ମାଓଦମନ ପାଇଁ ଆସନ୍ତାକାଲି ଦିଲ୍ଲୀରେ ବ୍ଲୁ-ପ୍ରିଣ୍ଟ: ରାଜ୍ୟକୁ ଅଧିକ ଫୋର୍ସ ପାଇଁ ଦାବି କରିବେ ନବୀନ

ଭୁବନେଶ୍ୱର:ଦେଶରୁ ମାଓବାଦୀଙ୍କୁ ମୁଳପୋଛ କରିବା ଲକ୍ଷ୍ୟରେ ଆସନ୍ତାକାଲି ନୂଆଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଡାକିଥିବା ଏହି ବୈଠକରେ ମାଓ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ।  ଅତି ମାଓପ୍ରବଣ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ, ଅପରେସନ ବେଳେ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ନେଇ ବୈଠକରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ।  ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯାଇଛନ୍ତି। ମାଓବାଦୀଙ୍କୁ ଦମନ ଲାଗି କେନ୍ଦ୍ର ସରକାର ଅଣ୍ଟା […]

naxal4-1

Rakesh Mallick
  • Published: Sunday, 07 May 2017
  • , Updated: 08 May 2017, 07:33 AM IST

ଭୁବନେଶ୍ୱର:ଦେଶରୁ ମାଓବାଦୀଙ୍କୁ ମୁଳପୋଛ କରିବା ଲକ୍ଷ୍ୟରେ ଆସନ୍ତାକାଲି ନୂଆଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଡାକିଥିବା ଏହି ବୈଠକରେ ମାଓ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ।  ଅତି ମାଓପ୍ରବଣ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ, ଅପରେସନ ବେଳେ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ନେଇ ବୈଠକରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ।  ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯାଇଛନ୍ତି।

ମାଓବାଦୀଙ୍କୁ ଦମନ ଲାଗି କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଥିବା ବେଳେ ଆସନ୍ତାକାଲି ବସୁଥିବା ବୈଠକରେ ବିଭିନ୍ନ ରଣନୀତି ପ୍ରସ୍ତୁତ ହୋଇପାରେ।ଯେଁଉ ସବୁ ରାଜ୍ୟରେ ମାଓ କାର୍ଯ୍ୟକଳାପ ବଢିଛି ସେଠାରେ ଅଧିକ ଫୋର୍ସ ମୁତୟନ, ମାଓ  ବିରୋଧୀ ଅପରେସନ ବେଳେ ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ଗୁଇନ୍ଦା ସୂଚନା  ଆଦାନପ୍ରଦାନ ନେଇ ବୈଠକରେ ଅଲୋଚନା କରାଯିବ। ସେପଟେ  ମାଓ ଦମନ ପାଇଁ  ଅଧିକ ୨ ବାଟାଲିୟନ ପାରା ମିଲିଟାରୀ ଫୋର୍ସ ମାଗିବ ଓଡିଶା ।

ମାଓ ଇଲାକାରେ ଅଧିକ କ୍ଷମତା ସଂପନ୍ନ ମୋବାଇଲ୍ ଟାଓ୍ୱାର ନିର୍ମାଣ, ଦୁର୍ଗମ ଅଂଚଳକୁ ରାସ୍ତା ନିର୍ମାଣ , ଅଧପନ୍ତରିଆ ପ୍ରକଳ୍ପର କାଯର୍ୟ ତ୍ୱରାନ୍ୱିତ ଏବଂ ନିରାପତ୍ତା ସମ୍ବନ୍ଧିତ ଖର୍ଚ୍ଚ ବାବଦକୁ ବକେୟା କେନ୍ଦ୍ରୀୟ ଅନୁଦାନ ଦେବାକୁ ଓଡିଶା ଦାବି କରିବ ବୋଲି ଜଣାପଡ଼ିଛି। ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବର୍ବରକାଣ୍ଡ ପରେ ଏହି ଜରୁରୀ ବୈଠକ ଡାକିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।  ଦେଶର ଯେଉଁ ରାଜ୍ୟରେ ମାଓ ହିଂସା କମିଛି ସେଠାରୁ ହିଂସାଗ୍ରସ୍ତ ଅ଼ଞ୍ଚଳକୁ ଫୋର୍ସ ସ୍ଥାନାନ୍ତର ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ। ବୈଠକରେ ଓଡିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ, ଝାରଖଣ୍ଡ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ  ଦେବାର କାର୍ୟକ୍ରମ ରହିଛି।

 

Related story