ନିଉଟନ୍‌ ଭାରତରୁ ଚୋରାଇ ନେଇଥିଲେ ଗାଣିତିକ ସୂତ୍ର, ଜାଣନ୍ତି କି?

ଭୁବନେଶ୍ୱର: ଗଛରୁ ଫଳ ଖସିଲା, ଏହାର କାରଣ କ’ଣ? ଏମିତି କାରଣ ଖୋଜୁ ଖୋଜୁ ମାଧ୍ୟାକର୍ଷଣ ଶକ୍ତିର ସୂତ୍ର ଆବିଷ୍କାର ହୋଇଥିଲା ବୋଲି ଆମ ପାଠ ପଢିଛେ। ସାର୍‌ ଆଇଜାକ୍‌ ନିଉଟନ୍‌ ଏହି ସୂତ୍ରର ଜନକ ବୋଲି ମଧ୍ୟ କୁହାଯାଏ। ଏପରିକି ଗଣିତରେ infinite series ଧାରା, ଗତିର ନିୟମ ବା law of motion ର ଜନକ ବୋଲି ମଧ୍ୟ କେତେକାଂଶରେ ତାଙ୍କୁ ଶ୍ରେୟ ଦିଆଯାଏ। ହେଲ ବାସ୍ତବରେ ଏହା ଭାରତର ଦାନ। ଏହା ଅନେକେ […]

newton

Rakesh Mallick
  • Published: Wednesday, 13 December 2017
  • , Updated: 13 December 2017, 10:37 AM IST

ଭୁବନେଶ୍ୱର: ଗଛରୁ ଫଳ ଖସିଲା, ଏହାର କାରଣ କ’ଣ? ଏମିତି କାରଣ ଖୋଜୁ ଖୋଜୁ ମାଧ୍ୟାକର୍ଷଣ ଶକ୍ତିର ସୂତ୍ର ଆବିଷ୍କାର ହୋଇଥିଲା ବୋଲି ଆମ ପାଠ ପଢିଛେ। ସାର୍‌ ଆଇଜାକ୍‌ ନିଉଟନ୍‌ ଏହି ସୂତ୍ରର ଜନକ ବୋଲି ମଧ୍ୟ କୁହାଯାଏ। ଏପରିକି ଗଣିତରେ infinite series ଧାରା, ଗତିର ନିୟମ ବା law of motion ର ଜନକ ବୋଲି ମଧ୍ୟ କେତେକାଂଶରେ ତାଙ୍କୁ ଶ୍ରେୟ ଦିଆଯାଏ। ହେଲ ବାସ୍ତବରେ ଏହା ଭାରତର ଦାନ। ଏହା ଅନେକେ ଜାଣି ନ ଥିବେ।

ଆମ ଦେଶରେ ହିଁ ଏହି ଗାଣିତିକ ପଦ୍ଧତିମାନଙ୍କର ଆବିଷ୍କାର ହୋଇସାରିଥିଲା। ମାତ୍ର ଖ୍ରୀଷ୍ଟିଆନ୍‌ ମିସ୍‌ନାରୀମାନଙ୍କ ଦ୍ୱାରା ଭାରତରୁ ଏହି ସୂତ୍ର ଚୋରାଇ ନିଆଯିବା ପରେ ନିଉଟନ୍‌ ବନି ଯାଇଥିଲେ ଏହାର ଜନକ।

ଆଧୁନିକ ଗଣିତର ଏହି ପ୍ରମୁଖ ସୂତ୍ର ଦକ୍ଷିଣ ଭାରତର ଏକ ପ୍ରମୁଖ ଗୁରୁକୁଳରେ ଜନ୍ମ ନେଇଥିଲେ ମଧ୍ୟ ବିଦେଶୀଙ୍କ ଚତୁରତା ଲାଗି ଭାରତରୁ ସ୍ଥାନାନ୍ତରିତ ହୋଇଯାଇଥିଲା ବୋଲି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ମାଞ୍ଚେଷ୍ଟର ୟୁନିଭରସିଟିର ଗବେଷକ ଡଃ. ଜର୍ଜ ବର୍ଗିସ୍ ଯୋଶେ‍ଫ।

