ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ବୈଠକରେ ମହାନଦୀ ଓ ପୋଲାଭରମ ପ୍ରସଙ୍ଗ ଉଠାଇଲେ ନବୀନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ବୈଠକ ଶେଷ ହୋଇଛି। ଏଥିରେ ମହାନଦୀ ଓ ପୋଲାଭରମ୍‌ ଜଳବିବାଦ ପ୍ରସଙ୍ଗ ଉଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁଲି ନାହାନ୍ତି। ବୈଠକ ପରେ ନବୀନ କହିଛନ୍ତି,“ମହାନଦୀ ଓ ପୋଲାଭରମ୍ ସମସ୍ୟାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ଦାବି କରିଛୁ। ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ ରଖିବାକୁ କହିଛୁ।” ଏହାସହ ଭଦ୍ରକ ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆଲୋଚନା […]

naveen1

Rakesh Mallick
  • Published: Sunday, 09 April 2017
  • , Updated: 10 April 2017, 07:39 AM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ବୈଠକ ଶେଷ ହୋଇଛି। ଏଥିରେ ମହାନଦୀ ଓ ପୋଲାଭରମ୍‌ ଜଳବିବାଦ ପ୍ରସଙ୍ଗ ଉଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁଲି ନାହାନ୍ତି। ବୈଠକ ପରେ ନବୀନ କହିଛନ୍ତି,“ମହାନଦୀ ଓ ପୋଲାଭରମ୍ ସମସ୍ୟାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ଦାବି କରିଛୁ। ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ ରଖିବାକୁ କହିଛୁ।” ଏହାସହ ଭଦ୍ରକ ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆଲୋଚନା କରିଥିବା ନବୀନ କହିଛନ୍ତି। ଭଦ୍ରକକୁ ୨ ପ୍ଲାଟୁନ୍‌ ରାପିଡ ଆକ୍ସନ ଫୋର୍ସ ପଠାଇବାକୁ ରାଜନାଥଙ୍କୁ ନବୀନ କହିଛନ୍ତି।

ସଂଘୀୟ ବ୍ୟବସ୍ଥାରେ ରାଜ୍ୟକୁ ଅଧିକ କ୍ଷମତା ପ୍ରଦାନ ଓ ରାଜ୍ୟପାଳଙ୍କ ଭୂମିକା ନିର୍ଦ୍ଧାରଣ ନେଇ ପୁଞ୍ଜି କମିଶନଙ୍କ ସୁପାରିଶକୁ ନବୀନ ସମର୍ଥନ କରିଥିଲେ। ବୈଠକରେ ନବୀନ ଦାବି କରିଥିଲେ ଯେ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକୁ ପଛୁଆ ବର୍ଗ ଓ ଏସ୍‌ସି ଏସ୍‌ଟି ଜନସଂଖ୍ୟାକୁ ଦେଖି ଯେଭଳି ଅନୁଦାନ ଦିଆଯାଉଛି ଓଡ଼ିଶା କ୍ଷେତ୍ରରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ କରାଯାଉ।

ଜିଏସ୍‌ଟି ବାବଦ କ୍ଷତିଭରଣ, କ୍ଲିନ ଏନଭର୍ଣ୍ଣମେଣ୍ଟ ସେସ୍‌ ବୃଦ୍ଧି, ଅପହଞ୍ଚ ଇଲାକୁ ମୋବାଇଲ ସେବା ଏବଂ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ସେ ଦାବି କରିଥିଲେ। ଏହାସହ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ରାଜ୍ୟକୁ ଅନୁଦାନ ହ୍ରାସ ଓ ମାଓ ମୁକାବିଲା ନେଇ କେନ୍ଦ୍ରୀୟ ଫୋର୍ସ ବାବଦ ଖର୍ଚ୍ଚ ଭରଣ ପ୍ରସଙ୍ଗ ଉଠାଇ ଥିଲେ।

ମାଲକାନଗିରି-ଜୟପୁର, ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପ୍ରଦାନ ସାଙ୍ଗକୁ ଜାତୀୟ ରାଜପଥ ମରାମତି ନେଇ ପର୍ଯ୍ୟାପ୍ତ ଅର୍ଥ ଦେବାକୁ ବୈଠକରେ ନବୀନ ଦାବି ଉପସ୍ଥାପନ କରିଥିଲେ।

ବିଜ୍ଞାନ ଭବନରେ ଚାଲିଥିବା ଆନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟି ବୈଠକରେ ନବୀନଙ୍କ ସମେତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଯୋଗ ଦେଇଥିଲେ।

Related story