ନୂଆ ଦଳ ଗଢ଼ିଲେ ଶିବପାଲ, ମୁଲାୟମ ହେବେ ମୁଖ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିରଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ କାକା ଶିବପାଲ ସିଂ ଯାଦବ ଆଜି ଏକ ନୂଆ ଦଳ ଗଠନ କରିଛନ୍ତି। ସେ ଏହି ଦଳର ନାଁ ‘ସମାଜବାଦୀ ସେକ୍ୟୁଲର୍‌ ମୋର୍ଚ୍ଚା’ ରଖିଛନ୍ତି। ଅଖିଳେଶଙ୍କ ବାପା ମୁଲାୟମ୍‌ ସିଂ ଯାଦବ ଏହି ଦଳର ମୁଖିଆ ହେବେ। ଶିବପାଲ୍‌ କହିଛନ୍ତି,“ଆମେ ସମାଜବାଦୀ ସେକ୍ୟୁଲାର୍‌ ମୋର୍ଚ୍ଚା ନାଁରେ ନୂଆ ଦଳ ଗଠନ କରିଛୁ। ଏହି ଦଳର ମୁଖ୍ୟ ମୁଲାୟମ୍ ସିଂ ଯାଦବ ରହିବେ। ମୁଲାୟମ୍‌ଙ୍କୁ ଆମେ […]

shivpal

Rakesh Mallick
  • Published: Friday, 05 May 2017
  • , Updated: 05 May 2017, 02:10 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିରଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ କାକା ଶିବପାଲ ସିଂ ଯାଦବ ଆଜି ଏକ ନୂଆ ଦଳ ଗଠନ କରିଛନ୍ତି। ସେ ଏହି ଦଳର ନାଁ ‘ସମାଜବାଦୀ ସେକ୍ୟୁଲର୍‌ ମୋର୍ଚ୍ଚା’ ରଖିଛନ୍ତି। ଅଖିଳେଶଙ୍କ ବାପା ମୁଲାୟମ୍‌ ସିଂ ଯାଦବ ଏହି ଦଳର ମୁଖିଆ ହେବେ।

ଶିବପାଲ୍‌ କହିଛନ୍ତି,“ଆମେ ସମାଜବାଦୀ ସେକ୍ୟୁଲାର୍‌ ମୋର୍ଚ୍ଚା ନାଁରେ ନୂଆ ଦଳ ଗଠନ କରିଛୁ। ଏହି ଦଳର ମୁଖ୍ୟ ମୁଲାୟମ୍ ସିଂ ଯାଦବ ରହିବେ। ମୁଲାୟମ୍‌ଙ୍କୁ ଆମେ ତାଙ୍କ ସମ୍ମାନ ପୁଣି ଥରେ  ଫେରାଇବା ସହ ସମାଜବାଦୀଙ୍କୁ ଏକାଠି କରିବାକୁ କାମ କରିବୁ।”

ସୂଚନାଯୋଗ୍ୟ, ଶିବପାଲ ଓ ଅଖିଳେଶଙ୍କ ମଧ୍ୟରେ ବଢିଥିବା ମତପାର୍ଥକ୍ୟ ଯୋଗୁଁ ଦଳ ଭାଙ୍ଗି ଯାଇଥିଲା। ଏହି ପାରିବାରିକ କଳହର ସିଧାସଳଖ ପ୍ରଭାବ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ଦଳ ନିର୍ବାଚନରେ ପରାଜିତ ହୋଇଥିଲା।

Related story