ଜାଣନ୍ତୁ ଘରେ ପିତୃପୁରୁଷଙ୍କ ଫଟୋ କେଉଁ ଦିଗରେ ଲଗାଇବା ଶୁଭ

ଅଧିକାଂଶ ଲୋକେ ପିତୃପୁରୁଷଙ୍କ ଫଟୋ ଘରେ ରଖିଥାନ୍ତି। ସ୍ୱର୍ଗତ ପିତୃପୁରୁଷଙ୍କ ପଟୋ ଘରେ ଲଗାଇବା ଦ୍ୱାରା ସେମାନଙ୍କ କୃପା ଦୃଷ୍ଟି  ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ଏହି ଫଟୋ ଲଗାଇବାର ନିଦ୍ଧିଷ୍ଟ ନିୟମ ରହିଛି। ଘରର ଭୁଲ ସ୍ଥାନରେ ଏହାକୁ ଲଗାଇଲେ ଅଶୁଭ ଫଳ ପ୍ରଦାନ କରିଥାଏ। ତେବେ ଆସନ୍ତୁ ଜାଣିବା ଘରେ ପିତୃପୁରୁଷଙ୍କ ଫଟୋ ଲଗାଇବାର ନିୟମ ସଂପର୍କରେ। ପିତୃପୁରୁଷଙ୍କ ଫଟୋ ଠାକୁର ଘରେ ଲଗାନ୍ତୁ ନାହିଁ। ଐଶାନ୍ୟ କୋଣରେ ଠାକୁର ପୂଜା କରୁଥିଲେ ପୂର୍ବପୁରୁଷଙ୍କ […]

photo

photo

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 09:17 AM IST

Sports

Latest News

ଅଧିକାଂଶ ଲୋକେ ପିତୃପୁରୁଷଙ୍କ ଫଟୋ ଘରେ ରଖିଥାନ୍ତି। ସ୍ୱର୍ଗତ ପିତୃପୁରୁଷଙ୍କ ପଟୋ ଘରେ ଲଗାଇବା ଦ୍ୱାରା ସେମାନଙ୍କ କୃପା ଦୃଷ୍ଟି  ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ଏହି ଫଟୋ ଲଗାଇବାର ନିଦ୍ଧିଷ୍ଟ ନିୟମ ରହିଛି। ଘରର ଭୁଲ ସ୍ଥାନରେ ଏହାକୁ ଲଗାଇଲେ ଅଶୁଭ ଫଳ ପ୍ରଦାନ କରିଥାଏ। ତେବେ ଆସନ୍ତୁ ଜାଣିବା ଘରେ ପିତୃପୁରୁଷଙ୍କ ଫଟୋ ଲଗାଇବାର ନିୟମ ସଂପର୍କରେ।

  • ପିତୃପୁରୁଷଙ୍କ ଫଟୋ ଠାକୁର ଘରେ ଲଗାନ୍ତୁ ନାହିଁ। ଐଶାନ୍ୟ କୋଣରେ ଠାକୁର ପୂଜା କରୁଥିଲେ ପୂର୍ବପୁରୁଷଙ୍କ ଫଟୋ ପୂର୍ବ ଦିଗରେ ଲଗାନ୍ତୁ। ସେହିପରି ପୂର୍ବ ଦିଗରେ ପୂଜା କରୁଥିଲେ ଐଶାନ୍ୟ କୋଣରେ ପିତୃପୁରୁଷଙ୍କ ଫଟୋ ଲାଗାନ୍ତୁ।
  • ଦକ୍ଷିଣ-ପଶ୍ଚିମ ଦିଗର କାନ୍ଥରେ ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଧନଭାବ ଦେଖାଯାଇଥାଏ।
  • ଘରର ପଶ୍ଚିମ ଓ ଦକ୍ଷିଣ ଦିଗରେ ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ। ଏପରି କରିବା ଦ୍ୱାରା ପରିବାର ସଦସ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।
  • ଘରର ମଝି ସ୍ଥାନରେ ମଧ୍ୟ ପିତୃପୁରରୁଷଙ୍କ ଫଟୋ ଲଗାନ୍ତୁ ନାହିଁ। ଏପରି ଫଟୋ ଲଗାଇବା ଦ୍ୱାରା ନକାରାତ୍ମକ ପ୍ରଭାବ ଘର ଉପରେ ପଡିଥାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos