ବିଜେଡି ହରତାଳ ବେଳେ ହିଂସା ମାମଲାରେ ‌ଆଉ ୯ଗିରଫ, ଗିରଫ ସଂଖ୍ୟା ୧୨କୁ ବୃଦ୍ଧି

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦରେ ସୋମବାର ସାରା ରାଜ୍ୟରେ ହରତାଳ କରିଥିଲା ବିଜେଡି। ବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ଗୁଣ୍ଡାରାଜ କରିବା ସହ ସାଧାରଣ ଲୋକଙ୍କୁ ହଇରାଣ କରିଥିଲେ।  ଏହି ହିଂସା ମାମଲାରେ ଆଉ ୯ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ୨ଟି ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି।  ସହିଦନଗରରେ ଜଣଙ୍କୁ ବାଡ଼େଇ ଗାଡ଼ି ଭାଙ୍ଗିବା ଓ  ଚନ୍ଦ୍ରଶେଖରପୁରରେ ଆଇଓସିଏଲ ବୋର୍ଡ ଭାଙ୍ଗିବା ମାମଲାରେ  ଏହି ୯ଜଣଙ୍କୁ ଗିରଫ କରାଯାଇଥିବା କମିଶନ୍‌ରେଟ୍‌ ପୋଲିସ୍‌ ପକ୍ଷରୁ କୁହାଯାଇଛି। ଫଳରେ […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 09:58 AM IST

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦରେ ସୋମବାର ସାରା ରାଜ୍ୟରେ ହରତାଳ କରିଥିଲା ବିଜେଡି। ବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ଗୁଣ୍ଡାରାଜ କରିବା ସହ ସାଧାରଣ ଲୋକଙ୍କୁ ହଇରାଣ କରିଥିଲେ।  ଏହି ହିଂସା ମାମଲାରେ ଆଉ ୯ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ୨ଟି ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି।  ସହିଦନଗରରେ ଜଣଙ୍କୁ ବାଡ଼େଇ ଗାଡ଼ି ଭାଙ୍ଗିବା ଓ  ଚନ୍ଦ୍ରଶେଖରପୁରରେ ଆଇଓସିଏଲ ବୋର୍ଡ ଭାଙ୍ଗିବା ମାମଲାରେ  ଏହି ୯ଜଣଙ୍କୁ ଗିରଫ କରାଯାଇଥିବା କମିଶନ୍‌ରେଟ୍‌ ପୋଲିସ୍‌ ପକ୍ଷରୁ କୁହାଯାଇଛି। ଫଳରେ ହରତାଳ ବେଳେ ହିଂସା ଘଟଣାରେ ଗିରଫଦାରୀ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।

ହରତାଳ ବେଳେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଗତକାଲି ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା।

Related story