ନୀଳାଦ୍ରି ବିଜେ ବେଳେ ତାଳଧ୍ୱଜ ଏବଂ ନନ୍ଦିଘୋଷ ରଥରେ ଚଢିଲେ ଯୁବତୀ

ପୁରୀ: ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ କଟକଣା ସତ୍ତ୍ୱେ ଶ୍ରୀଜୀଉଙ୍କ ରଥଯାତ୍ରାରେ ଗୋଟିଏ ପରେ ଗୋଟେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଆଜି ନୀଳାଦ୍ରି ବିଜେ ବେଳେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଯୁବତୀ ଚଢିଥିବା ଦେଖିବାକୁ ମିଳିଥିଲା। ନୀଳାଦ୍ରି ବିଜେ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀବଳଭଦ୍ରଙ୍କ ରଥ ଉପରେ ଜଣେ ଯୁବତୀ ଚଢିଥିବା ଦେଖିବାକୁ ମିଳିଥିଲା। ଯୁବତୀ ଜଣଙ୍କୁ ଜଣେ ବରିଷ୍ଠ ସେବାୟତ ରଥରୁ ଓହ୍ଲାଇ ଆଣିଥିଲେ। ଏହି ସମୟରେ ରଥ ତଳେ ଉପସ୍ଥିତ […]

puri2

Rakesh Mallick
  • Published: Sunday, 17 July 2016
  • , Updated: 17 July 2016, 11:37 PM IST

ପୁରୀ: ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ କଟକଣା ସତ୍ତ୍ୱେ ଶ୍ରୀଜୀଉଙ୍କ ରଥଯାତ୍ରାରେ ଗୋଟିଏ ପରେ ଗୋଟେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଆଜି ନୀଳାଦ୍ରି ବିଜେ ବେଳେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଯୁବତୀ ଚଢିଥିବା ଦେଖିବାକୁ ମିଳିଥିଲା।

ନୀଳାଦ୍ରି ବିଜେ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀବଳଭଦ୍ରଙ୍କ ରଥ ଉପରେ ଜଣେ ଯୁବତୀ ଚଢିଥିବା ଦେଖିବାକୁ ମିଳିଥିଲା। ଯୁବତୀ ଜଣଙ୍କୁ ଜଣେ ବରିଷ୍ଠ ସେବାୟତ ରଥରୁ ଓହ୍ଲାଇ ଆଣିଥିଲେ। ଏହି ସମୟରେ ରଥ ତଳେ ଉପସ୍ଥିତ ଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଯୁବତୀଙ୍କ ରଥ ଚଢିବା ନେଇ ପ୍ରଶ୍ନ କରିବାକୁ କିଛି ସେବାୟତ ତାଙ୍କ ସହ ଯୁକ୍ତିତର୍କ କରିଥିଲେ।

ଅନ୍ୟପକ୍ଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ମଧ୍ୟ ଦୁଇ ଜଣ ଛୋଟ ଝିଅ ଓ କିଛି ଛୋଟ ପୁଅ ଚଢିଥିବା ଦେଖିବାକୁ ମିଳିଥିଲା।

ରଥରେ ଭକ୍ତ ଚଢିଥିବା ଦୃଶ୍ୟ ଉତ୍ତୋଳନ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେବାୟତମାନେ ଠେଲାପେଲା କରିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ କିଛି ସମୟ ପାଇଁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

[embed]https://twitter.com/OdishaReporter/status/754700077113892864[/embed]

ଭକ୍ତଙ୍କ ରଥ ଚଢିବା ନେଇ କଡ଼ା କଟକଣା ଥିବା ସତ୍ତ୍ୱେ ପୂର୍ବରୁ ଜଣେ ମହିଳା ଭକ୍ତ ରଥ ଉପରକୁ ଚଢିଥିଲେ। ଗୁଜରାଟ୍‌ର ଜଣେ ଏନ୍‌ଆରଆଇ ଭକ୍ତ ରଥକୁ ଚଢି ଗିରଫ ହୋଇଥିଲେ। ଏହାସତ୍ତ୍ୱେ ବାରମ୍ବାର ଗୋଟିଏ ପ୍ରକାର ଅବ୍ୟବସ୍ଥା ଘଟି ଚାଲିଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

Related story