ନୟାଗଡ଼ ବାଣ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟିର ତନ୍ତିସାହିରେ ଥିବା ଏକ ବାଣ କାରଖାନାରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆଜି ସକାଳେ ଏସସିବିର ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିବା ଗୁରୁବାରୀ ମହାପାତ୍ରଙ୍କର ମୃତ୍ୟୁ ଘଟିଛି। ଗତ ୨୩ ତାରିଖରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ତାରିଖରେ କଟକ ବଡ଼ ମେଡିକାଲରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ଗତ ୨୩ ତାରିଖ ଅପରାହ୍ନ ପ୍ରାୟ ୫ଟାରେ ବାଣ କାରଖାନାରେ କୌଣସି […]

nayagarh

Rakesh Mallick
  • Published: Tuesday, 27 September 2016
  • , Updated: 27 September 2016, 03:18 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟିର ତନ୍ତିସାହିରେ ଥିବା ଏକ ବାଣ କାରଖାନାରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆଜି ସକାଳେ ଏସସିବିର ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିବା ଗୁରୁବାରୀ ମହାପାତ୍ରଙ୍କର ମୃତ୍ୟୁ ଘଟିଛି।

ଗତ ୨୩ ତାରିଖରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ତାରିଖରେ କଟକ ବଡ଼ ମେଡିକାଲରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଗତ ୨୩ ତାରିଖ ଅପରାହ୍ନ ପ୍ରାୟ ୫ଟାରେ ବାଣ କାରଖାନାରେ କୌଣସି କାରଣରୁ ହଠାତ୍ ନିଆଁ ଲାଗି ଯାଇଥିଲା। ଏହାପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ଆରତ ସାହୁଙ୍କର ମୃତ୍ୟୁ ଘଟିଥିଲା।

Related story