ବିଧାୟକଙ୍କ ସାହେବଗିରି: କାଦୁଅ ରାସ୍ତାରେ କର୍ମୀ ବୋହିଲେ ଚପଲ

<p>&lt;strong&gt;ଭୁବନେଶ୍ୱର&lt;/strong&gt;&lt;strong&gt;:&lt;/strong&gt; ମେଣ୍ଢା କଲିଜା ଖାଉଥିବା ଅଜଣା ଜନ୍ତୁକୁ ନେଇ ନିଆଳି ଏବେ ଚର୍ଚ୍ଚାରେ। ଏ ପର୍ଯ୍ୟନ୍ତ ଅଜଣା ଜନ୍ତୁ ସମ୍ପର୍କରେ କିଛି ତଥ୍ୟ ମିଳିପାରି ନାହିଁ। ଏହା ଭିତରେ ଆଉଏକ ଖବର ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ତାହା ହେଉଛି, ନିଆଳି ବିଧାୟକଙ୍କ ସାହେବଗିରି। ନିଆଳି ବିଧାୟକ ଚପଲ ନପିନ୍ଧି କର୍ମୀଙ୍କ ହାତରେ ବୁହାଇବା ଘଟଣା ବେଶ୍ ଆଲୋଚନା ହେଉଛି। ଜୋତାବୁହା ଦୃଶ୍ୟ ବି କ୍ୟାମେରାରେ ରେକର୍ଡ ହୋଇ ଏବେ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।</p> <p>ତେବେ ଏ ଘଟଣାଟି ମେଣ୍ଢାମୃତ୍ୟୁ ଘଟଣା ସହ ସିଧାସଳଖ ନହେଲେ ବି ଟିକେ ତେରେଛେଇ ଜଡ଼ିତ। ମେଣ୍ଢା ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଗତକାଲି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ନିଜ ନିର୍ବାଚନଣ୍ଡଳୀ ପରିଦର୍ଶନରେ ଯାଇଥିଲେ। ଉଦ୍ଦେଶ୍ୟ ଥିଲା, ଲୋକଙ୍କ ପାଖରେ ପହଞ୍ଚି, ମେଣ୍ଢାଭୁତକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ସେ ବିଷୟରେ ପଚାରି ବୁଝିବା ଓ ସେମାନଙ୍କୁ ସମବେଦନା ଜଣେଇବା। କିନ୍ତୁ ନିଜ ନିର୍ବାଚନ ମଣ୍ଡଳୀରେ ଯେ ବର୍ଷାଦିନେ ବୁଲିବା କଷ୍ଟକର ତାହା ନିଜେ ବିଧାୟକ ବି ଜାଣି ନଥିଲେ। ଗାଁ ବୁଲିବା ବେଳେ କାଦୁଅ ରାସ୍ତା ପଡ଼ିବାରୁ ବିଧାୟକ ନିଜ ଦାମୀ ଚପଲକୁ ଖୋଲିବାକୁ ବାଧ୍ୟ ହେଲେ। କିନ୍ତୁ ଚପଲ ପାଦରୁ ସିନା ଖୋଲିଦେଲେ, ତାକୁ ରଖିବେ କୋଉଠି। ଯଦି ଧରିକି ବୁଲିବେ, ତେବେ ଧରିବ କିଏ। ଶେଷରେ ବିଧାୟକଙ୍କ ଏହି ଦାମୀ ଚପଲକୁ ଜଣେ ବ୍ୟକ୍ତି ହାତରେ ଧରେଇ ଦିଆଗଲା। ସେ ବାବୁ ଜଣକ ବିଧାୟକଙ୍କ ପାଦୁକା ହଳକ ଧରି ବିଧାୟକଙ୍କ ସହ ଚାଲିଥିଲେ। ଏପଟେ ବିଧାୟକ ଖାଲି ପାଦରେ, ସେପଟେ ତାଙ୍କ ଚପଲ ହଳକ କର୍ମୀଙ୍କ ହାତରେ। ଏ ଅପୂର୍ବ ଦୃଶ୍ୟକୁ ମିଡିଆ ବନ୍ଧୁମାନେ ବା କେମିତି ଉତ୍ତୋଳନ ନକରି ଛାଡିବେ। ଅବଶ୍ୟ ପରେ ଭଲ ରାସ୍ତା ଆସିବାରୁ ବିଧାୟକ ଚପଲ ପିନ୍ଧିଥିଲେ। ହେଲେ ସେତେବେଳକୁ ମିଡିଆ କ୍ୟାମେରାରେ କର୍ମୀଙ୍କ ଦ୍ବାରା ବିଧାୟକଙ୍କ ଚପଲ ବୁହା ଦୃଶ୍ୟ କଏଦ୍ ହୋଇ ସାରିଥିଲା।</p>

Ordigital Desk
  • Published: Thursday, 29 June 2017
