ଆସୁଛି ନବ ବର୍ଷ ୨୦୧୮। ସବୁଥର ପରି ଏଥର ମଧ୍ୟ ନବ ବର୍ଷ କିଛି ସଂକଳ୍ପରୁ ଆରମ୍ଭ କରନ୍ତୁ। ପୂରୁଣା ଦିନରେ ହୋଇଯାଇଥିବା ଭୁଲ୍ ଭଟକାରୁ ଭୁଲି ନୂଆ ବର୍ଷରେ କିଛି ନୂଆ କାମ କରିବା ଲକ୍ଷ ନେଇ 'ନ୍ୟୁ-ଇଅର ରିଜୋଲ୍ୟୁସନ୍' ବା ନବ ବର୍ଷ ପାଇଁ ସଂକଳ୍ପ ରଖନ୍ତୁ। ସଂକଳ୍ପ ନେବାବେଳେ ନିଜ ରାଶି ପ୍ରତି ଧ୍ୟାନ ଦିଅନ୍ତୁ। ରାଶି ଅନୁଯାୟୀ କଣ ସଂକଳ୍ପ ନେବେ ଆସନ୍ତୁ ଜାଣିବା ଏହି ଆଲେକ୍ଷରେ।
୧)ମେଷ- ଆଗାମୀ ବର୍ଷ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ। କିନ୍ତୁ ଆପଣ କ'ଣ ଚାହୁଁଛନ୍ତି ତା ଉପରେ ଆପଣଙ୍କୁ ସବୁବେଳେ ଧ୍ୟାନ ରଖିବାକୁ ହେବ । ଏଥର ନବ ବର୍ଷରେ ଅନ୍ୟମାନଙ୍କ କଥାରେ ପ୍ରଭାବିତ ନ ହେବା ପାଇଁ ସଂକଳ୍ପ କରନ୍ତୁ।
୨)ବୃଷ- ଭୟ ଲାଗୁଥିବା କାମକୁ ସାହାସର ସହ ସାମ୍ନାକରନ୍ତୁ। ଆପଣଙ୍କ ପାଖରେ ଅନେକ କିଛି କ୍ଷମତା ଅଛି । କିଛି କାମ ଏକାକି କରିବାର ସଂକଳ୍ପ ରଖନ୍ତୁ।
୩)ମିଥୁନ- ଗୋଟେ ବଡ କାମ କରିବା ପୂର୍ବରୁ ସବୁବେଳେ ଅନ୍ୟ ଉପରେ ନିର୍ଭର କରନ୍ତୁ ନାହିଁ। କେଉଁଟା ଉଚିତ ଓ କେଉଁଟା ଅନୁଚିତ ଆନ୍ୟମାନଙ୍କୁ ପଚାରିବା ପରିବର୍ତ୍ତେ ନିଜ ମନକୁ ପଚାରନ୍ତୁ ଓ ସଠିକ୍ ରାସ୍ତା ବାଛନ୍ତୁ।
୪)କର୍କଟ- ଏହି ରାଶିର ବ୍ୟକ୍ତିମାନେ ଅନ୍ୟମାନଙ୍କ ମନ କଷ୍ଠ ହେବ ଭାବି କୌଣସି କଥାକୁ ମନା କରିପାରନ୍ତି ନାହିଁ। ନବ ବର୍ଷରେ କିଛି ସ୍ଥାନରେ 'ନାଁ' କହିବାର ସଂକଳ୍ପ ନିଅନ୍ତୁ।
୫)ସିଂହ- ଏହି ରାଶିର ବ୍ୟକ୍ତିମାନେ ରିସ୍କ ନେବାକୁ ଭୟ କରନ୍ତି। ଏଥର ନବ ବର୍ଷରେ ରିସ୍କ ନିଅନ୍ତୁ ଓ ଆଗକୁ ବଢନ୍ତୁ।
୬)କନ୍ୟା- ଆପଣଙ୍କ ଭିତରେ ଏକ ମାର୍ଗଦର୍ଶକର କ୍ଷମତା ରହିଛି କିନ୍ତୁ ଆପଣ ଟିକେ ଭୟ କରନ୍ତି। ନବ ବର୍ଷରେ ମନରୁ ସେ ଭୟ ଦୂର କରିବାର ସଂକଳ୍ପ ରଖନ୍ତୁ।
୭)ତୁଳା- ଆଗାମୀ ବର୍ଷ ଅନେକ ଲୋକ ଆପଣଙ୍କ କାମକୁ ନେଇ ଭୁଲ୍ ଓ ଠିକ୍ ମତଦେବେ। ସେଥିରୁ କ'ଣ ଠିକ୍ ଓ ଭୁଲ୍ ଆପଣଙ୍କୁ ନିଜେ ବିଚାର କରିବାର ସଂକଳ୍ପ ନେବାକୁ ହେବ।
୮)ବିଛା- ଆପଣ ଜଣେ ଭଲ ପରାମର୍ଶଦାତା। କିନ୍ତୁ ପରାମର୍ଶ ଦେବାରେ ଆପଣ କୁଣ୍ଠାବୋଧ କରନ୍ତି । ନବ ବର୍ଷରେ ନିଜ ପରାମର୍ଶ ଦ୍ୱାରା ଅନ୍ୟକୁ ସାହାଯ୍ୟ କରିବା ପାଇଁ ସଂକଳ୍ପ ରଖନ୍ତୁ।
୯)ଧନୁ- ଆପଣଙ୍କ ଜୀବନରେ କିଛି ଖଳ ପ୍ରକୃତିର ଲୋକେ ଅଛନ୍ତି। ଯେଉଁମାନଙ୍କୁ ଆପଣ ଏଥର ନବ ବର୍ଷରେ ଦୂରେଇବାର ସଂକଳ୍ପ ନେବେ।
୧୦)ମକର- ଅନ୍ୟମାନଙ୍କ ଖୁସି ପାଇଁ ଆପଣ ସଂଘର୍ଷ କରି ବିବାଦରେ ପଡନ୍ତି। ଏସବୁ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ସଂକଳ୍ପ ରଖନ୍ତୁ.
୧୧)କୁମ୍ଭ- ନୂଆ କିଛି କାମ କରିବା ପୂର୍ବରୁ ଆପଣ ଡରନ୍ତି। ସେ ଡର ମନରୁ କାଢିବା ପାଇଁ ଆପଣ ସଂକଳ୍ପ ନିଅନ୍ତୁ।
୧୨)ମୀନ- ଏହି ରାଶିର ବ୍ୟକ୍ତି ସବୁବେଳେ ନୂଆ ନୂଆ ଆଶା ସଜାନ୍ତି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆପଣଙ୍କ ସେହି ଆଶାକୁ ବଜାୟ ରଖିବା ପାଇଁ ଏଥର ସଂକଳ୍ପ ରଖନ୍ତୁ।