ସରିଲା ନିଟ୍‌: ଓଡ଼ିଶାରୁ ପରୀକ୍ଷା ଦେଲେ ୩୦,୦୦୦

ଭୁବନେଶ୍ୱର: ଆଜି ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍) ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାରା ଦେଶରେ ଶେଷ ହୋଇଛି। ସାରା ଦେଶରେ ମୋଟ ୧୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଓଡ଼ିଶାର ୩ଟି ସହର ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ଏକାଧିକ ପରୀକ୍ଷା କେନ୍ଦ୍ର ହୋଇଥିଲା। ଏହି କେନ୍ଦ୍ର ଗୁଡିକରେ ୩୦,୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ଯାଏଁ ଏହି ପରୀକ୍ଷା ହୋଇଥିଲା। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପେନ୍, ପେନ୍‌ସିଲ, ଘଣ୍ଟା […]

neet

Rakesh Mallick
  • Published: Sunday, 07 May 2017
  • , Updated: 08 May 2017, 07:33 AM IST

ଭୁବନେଶ୍ୱର: ଆଜି ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍) ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାରା ଦେଶରେ ଶେଷ ହୋଇଛି। ସାରା ଦେଶରେ ମୋଟ ୧୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଓଡ଼ିଶାର ୩ଟି ସହର ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ଏକାଧିକ ପରୀକ୍ଷା କେନ୍ଦ୍ର ହୋଇଥିଲା। ଏହି କେନ୍ଦ୍ର ଗୁଡିକରେ ୩୦,୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ଯାଏଁ ଏହି ପରୀକ୍ଷା ହୋଇଥିଲା। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପେନ୍, ପେନ୍‌ସିଲ, ଘଣ୍ଟା କିମ୍ବା କୌଣସି ଇଲେକ୍ଟ୍ରୋନିକ ସାମଗ୍ରୀ ନେବାକୁ ଅନୁମତି ଦିଆଯାଇ ନ ଥିଲା।

Related story