ଏନ୍‌ଆଇଟି ଯୌନ ନିର୍ଯାତନା ମାମଲା: ମୁଖ୍ୟ ସୁରକ୍ଷା ଅଧିକାରୀ ଗିରଫ

ରାଉରକେଲା: ରାଉରକେଲା ଏନ୍‌ଆଇଟି ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତ୍ତିରାୟଙ୍କୁ ଆଜି ପୋଲିସ ଗିରଫ କରିଛି। ଏନ୍‌ଆଇଟିର ମହିଳା ସୁରକ୍ଷା କର୍ମୀଙ୍କୁ ଯୌନ ନିର୍ଯାତନା  ଦେଉଥିବା ଅଭିଯୋଗ ଆସିବା ପରଠାରୁ ସେ ଫେରାର ଥିଲେ। ଝିରପାଣି ଥାନା ଅନ୍ତର୍ଗତ ଜଗଦାରୁ ଆଜି ତାଙ୍କୁ ରାଉରକେଲା ପୋଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଚମ୍ପତ୍ତିରାୟଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ମହିଳା ସୁରକ୍ଷା କର୍ମୀଙ୍କୁ […]

nit

Rakesh Mallick
  • Published: Sunday, 12 June 2016
  • , Updated: 12 June 2016, 07:31 PM IST

ରାଉରକେଲା: ରାଉରକେଲା ଏନ୍‌ଆଇଟି ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତ୍ତିରାୟଙ୍କୁ ଆଜି ପୋଲିସ ଗିରଫ କରିଛି। ଏନ୍‌ଆଇଟିର ମହିଳା ସୁରକ୍ଷା କର୍ମୀଙ୍କୁ ଯୌନ ନିର୍ଯାତନା  ଦେଉଥିବା ଅଭିଯୋଗ ଆସିବା ପରଠାରୁ ସେ ଫେରାର ଥିଲେ। ଝିରପାଣି ଥାନା ଅନ୍ତର୍ଗତ ଜଗଦାରୁ ଆଜି ତାଙ୍କୁ ରାଉରକେଲା ପୋଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଚମ୍ପତ୍ତିରାୟଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ମହିଳା ସୁରକ୍ଷା କର୍ମୀଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ କିଛିଦିନ ତଳେ ଏନ୍‌ଆଇଟି ଛାତ୍ରଛାତ୍ରୀମାନେ ଉଭୟ ଫଟୋ ଓ ଭିଡିଓ ଫୁଟେଜ କଲେଜ କର୍ତ୍ତୃପକ୍ଷଙ୍କୁ ଦେଖାଇଥିଲେ। ପରେ ସେମାନେ ଚମ୍ପତ୍ତିରାୟଙ୍କ ଗିରଫ ଦାବି କରି କଲେଜ ପରିସରରେ ଧାରଣାରେ ବସିଥିଲେ। ପୋଲିସ ଘଟଣାର ତଦନ୍ତ କରିବା ସହ ସମ୍ପତ୍ତିରାୟଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲା। ଏ ନେଇ ଚମ୍ପତ୍ତିରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇ ନ ଥିଲେ।

ଚମ୍ପତ୍ତିରାୟ କହିଛନ୍ତି, “ମୋତେ ଫସାଇବାକୁ ଚେଷ୍ଟା କରାଯାଇଛି। ଯଦି ନିର୍ଯାତନା ଦିଆଯାଉଥିଲା ସେମାନେ ଛାଡିକି ପଳାଇବା କଥା। ୧୦ ବର୍ଷ ଧରି ଗୋଟିଏ ସ୍ଥାନରେ କାମ କରି ନ ଥାନ୍ତେ। ମୁଁ ବାହାରେ ଥିଲି। ମୋ ଓକିଲଙ୍କ ପରାମର୍ଶ ନେବା ପରେ ଯାହା କିଛି କରାଯିବ।”

Related story