ବିଶ୍ୱବିଦ୍ୟାଳୟର ଏକ ଗବେଷକ ଗୋଷ୍ଠୀ ଏହା ମଧ୍ୟ କହିଛନ୍ତି ଯେ, ଦକ୍ଷିଣ ଭାରତର ପ୍ରମୁଖ ସହର କେରଳାର ଏକ ଗୁରୁକୁଳରେ ହିଁ ଗଣିତରେ ବ୍ୟବହୃତ ମାନକ pie ଶୃଙ୍ଖଳାର ବ୍ୟବହାର ନେଇ ସୂତ୍ର ବାହାର କରାଯାଇଥିଲା। ୧୫ଶ ଶତାବ୍ଦୀ ବେଳକୁ ଭାରତ ଗାଣିତିକ ପଦ୍ଧତିର ବ୍ୟବହାର ଓ ଏହାର ସୂତ୍ର ବାହାର କରିବାର କ୍ଷମତା ବୃଦ୍ଧି କରି ସାରିଥିଲା। ଏହି ସମୟରେ ଭାରତକୁ ଆସିଥିବା କେତେକ ମିଶନାରୀ ଗୋଷ୍ଠୀ ଏ ବାବଦରେ ଜାଣିଯିବା ପରେ ସେମାନଙ୍କ ଦ୍ୱାରା ହିଁ ଏହି ପଦ୍ଧତି ଭାରତରୁ ବିଦେଶକୁ ଚାଲିଯାଇଥିଲା। ଯାହା ପରିବର୍ତ୍ତି ସମୟରେ ନିଉଟନ୍‌ ଓ ତାଙ୍କ ଭଳି ଅନ୍ୟ ଗବେଷକଙ୍କ ସୃଷ୍ଟି ବୋଲି ଉଲ୍ଲିଖିତ ହୋଇ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି।

ପ୍ରିଷ୍ଟନ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ହେବାକୁ ଥିବା ଡଃ ଯୋଶେଫଙ୍କ ‘The Crest of the Peacock: the Non-European Roots of Mathematics’ର ୩ୟ ସଂସ୍କରଣରେ ଏଭଳି ତଥ୍ୟ ରହିଛି।

ଯୋଶେଫଙ୍କ ମତରେ ଆଧୁନିକ ଗଣିତର ଉନ୍ମେଷ ଲାଗି ମୁଖ୍ୟତଃ ୟୁରୋପୀୟ ରାଷ୍ଟ୍ରର ଅବଦାନକୁ ବିଶ୍ୱସ୍ତରରେ ମାନ୍ୟତା ମିଳିଥିବା ବେଳେ ମଧ୍ୟଯୁଗୀୟ ଭାରତରେ ଗାଣିତିକ ପଦ୍ଧତିର ଅବଦାନକୁ ସେଭଳି ଗୁରୁତ୍ୱ ଦିଆଯାଇ ନାହିଁ । ସପ୍ତଦଶ ଶତାବ୍ଦୀ ବେଳକୁ ସାର ଆଇଜାକ୍‌ ନିୟୁଟନ୍‌ଙ୍କ ଗାଣିତିକ ପଦ୍ଧତିମାନ ବେସ୍‌ ଲୋକପ୍ରିୟତା ହାସଲ କରିଥିଲା, ଏଥିରେ ଦ୍ୱୀମତ ହେବାର କୌଣସି କାରଣ ନ ଥିଲେ ମଧ୍ୟ କେରଳାର ମାଧବ ଓ ନୀଳକଣ୍ଠଙ୍କ ଭଳି ବିଦ୍ୱାନ ଋଷୀ ଓ ବିଶିଷ୍ଟ ଗଣିତଜ୍ଞଙ୍କୁ ସେହି ସ୍ଥାନରେ ରଖି ସମୁଚିତ ସମ୍ମାନ ମିଳିବା କଥା।

Related story