ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିଜେପି କର୍ମୀଙ୍କ ମାଡ଼ ଅଭିଯୋଗ

କଟକ:  ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ତିର୍ତ୍ତୋଲର ବାଲିପାଟଣାଠାରେ ବିଜେପି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି। ଏହାସହ କଟକ ବଡ ମେଡିକାଲ ଯାଇ ଚିକିତ୍ସା କରାଇଛନ୍ତି। ବିଧାୟକ ମଲ୍ଲିକ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ରବିବାର ସକାଳେ ସେ ପାରାଦୀପ ତୈଳ ବିଶୋଧନାଗାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ତିର୍ତ୍ତୋଲର ବାଲିପାଟଣା ଛକଠାରେ ବିଜେପି ପତାକା ଧରିଥିବା କେତେକ ଲୋକ ତାଙ୍କୁ ଅଟକାଇବା ସହ […]

mla-mada1

Rakesh Mallick
  • Published: Sunday, 07 February 2016
  • , Updated: 07 February 2016, 03:32 PM IST

କଟକ:  ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ତିର୍ତ୍ତୋଲର ବାଲିପାଟଣାଠାରେ ବିଜେପି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି। ଏହାସହ କଟକ ବଡ ମେଡିକାଲ ଯାଇ ଚିକିତ୍ସା କରାଇଛନ୍ତି।

ବିଧାୟକ ମଲ୍ଲିକ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ରବିବାର ସକାଳେ ସେ ପାରାଦୀପ ତୈଳ ବିଶୋଧନାଗାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ତିର୍ତ୍ତୋଲର ବାଲିପାଟଣା ଛକଠାରେ ବିଜେପି ପତାକା ଧରିଥିବା କେତେକ ଲୋକ ତାଙ୍କୁ ଅଟକାଇବା ସହ ଆକ୍ରମଣ କରିଥିଲେ। ସେମାନେ ତାଙ୍କ ଗାଡ଼ି ଭାଙ୍ଗି ଦେଇଛନ୍ତି। ଏପରି କି ବିଜେପି କର୍ମୀମାନେ କିଛି ବାଟ ତାଙ୍କୁ ଚଲାଇ ଚଲାଇ ନେବା ସହ  ତାଙ୍କୁ ମୋଦି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିନ୍ଦାବାଦ ପକାଇବାକୁ ଚାପ ପକାଇ ଥିଲେ।

ସେ କହିଛନ୍ତି, ବିଜେପି ପକ୍ଷରୁ ତା’ର କର୍ମୀଙ୍କୁ ବିଜେଡି ବିଧାୟକଙ୍କୁ ବାଡେଇବାକୁ ନିଶ୍ଚିତ ନିର୍ଦ୍ଦେଶ ଦିଆଯାଇଛି। ଏପରି ହୋଇ ନ ଥିଲେ ମୋ ଗାଡ଼ିରେ ଏମଏଲଏ ଲେଖା ଯାଇଛି, ସେମାନେ କେବେ ଭାଙ୍ଗି ନ ଥାନ୍ତେ। ଘଟଣା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ଜଣାଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପରେ ଯାହା ପଦକ୍ଷେପ ନିଆଯିବ। ଉକ୍ତ ଯୁବକମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ ଆଇଆଇସିଙ୍କୁ ଚିହ୍ନାଇ ଥିଲି। ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି କହିଥିଲେ ବୋଲି ସେ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ ଜଗତସଂହପୁରରେ ବିଜେଡି ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ତିର୍ତ୍ତୋଲ ଶାରଳା ରାସ୍ତାରେ ପିଜେପି ଗାଡିକୁ କିଛି ବିଜେଡି କର୍ମୀ ଅଟକାଇଥିବା ଅଭିଯୋଗ ହୋଇଥିଲା। କିଛି ସ୍ଥାନରେ ବିଜେପି କର୍ମୀଙ୍କ ଗାଡ଼ିକୁ ଟେକା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ବିଜେପି କର୍ମୀମାନେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ଗାଡ଼ି ଭାଙ୍ଗିରୁଜି କରିଥିବା ଅଭିଯୋଗ ହୋଇଛି। ଗଣ୍ଡଗୋଳରେ ଉଭୟ ପକ୍ଷର ୧୫ରୁ ଅଧିକ ଗାଡ଼ି ଭଙ୍ଗା ଯାଇଛି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଭାରତୀୟ ଜନତା ପାର୍ଟିର କୌଣସି ଲୋକ ମାରପିଟରେ ବିଶ୍ୱାସ କରେନାହିଁ। ଯଦି କେହି ଆମ ରାସ୍ତା ଅବରୋଧ କରିବ ଓ ଆମକୁ ବାଢେଇବ, ତା’ର ଉତ୍ତର ଆମେ ନିଶ୍ଚିତ ଦେବୁ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିଜେଡି ଓ ବିଜେପି କର୍ମୀମାନେ ଯେପରି ବାଢିଆପିଟା ହେଉଛନ୍ତି ଏହା ଆଗାମୀ ଦିନ ପାଇଁ ଶୁଭଙ୍କର ନୁହେଁ। ଆଜି ଯେପରି ଘଟଣା ଘଟିଲା, ଏହାଠାରୁ ଆଉ ଦୁର୍ଭାଗ୍ୟଜନକ କଥା ଆଉ କିଛି ନାହିଁ।

Related story