ନୀଳାଦ୍ରିବିଜେ ବିଶୃଙ୍ଖଳା: ୫ ସେବାୟତଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ପଳାତକ ଘୋଷିତ ୫ ସେବାୟତଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପୋଲିସ୍‌ ଆଜି ପୁରୀ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଛି। ସିଆରପିସିର ଧାରା ୮୩ ଅନୁଯାୟୀ ଏହି ଆବେଦନ କରାଯାଇଛି। ଗତକାଲି ପୋଲିସ୍‌ ବିଭିନ୍ନ ବ୍ୟାଙ୍କ, ତହସିଲ, ପୁରୀ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟାନ୍ୟ ସ୍ଥାନରୁ ଏହି ସେବାୟତଙ୍କ ସମ୍ପତ୍ତି ତାଲିକା ମଗିଥିଲା। ଅନ୍ୟପକ୍ଷରେ ପଳାତକ ଘୋଷିତ ସେବାୟତ ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ସାଇନା ଖୁଣ୍ଟିଆ, […]

puri

Rakesh Mallick
  • Published: Friday, 16 September 2016
  • , Updated: 16 September 2016, 10:44 PM IST

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ପଳାତକ ଘୋଷିତ ୫ ସେବାୟତଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପୋଲିସ୍‌ ଆଜି ପୁରୀ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଛି। ସିଆରପିସିର ଧାରା ୮୩ ଅନୁଯାୟୀ ଏହି ଆବେଦନ କରାଯାଇଛି।

ଗତକାଲି ପୋଲିସ୍‌ ବିଭିନ୍ନ ବ୍ୟାଙ୍କ, ତହସିଲ, ପୁରୀ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟାନ୍ୟ ସ୍ଥାନରୁ ଏହି ସେବାୟତଙ୍କ ସମ୍ପତ୍ତି ତାଲିକା ମଗିଥିଲା।

ଅନ୍ୟପକ୍ଷରେ ପଳାତକ ଘୋଷିତ ସେବାୟତ ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ସାଇନା ଖୁଣ୍ଟିଆ, ଭୀମସେନ ପଲଙ୍କଧାରୀ ଓ ଇପ୍‌ସିତ ପ୍ରତିହାରୀଙ୍କ ନାମରେ ହୋଟେଲ, ଲଜିଂ, ଜମି ଓ ବିଭିନ୍ନ ବ୍ୟାଙ୍କରେ ଟଙ୍କା ରହିଥିବା ଅଭିଯୋଗ ହେଉଛି।

Related story