ସତରେ କ’ଣ ନକାରାତ୍ମକ ଶକ୍ତି ଆମକୁ ବେଶି ପ୍ରଭାବିତ କରେ?

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କୁହାଯାଏ ସବୁବେଳେ ଖରାପ ଜିନିଷ ପ୍ରତି ମଣିଷ ଅଧିକ ଆକର୍ଷିତ ହୋଇଥାଏ। କାରଣ ନକାରାମତ୍ମକ ଶକ୍ତିର ପ୍ରଭାବ ଅଧିକ ଥାଏ। ଗୋଟେ ଭଲ ଜିନିଷ ବା ଘଟଣା ଆମକୁ ପରେ ଦେଖାଯାଏ, ହେଲେ ଖରାପ ଜିନିଷ ଆଡକୁ ଦୃଷ୍ଟି ଆଗ ଚାଲିଯାଏ। ନକାରାତ୍ମକ ଶକ୍ତି ସବୁବେଳେ ମଣିଷ ପାଇଁ ଭୟଙ୍କର ହୋଇଥାଏ। ଏହା ସମସ୍ତ ଅଶାନ୍ତିର କାରଣ। ବେଳେବେଳେ ଦେଖାଯାଏ, ଆମେ ସବୁବେଳେ କୌଣସି ଲୋକର ଭୁଲ୍&zwnj;କୁ ନେଇ ରାଗୁ ଏବଂ ଅଶାନ୍ତି ପ୍ରକାଶ କରୁ। ସବୁବେଳେ ଅନ୍ୟର ଭୁଲ୍&zwnj;କୁ ନେଇ ଅଲୋଚନା କରୁ। ସମସ୍ତଙ୍କର କିଛି ଖରାପ ଓ କିଛି ଭଲ ଗୁଣ ଥାଏ। ତେବେ ଗୋଟେ ମଣିଷର ଭଲ ଗୁଣ ଅପେକ୍ଷା ଖରାପ ଗୁଣ ଅନ୍ୟମାନଙ୍କୁ ଏତେ କାହିଁକି ପ୍ରଭାବିତ କରେ? ମନକୁ ପ୍ରଶ୍ନ ଆସିଥାଏ। ଏହାକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଛି। ଏପରି ଏକ ସମସ୍ୟାକୁ ନେଇ &lsquo;ଓଡିଶା ରିପୋର୍ଟର&rsquo; ପ୍ରତିନିଧି ଆଲୋଚନା କରିଥିଲେ ବାବା ଆନନ୍ଦ ସ୍ୱାମୀଙ୍କ ସହ। ଆସନ୍ତୁ ଜାଣିବା କ&rsquo;ଣ କହିଥିଲେ ସ୍ୱାମୀଜୀ।</p> <p>ସ୍ୱାମୀ ଆନନ୍ଦ ସରସ୍ୱତୀଙ୍କ କହିବା ଅନୁଯାୟୀ, ସଂସାରରେ ସେମିତି କିଛି ଭଲ ଓ ଖରାପ ଜନିଷ ନଥାଏ। ଖରାପ କିମ୍ବା ଭଲ ଏ ସବୁ ଆମ ଚିନ୍ତାଧାରାକୁ ନେଇ ହୋଇଥାଏ। ମୋ ଚିନ୍ତାଧାରା ଅନୁସାରେ ମୋ ପାଖକୁ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆସେ। ସମୟ ଅନୁସାରେ ଚିନ୍ତାଧାରା ବଦଳିଥାଏ। କେବେକେବେ ଖରାପ ଶକ୍ତି ଆସିବା ମଧ୍ୟ ଉଚିତ। ଯେମିତି ସାପ ବିଷ। ସାପ କାମୁଡିଲେ ବିଷ ଶରୀରକୁ ଯାଏ, ଆଉ ଜୀବନ ବଞ୍ଚାଇବା ପାଇଁ ଆମେ ସେହି ସାପ ବିଷକୁ ଖୋଜୁ। ବେଳେବେଳେ ଆମ ଚିନ୍ତାଧାରାକୁ ନେଇ ଆମକୁ ସଚେତନ ହେବାକୁ ପଡିବ। କରଣ ଚିନ୍ତାଧାରା କେବେବି ପରିବର୍ତ୍ତନ ହୋଇପାରେ। ଆମ ଚିନ୍ତାଧାରା ଯେତେବେଳେ ଖରାପ ଶକ୍ତି ଆଡକୁ ଢଳିବାର ଜଣାପଡୁଛି ସେ ସମୟରେ ଆମକୁ ସତର୍କ ହେବାକୁ ପଡିବ। ଏପରି କଲେ ଆମ ଚିନ୍ତାଧାରା ଖରାପ ଶକ୍ତିକୁ ସକାରାତ୍ମକ ଶକ୍ତିରେ ପରିଣତ କରିବାରେ ସହାୟକ ହୋଇପାରିବ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Thursday, 15 March 2018
