- Videos
- Odisha
- ମାଓବାଦୀଙ୍କ ଗୁପ୍ତ ଡାଏରୀରୁ ମିଳିବ କି ବିମୁଦ୍ରାକରଣର ହିସାବ?
ମାଓବାଦୀଙ୍କ ଗୁପ୍ତ ଡାଏରୀରୁ ମିଳିବ କି ବିମୁଦ୍ରାକରଣର ହିସାବ?
- Published: Thursday, 23 November 2017
- , Updated: 23 November 2017, 10:44 PM IST

ରାୟପୁର (ଓଡ଼ିଶା ରିପୋର୍ଟର): ମାଓବାଦୀଙ୍କ ଉପରେ ପଡିନି ନୋଟ୍‌ବନ୍ଦୀର ପ୍ରଭାବ। ସ୍ଥାନୀୟ ଆଦିବାସୀ ଓ ଠିକାଦାରଙ୍କ ଜରିଆରେ ମାଓବାଦୀମାନେ ପୁରୁଣା ନୋଟ୍ ବଦଳାଇଥିବାର ସୁରାକ୍‌ ମିଳିଛି। ତେବେ ଏଥିରେ ମାଓବାଦୀ କେତେ ପ୍ରଭାବିତ ହୋଇଛନ୍ତି ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଛତିଶଗଡ ଏନ୍‌କାଉଣ୍ଟର ସ୍ଥଳରୁ ଜବତ ଡାଏରୀରୁ ମିଳିଥିବା ତଥ୍ୟ ଏମିତି ପ୍ରଶ୍ନବାଚୀ ଛିଡା କରିଛି।

କିଛି ଦିନ ତଳେ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲ୍ଲାରେ ହୋଇଥିଲା ଏନ୍‌କାଉଣ୍ଟର। ଏଠାରୁ ପୋଲିସକୁ ମିଳିଥିଲା ମାଓ ସଂଗଠନର ଖର୍ଚ୍ଚର ହିସାବର ଏକ ଡାଏରୀ। ସେଥିରେ ଲାଲଗଡ଼ରେ ମାଓବାଦୀଙ୍କ ଦ୍ୱାରା ଚାଲିଥିବା ଜନ୍ତାନା ସରକାର୍ (ସ୍ଥାନୀୟ ସରକାର ଦ୍ୱାରା ପରିଚାଳିତ)ର ବାଲାନ୍ସ ସିଟ୍‌ ରହିଛି। ଯେଉଁଥିରେ ମାଓ ସଙ୍ଗଠନର ଟିକିନିଖ୍ ହିସାବ ରହିଛି। କେଉଁ ଦିଗରେ କେତେ ଖର୍ଚ୍ଚ ହୋଇଛି, ବିସ୍ତୃତ ଭାବରେ ମାଓବାଦୀମାନେ ଉକ୍ତ ବାଲାନ୍ସ ସିଟ୍‌ରେ ଲେଖିଛନ୍ତି। ଏହାଛଡ଼ା ନୋଟ୍‌ବନ୍ଦୀ ସମୟରେ ଜମା କରାଯାଇଥିବା ୨ ଲକ୍ଷ ଟଙ୍କା ମଧ୍ୟ ଉଲ୍ଲେଖ ରହିଛି। ଏହା କେବଳ ଗୋଟିଏ ଜନ୍ତାନା ସରକାରର ବାଲାନ୍ସ ସିଟ୍ ଥିଲା। ସେହିପରି ବସ୍ତର ଅଞ୍ଚଳରେ ମାଓବାଦୀଙ୍କ ଶହ ଶହ ସଂଖ୍ୟାରେ ଜନ୍ତାନା ସରକାର ରହିଛି। ତେଣୁ ସେମାନେ ସଫଳତା ସହ ଅଚଳ ନୋଟ୍‌କୁ ବଦଳାଇଥିବା ଅନୁମାନ କରାଯାଉଛି।

ସ୍ଥାନୀୟ ବାସିନ୍ଦା କହିଛନ୍ତି-“ମାଓବାଦୀମାନେ ଗ୍ରାମାଞ୍ଚଳ ଲୋକଙ୍କୁ ଶୋଷଣ କରୁଛନ୍ତି। ଲୋକେ ଡରି ସେମାନଙ୍କୁ ପଇସା ଦେଉଛନ୍ତି। ଏହାକୁ ବନ୍ଦ ହେଲେ ମାଓବାଦୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ।”

ବସ୍ତର ଆଇଜି ବିବେକାନନ୍ଦ ସିଂ କହିଛନ୍ତି-“ନୋଟ୍‌ବନ୍ଦୀ ସମୟରେ ମାଓବାଦୀମାନେ ଠିକାଦାର ଓ ଆଦିବାସୀଙ୍କ ମାଧ୍ୟମରେ ପୁରୁଣା ଟଙ୍କା ବଦଳାଇବାକୁ ଚେଷ୍ଟା କରିଥିଲେ। ଏଥିରେ ସେମାନେ ସଫଳ ହୋଇଥିବା ଜଣାପଡ଼ିଛି।

ଛତିଶଗଡର ନକ୍ସଲ ବିରୋଧୀ ଅପରେସନ୍‌ରେ ସ୍ପେଶାଲ ଡିଜି ଡି.ଏମ୍. ଅଓ୍ୱସ୍ତି କିନ୍ତୁ ବିମୁଦ୍ରାକରଣ ଯୋଗୁଁ ମାଓବାଦୀଙ୍କ ଅଭିଯାନ ପ୍ରଭାବିତ ହୋଇଥିବା କହିଛନ୍ତି। ନୋଟବନ୍ଦୀ ସମୟରେ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିବା ସେ କହିଛନ୍ତି। ତେବେ ସ୍ଥାନୀୟ ଗ୍ରାମବାସୀଙ୍କୁ ଧମକ ଚମକ ଦେଇ ନୋଟ୍ ବଦଳାଇଥିବା ସନ୍ଦେହକୁ ସେ ସ୍ୱୀକାର କରିଛନ୍ତି।

ନୋଟବନ୍ଦୀ ଦ୍ୱାରା ମାଓବାଦୀ ସଂଗଠନ ଗୁରୁତର ପ୍ରଭାବିତ ହୋଇଥିବା ନେଇ ଉଭୟ କେନ୍ଦ୍ର ଓ ଛତିଶଗଡ ସରକାର ଦାବି କରି ଆସୁଥିଲେ। କିନ୍ତୁ ଏହା ଫେଲ୍ ହୋଇଛି ବୋଲି ୫ ଦିନ ତଳେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏପରିକି ମାଓବାଦ ହିଂସା ଘଟଣା ବୃଦ୍ଧି ପାଇଥିବା ଦାବି କରିଥିଲା କଂଗ୍ରେସ।