ଗର୍ଭାବସ୍ଥାକୁ ନେଇ ଅଛି କି ଏସବୁ ଭ୍ରାନ୍ତ ଧାରଣା ?

ମା’ ହେବା ଦୁନିଆର ସବୁଠୁ ବଡ଼ ଅନୁଭୂତି। ଗର୍ଭାବସ୍ଥାରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟିଥାଏ। ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଏହି ଅବସ୍ଥାରେ ଡାକ୍ତର ମହିଳା ମାନଙ୍କୁ  ସୁସ୍ଥ ରହିବା ଲାଗି ଅନେକ ପରାମର୍ଶ ଦେଇଥାନ୍ତି। କେବଳ ଡାକ୍ତର ନୁହଁନ୍ତି, ଏହି ସମୟରେ  ଗୁରୁଜନମାନେ ମଧ୍ୟ ବିଭିନ୍ନ ପରାମର୍ଶ ଦେଇଥାନ୍ତି। ବେଳେ ବେଳେ ଗୁରୁଜନମାନେ ଭିନ୍ନ ଭିନ୍ନ କଥା କହୁଥିବାରୁ ଗର୍ଭବତୀ ମହିଳା ମାନେ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି। ଅନେକ […]

health

health

Ordigital Desk
  • Published: Wednesday, 20 December 2017
  • Updated: 20 December 2017, 03:01 PM IST

Sports

Latest News

ମା' ହେବା ଦୁନିଆର ସବୁଠୁ ବଡ଼ ଅନୁଭୂତି। ଗର୍ଭାବସ୍ଥାରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟିଥାଏ। ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଏହି ଅବସ୍ଥାରେ ଡାକ୍ତର ମହିଳା ମାନଙ୍କୁ  ସୁସ୍ଥ ରହିବା ଲାଗି ଅନେକ ପରାମର୍ଶ ଦେଇଥାନ୍ତି। କେବଳ ଡାକ୍ତର ନୁହଁନ୍ତି, ଏହି ସମୟରେ  ଗୁରୁଜନମାନେ ମଧ୍ୟ ବିଭିନ୍ନ ପରାମର୍ଶ ଦେଇଥାନ୍ତି। ବେଳେ ବେଳେ ଗୁରୁଜନମାନେ ଭିନ୍ନ ଭିନ୍ନ କଥା କହୁଥିବାରୁ ଗର୍ଭବତୀ ମହିଳା ମାନେ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି। ଅନେକ ଭ୍ରାନ୍ତ ଧାରଣାକୁ ସେମାନେ ସତ ବୋଲି ଭାବି ନିଅନ୍ତି। ଆଜି ଆମେ ସେହିଭଳି କିଛି ଭ୍ରାନ୍ତ ଧାରଣା ବିଷୟରେ ଆପଣମାନଙ୍କୁ ଜଣାଇବୁ।

- ଅଧିକାଂଶ ଲୋକେ  ଗର୍ଭବତୀ ମହିଳାଙ୍କ ପେଟ ଦେଖି ଶିଶୁର ଲିଙ୍ଗ ସଂପର୍କରେ ଅନୁମାନ ଲଗାଇ ଥାଆନ୍ତି। ଏହା ପୂରାପୂରି ଭୁଲ୍‌ ଧାରଣା। ସତ କଥା ହେଲା ଗର୍ଭାବସ୍ଥା ସମୟରେ ମହିଳାଙ୍କ ପେଟର ଆକାର ଚର୍ବି, ମାଂସପେଶୀ ଓ ଗର୍ଭାଶୟରେ  ବଢୁଥିବା ଶିଶୁର ସ୍ଥିତି ଉପରେ ନିର୍ଭର କରିଥାଏ। ସେଥିପାଇଁ ଏହି ସବୁ କଥା ଉପରେ  କଦାପି ବିଶ୍ୱାସ କରନ୍ତୁ ନାହିଁ।

- ଗର୍ଭାବସ୍ଥା ସମୟରେ ମହିଳାଙ୍କ ଛାତି ଜଳିବା ଏକ ସାଧାରଣ ସମସ୍ୟା। ଅଧିକାଂଶ ଲୋକେ କହିଥାନ୍ତି ଏପରି ହେଲେ ଶିଶୁର ଚୁଟି ବଢ଼ିଥାଏ। ଏହା ଏକ ଭୁଲ୍‌ ଧାରଣା । ଏସିଡିଟି କାରଣରୁ ଏପରି ହୋଇଥାଏ।

- ଗର୍ଭାବସ୍ଥାରେ ସକାଳ ସମୟରେ ମହିଳାଙ୍କୁ ଅଧିକ ଦୁର୍ବଳ ଅନୁଭବ ହୋଇଥାଏ। କିଛି ଲୋକ କହନ୍ତି ଏହା ହେଉଛି ଶିଶୁକୁ ଠିକ୍‌ ଭାବେ ପୋଷଣ ମିଳୁ ନଥିବାର ସଙ୍କେତ। କିନ୍ତୁ ଏହା ଭ୍ରାନ୍ତ ଧାରଣା। ଯଦି ସକାଳେ ଗର୍ଭବତୀ ମହିଳା ବାନ୍ତି କରନ୍ତି ତା’ହେଲେ ଜାଣିବେ ଶିଶୁ ସୁରକ୍ଷିତ ଅଛି।

- ଗର୍ଭାବସ୍ଥାରେ ବ୍ୟାୟାମ କରିବା ଦ୍ୱାରା ଶିଶୁକୁ କ୍ଷତି ପହଞ୍ଚିଥାଏ ବୋଲି ଅନେକ ଲୋକଙ୍କର ଧାରଣା ରହିଛି। ଗର୍ଭାବସ୍ଥା ସମୟରେ ହାଲକା ଫୁଲକା ଯୋଗ କରିବା ଶିଶୁର ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ।

- ଗର୍ଭାବସ୍ଥା ସମୟରେ ଉଡ଼ାଜାହାଜ ଯାତ୍ରା କରିବାକୁ ବାରଣ କରାଯାଇଥାଏ। କିନ୍ତୁ ଡାକ୍ତରଙ୍କ କହିବା ଅନୁସାରେ ଏହି ସମୟରେ ମହିଳା ମାନେ ଉଡ଼ାଜାହାଜର ଯାତ୍ରା କରିବାରେ କୌଣସି ଅସୁବିଧା ନାହିଁ। କେବଳ  ଗର୍ଭାବସ୍ଥାର ଶେଷ ମାସରେ  ବିମାନରେ ଯାତ୍ରା କରିବାକୁ ବାରଣ କରାଯାଇଥାଏ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos