ରାଜନୀତିରେ ଜିତିଲା ବନ୍ଧୁତା: ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳ ଗାନ୍ଧିଙ୍କୁ ସମର୍ଥନ କରିବେ ନବୀନ

ଭୁବନେଶ୍ୱର: କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମର୍ଥିତ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରିବ ବିଜେଡି। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ସହିତ ଉପ-ରାଷ୍ଟ୍ରପତି ପଦ ପାଇଁ ବିଜେଡି ଗୋପାଳକୃଷ୍ଣଙ୍କୁ ସମର୍ଥନ ଦେବ ନା ନାହିଁ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ଶେଷ ହୋଇଯାଇଛି। ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧି ନବୀନଙ୍କର ପୁରୁଣା ବନ୍ଧୁ। ଏହା ସତ୍ତ୍ୱେ ଉପ-ରାଷ୍ଟ୍ରପତି ପଦ ପାଇଁ ୟୁପିଏ ଗୋପାଳଙ୍କ […]

naveengopal

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 12:05 PM IST

ଭୁବନେଶ୍ୱର: କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମର୍ଥିତ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରିବ ବିଜେଡି। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ସହିତ ଉପ-ରାଷ୍ଟ୍ରପତି ପଦ ପାଇଁ ବିଜେଡି ଗୋପାଳକୃଷ୍ଣଙ୍କୁ ସମର୍ଥନ ଦେବ ନା ନାହିଁ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ଶେଷ ହୋଇଯାଇଛି।

ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧି ନବୀନଙ୍କର ପୁରୁଣା ବନ୍ଧୁ। ଏହା ସତ୍ତ୍ୱେ ଉପ-ରାଷ୍ଟ୍ରପତି ପଦ ପାଇଁ ୟୁପିଏ ଗୋପାଳଙ୍କ ନାମ ଘୋଷଣା କରିବା ପରେ ନବୀନ ସଙ୍ଗେ ସଙ୍ଗେ ତାଙ୍କୁ ସମର୍ଥନ ଜଣାଇ ନ ଥିଲେ। ତେଣୁ ନବୀନ ଦ୍ୱନ୍ଦ୍ୱରେ ଅଛନ୍ତି ବୋଲି କୁହାଯାଉଥିଲା। ତେବେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଗତକାଲି ଭେଙ୍କେୟା ନାଇଡୁଙ୍କୁ ଏହାର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ନିଷ୍ପତ୍ତି ଶୁଣାଇଛନ୍ତି ଏବଂ ଗୋପାଳଙ୍କୁ ସମର୍ଥନ ଜଣାଇଛନ୍ତି।

ୟୁପିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିବା ବିଜେଡି ରାଷ୍ଟ୍ରପତି ନିର୍ବାଚନରେ କିନ୍ତୁ ଏନ୍‌ଡିଏର ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସପକ୍ଷରେ ଭୋଟ୍ ଦେଇଛି।

Related story