  • Updated: 29 June 2017, 04:50 PM IST
<p>&lt;strong&gt;ଭୁବନେଶ୍ୱର&lt;/strong&gt;&lt;strong&gt;:&lt;/strong&gt; ମେଣ୍ଢା କଲିଜା ଖାଉଥିବା ଅଜଣା ଜନ୍ତୁକୁ ନେଇ ନିଆଳି ଏବେ ଚର୍ଚ୍ଚାରେ। ଏ ପର୍ଯ୍ୟନ୍ତ ଅଜଣା ଜନ୍ତୁ ସମ୍ପର୍କରେ କିଛି ତଥ୍ୟ ମିଳିପାରି ନାହିଁ। ଏହା ଭିତରେ ଆଉଏକ ଖବର ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ତାହା ହେଉଛି, ନିଆଳି ବିଧାୟକଙ୍କ ସାହେବଗିରି। ନିଆଳି ବିଧାୟକ ଚପଲ ନପିନ୍ଧି କର୍ମୀଙ୍କ ହାତରେ ବୁହାଇବା ଘଟଣା ବେଶ୍ ଆଲୋଚନା ହେଉଛି। ଜୋତାବୁହା ଦୃଶ୍ୟ ବି କ୍ୟାମେରାରେ ରେକର୍ଡ ହୋଇ ଏବେ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।</p><p>ତେବେ ଏ ଘଟଣାଟି ମେଣ୍ଢାମୃତ୍ୟୁ ଘଟଣା ସହ ସିଧାସଳଖ ନହେଲେ ବି ଟିକେ ତେରେଛେଇ ଜଡ଼ିତ। ମେଣ୍ଢା ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଗତକାଲି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ନିଜ ନିର୍ବାଚନଣ୍ଡଳୀ ପରିଦର୍ଶନରେ ଯାଇଥିଲେ। ଉଦ୍ଦେଶ୍ୟ ଥିଲା, ଲୋକଙ୍କ ପାଖରେ ପହଞ୍ଚି, ମେଣ୍ଢାଭୁତକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ସେ ବିଷୟରେ ପଚାରି ବୁଝିବା ଓ ସେମାନଙ୍କୁ ସମବେଦନା ଜଣେଇବା। କିନ୍ତୁ ନିଜ ନିର୍ବାଚନ ମଣ୍ଡଳୀରେ ଯେ ବର୍ଷାଦିନେ ବୁଲିବା କଷ୍ଟକର ତାହା ନିଜେ ବିଧାୟକ ବି ଜାଣି ନଥିଲେ। ଗାଁ ବୁଲିବା ବେଳେ କାଦୁଅ ରାସ୍ତା ପଡ଼ିବାରୁ ବିଧାୟକ ନିଜ ଦାମୀ ଚପଲକୁ ଖୋଲିବାକୁ ବାଧ୍ୟ ହେଲେ। କିନ୍ତୁ ଚପଲ ପାଦରୁ ସିନା ଖୋଲିଦେଲେ, ତାକୁ ରଖିବେ କୋଉଠି। ଯଦି ଧରିକି ବୁଲିବେ, ତେବେ ଧରିବ କିଏ। ଶେଷରେ ବିଧାୟକଙ୍କ ଏହି ଦାମୀ ଚପଲକୁ ଜଣେ ବ୍ୟକ୍ତି ହାତରେ ଧରେଇ ଦିଆଗଲା। ସେ ବାବୁ ଜଣକ ବିଧାୟକଙ୍କ ପାଦୁକା ହଳକ ଧରି ବିଧାୟକଙ୍କ ସହ ଚାଲିଥିଲେ। ଏପଟେ ବିଧାୟକ ଖାଲି ପାଦରେ, ସେପଟେ ତାଙ୍କ ଚପଲ ହଳକ କର୍ମୀଙ୍କ ହାତରେ। ଏ ଅପୂର୍ବ ଦୃଶ୍ୟକୁ ମିଡିଆ ବନ୍ଧୁମାନେ ବା କେମିତି ଉତ୍ତୋଳନ ନକରି ଛାଡିବେ। ଅବଶ୍ୟ ପରେ ଭଲ ରାସ୍ତା ଆସିବାରୁ ବିଧାୟକ ଚପଲ ପିନ୍ଧିଥିଲେ। ହେଲେ ସେତେବେଳକୁ ମିଡିଆ କ୍ୟାମେରାରେ କର୍ମୀଙ୍କ ଦ୍ବାରା ବିଧାୟକଙ୍କ ଚପଲ ବୁହା ଦୃଶ୍ୟ କଏଦ୍ ହୋଇ ସାରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos