର୍ଯ୍ୟନ୍ତ ହୋଡିଂ ଆଉ ବ୍ୟାନର ଲଗାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦଳୀୟ ନେତା ଓ କର୍ମୀଙ୍କ ଭିଡ଼ ରାସ୍ତାରେ ଦେଖିବାକୁ ମିଳିଥିଲା। ତେବେ ରେଳ ଦୁର୍ଘଟଣା ଯୋଗୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ନିରାଡମ୍ବର ଭାବେ କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।</p>

Related story