  • Updated: 15 March 2018, 06:57 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କୁହାଯାଏ ସବୁବେଳେ ଖରାପ ଜିନିଷ ପ୍ରତି ମଣିଷ ଅଧିକ ଆକର୍ଷିତ ହୋଇଥାଏ। କାରଣ ନକାରାମତ୍ମକ ଶକ୍ତିର ପ୍ରଭାବ ଅଧିକ ଥାଏ। ଗୋଟେ ଭଲ ଜିନିଷ ବା ଘଟଣା ଆମକୁ ପରେ ଦେଖାଯାଏ, ହେଲେ ଖରାପ ଜିନିଷ ଆଡକୁ ଦୃଷ୍ଟି ଆଗ ଚାଲିଯାଏ। ନକାରାତ୍ମକ ଶକ୍ତି ସବୁବେଳେ ମଣିଷ ପାଇଁ ଭୟଙ୍କର ହୋଇଥାଏ। ଏହା ସମସ୍ତ ଅଶାନ୍ତିର କାରଣ। ବେଳେବେଳେ ଦେଖାଯାଏ, ଆମେ ସବୁବେଳେ କୌଣସି ଲୋକର ଭୁଲ୍&zwnj;କୁ ନେଇ ରାଗୁ ଏବଂ ଅଶାନ୍ତି ପ୍ରକାଶ କରୁ। ସବୁବେଳେ ଅନ୍ୟର ଭୁଲ୍&zwnj;କୁ ନେଇ ଅଲୋଚନା କରୁ। ସମସ୍ତଙ୍କର କିଛି ଖରାପ ଓ କିଛି ଭଲ ଗୁଣ ଥାଏ। ତେବେ ଗୋଟେ ମଣିଷର ଭଲ ଗୁଣ ଅପେକ୍ଷା ଖରାପ ଗୁଣ ଅନ୍ୟମାନଙ୍କୁ ଏତେ କାହିଁକି ପ୍ରଭାବିତ କରେ? ମନକୁ ପ୍ରଶ୍ନ ଆସିଥାଏ। ଏହାକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଛି। ଏପରି ଏକ ସମସ୍ୟାକୁ ନେଇ &lsquo;ଓଡିଶା ରିପୋର୍ଟର&rsquo; ପ୍ରତିନିଧି ଆଲୋଚନା କରିଥିଲେ ବାବା ଆନନ୍ଦ ସ୍ୱାମୀଙ୍କ ସହ। ଆସନ୍ତୁ ଜାଣିବା କ&rsquo;ଣ କହିଥିଲେ ସ୍ୱାମୀଜୀ।</p><p>ସ୍ୱାମୀ ଆନନ୍ଦ ସରସ୍ୱତୀଙ୍କ କହିବା ଅନୁଯାୟୀ, ସଂସାରରେ ସେମିତି କିଛି ଭଲ ଓ ଖରାପ ଜନିଷ ନଥାଏ। ଖରାପ କିମ୍ବା ଭଲ ଏ ସବୁ ଆମ ଚିନ୍ତାଧାରାକୁ ନେଇ ହୋଇଥାଏ। ମୋ ଚିନ୍ତାଧାରା ଅନୁସାରେ ମୋ ପାଖକୁ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆସେ। ସମୟ ଅନୁସାରେ ଚିନ୍ତାଧାରା ବଦଳିଥାଏ। କେବେକେବେ ଖରାପ ଶକ୍ତି ଆସିବା ମଧ୍ୟ ଉଚିତ। ଯେମିତି ସାପ ବିଷ। ସାପ କାମୁଡିଲେ ବିଷ ଶରୀରକୁ ଯାଏ, ଆଉ ଜୀବନ ବଞ୍ଚାଇବା ପାଇଁ ଆମେ ସେହି ସାପ ବିଷକୁ ଖୋଜୁ। ବେଳେବେଳେ ଆମ ଚିନ୍ତାଧାରାକୁ ନେଇ ଆମକୁ ସଚେତନ ହେବାକୁ ପଡିବ। କରଣ ଚିନ୍ତାଧାରା କେବେବି ପରିବର୍ତ୍ତନ ହୋଇପାରେ। ଆମ ଚିନ୍ତାଧାରା ଯେତେବେଳେ ଖରାପ ଶକ୍ତି ଆଡକୁ ଢଳିବାର ଜଣାପଡୁଛି ସେ ସମୟରେ ଆମକୁ ସତର୍କ ହେବାକୁ ପଡିବ। ଏପରି କଲେ ଆମ ଚିନ୍ତାଧାରା ଖରାପ ଶକ୍ତିକୁ ସକାରାତ୍ମକ ଶକ୍ତିରେ ପରିଣତ କରିବାରେ ସହାୟକ ହୋଇପାରିବ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos